ଖୋର୍ଦ୍ଧା: ଅଜଣା ଗାଡି ଧକ୍କାରେ ବଡପଦର ଗ୍ରାମର ଶରତ କୁମାର ସାହୁଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଉତ୍ତ୍ୟକ୍ତ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ବଢ଼ିବାରେ ଲାଗିଛି ।
ମୃତକ ହେଲେ ବଡପଦର ଗ୍ରାମର ଶରତ କୁମାର ସାହୁ । ସୂଚନା ଅନୁସାରେ, ଶରତ କୁମାର ସାହୁ ଆଜି ସକାଳୁ ରାଉତପଡା ଗ୍ରାମକୁ ଚାଲିଚାଲି ଯାଉଥିବା ବେଳେ ବେଗୁନିଆ ଟାଉନହଲ ସମୁଖରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ତେବେ ମୃତ୍ୟୁ ପରେ ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକେ କ୍ଷତିପୂରଣ ଦାବିରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ତହସିଲଦାର ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ