ETV Bharat / state

Road Problem: ସିମୋର ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ନିଘା ନାହିଁ

author img

By

Published : Dec 19, 2021, 10:33 AM IST

ଖୋର୍ଦ୍ଧାରୁ କଟକ ଜିଲ୍ଲାକୁ ସିମୋର ଦେଇ ସଂଯୋଗ କରୁଥିବା ରାସ୍ତା ଏବେ ପାଲଟିଛି ମରଣଯନ୍ତା । ରାସ୍ତାର ମରାମତି ପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଚୁପ୍ ବସିଛି ପୂର୍ତ୍ତି ବିଭାଗ । ଅଧିକ ପଢନ୍ତୁ

Road Problem: ରାସ୍ତା ପାଲଟିଛି ମରଣଯନ୍ତା
Road Problem: ରାସ୍ତା ପାଲଟିଛି ମରଣଯନ୍ତା

ଖୋର୍ଦ୍ଧା: ଜିଲ୍ଲାରୁ କଟକ ଜିଲ୍ଲାକୁ ସିମୋର ଦେଇ ସଂଯୋଗ କରୁଥିବା ରାସ୍ତା ଏବେ ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା । ସିମୋର ଠାରୁ ପ୍ରାୟ ଦୁଇ କିଲୋମିଟର ଯାଏଁ ଏହି ରାସ୍ତାର ଅବସ୍ଥା ଅତି ଶୋଚନୀୟ ରହିଛି । ପ୍ରତିଦିନ ଏହା ଉପରେ ହଜାର ହଜାର ଲୋକ ଯାତାୟତ କରୁଥିବା ବେଳେ ବହୁ ଭାରିଯାନ ମଧ୍ୟ ଯାଉଛି । ରାସ୍ତାରେ ବଡ ବଡ ଖାଲ ହେବା ଯୋଗୁଁ ବର୍ଷା ଦିନେ ପାଣି ଜମୁଛି ଏବଂ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣାର ଶିକାର ହୋଇ ଧନ ଜୀବନ କ୍ଷୟକ୍ଷତି ଘଟୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ପାଖାପାଖି ତିନି ବର୍ଷ ହେଲାଣି ଏହି ରାସ୍ତାର ଅବସ୍ଥା ଏପରି ବିପର୍ଯ୍ୟସ୍ତ ରହିଥିଲେ ମଧ୍ୟ ଚୁପ୍ ବସିଛି ପୂର୍ତ୍ତ ବିଭାଗ ।

Road Problem: ରାସ୍ତା ପାଲଟିଛି ମରଣଯନ୍ତା

ସେହିପରି ରାସ୍ତା ମରାମତି ପାଇଁ ବାରମ୍ବାର ବେଗୁନିଆ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଅଭିଯୋଗ ପାଇଁ ଯାଉଥିଲେ ମଧ୍ୟ ଯନ୍ତ୍ରୀ ସେଠାରେ ରହୁନଥିବା ଅଭିଯୋଗ କରିଛନ୍ତି ଲୋକେ । ଯାହାକୁ ନେଇ ସାଧାରଣରେ ଖୁବ୍ କ୍ଷୋଭ ପ୍ରକାଶ ପାଇଛି । ସେପଟେ ଘଟଣା ସମ୍ପର୍କରେ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ପ୍ରଶ୍ନ କରାଯିବାରୁ ଏହାର ଟେଣ୍ଡର ପ୍ରକ୍ରିୟା ସରିଛି ଏବଂ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.