ଖୋର୍ଦ୍ଧା : ଜନୈକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ସରକାରୀ ଜାଗା ଅବରୋଧ। ଏନେଇ ସ୍ଥାନୀୟ ଗ୍ରାମବାସୀ ଏହି ରାସ୍ତା ଅବରୋଧ ଉଚ୍ଛେଦ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ତେବେ ଗ୍ରାମବାସୀଙ୍କ ସହ ମଧ୍ୟ ଜଟଣୀ ବିଧାୟକ ସୁରେଶ କୁମାର ରାଉତରା ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।
ଖୋର୍ଦ୍ଧା ଉପକଣ୍ଠ ପାଇକତିଗିରିଆ ଗାଁ ମୁଣ୍ଡରୁ ବେହେରା ସାହି ,ହରିଜନ ସାହି ଏବଂ ନୂଆସାହିକୁ ସଂଯୋଗ କରୁଥିବା ରାସ୍ତାକୁ ଉକ୍ତ ଗାଁର ଜୈନିକ ବ୍ୟକ୍ତି ଜେସିବି ଲଗାଇ ରାସ୍ତାକୁ ଅବରୋଧ କରିଛନ୍ତି । ଏହାର ପ୍ରତିବାଦରେ ଆଜି ସ୍ଥାନୀୟ ଗ୍ରାମବାସୀ ଏହି ରାସ୍ତା ଅବରୋଧ ଉଚ୍ଛେଦ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।
ସୂଚନାମୁତାବକ, ସର୍ବସାଧାରଣ ରାସ୍ତାକୁ ଅବରୋଧ କରିଥିବା ବ୍ୟକ୍ତି ଜଣକ ଜଣେ ପ୍ରଭାବଶାଳୀ ବ୍ୟକ୍ତି । ତେଣୁ ଚତୁରତା କରି ଉକ୍ତ ଜାଗାକୁ ନିଜ ନାଁରେ ଲିଜ ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ଯେଉଁ ଉଦ୍ଦେଶ୍ୟରେ ଉକ୍ତ ବ୍ୟକ୍ତି ଜଣକ ସରକାରୀ ଜାଗାକୁ ଲିଜ ସୂତ୍ରରେ ନେଇଥିଲେ ତା ତାହାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ସହ ସେହି ଲିଜ ବାତିଲ କରିବା ପାଇଁ ଗ୍ରାମବାସୀ ଦାବି କରିବା ସହ ସର୍ବସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ରାସ୍ତାରୁ ଜବରଦଖଲ ଉଛେଦ କରିବା ପାଇଁ କହିଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ