ETV Bharat / state

ତିନି ସହରରେ ଭିଡ ନିୟନ୍ତ୍ରଣ ପାଇଁ ହେବ ରିଙ୍ଗରୋଡ ପ୍ରକଳ୍ପ - ଭିଡ ନିୟନ୍ତ୍ରଣ ପାଇଁ ହେବ ରିଙ୍ଗରୋଡ ପ୍ରକଳ୍ପ

ତିନି ସହରରେ ଭିଡ ନିୟନ୍ତ୍ରଣ ପାଇଁ ହେବ ରିଙ୍ଗରୋଡ ପ୍ରକଳ୍ପ । ଖୋର୍ଦ୍ଧା ଭୁବନେଶ୍ୱର ଓ କଟକରେ ଭିଡ ନିୟନ୍ତ୍ରଣ ପାଇଁ ହେଉଛି 6 ଥାକିଆ ରିଙ୍ଗ ରୋଡ । କଲିକତା ମାଡ୍ରାସ 16ନଂ ଜାତୀୟ ରାଜପଥ ଦେଇ ଦୈନିକ ଲକ୍ଷ ଲକ୍ଷ ଭାରିଯାନ ଯାତାୟତ କରୁଛି । ଯାହାଫଳରେ ରାଜ୍ୟର ରାଜଧାନୀ ସହ ଐତିହାସିକ କଟକ ଓ ଖୋର୍ଦ୍ଧା ସହରରେ ଟ୍ରାଫିକ ସମସ୍ୟା ଉପୁଜୁଛି । ଅଧିକ ପଢନ୍ତୁ

ତିନି ସହରରେ ଭିଡ ନିୟନ୍ତ୍ରଣ ପାଇଁ ହେବ ରିଙ୍ଗରୋଡ ପ୍ରକଳ୍ପ

author img

By

Published : Sep 28, 2022, 10:31 PM IST

ଖୋର୍ଦ୍ଧା: ତିନି ସହରରେ ଭିଡ ନିୟନ୍ତ୍ରଣ ପାଇଁ ହେବ ରିଙ୍ଗରୋଡ ପ୍ରକଳ୍ପ । ଖୋର୍ଦ୍ଧା ଭୁବନେଶ୍ୱର ଓ କଟକରେ ଭିଡ ନିୟନ୍ତ୍ରଣ ପାଇଁ ହେଉଛି 6 ଥାକିଆ ରିଙ୍ଗ ରୋଡ । କଲିକତା ମାଡ୍ରାସ 16ନଂ ଜାତୀୟ ରାଜପଥ ଦେଇ ଦୈନିକ ଲକ୍ଷ ଲକ୍ଷ ଭାରିଯାନ ଯାତାୟତ କରୁଛି । ଯାହାଫଳରେ ରାଜ୍ୟର ରାଜଧାନୀ ସହ ଐତିହାସିକ କଟକ ଓ ଖୋର୍ଦ୍ଧା ସହରରେ ଟ୍ରାଫିକ ସମସ୍ୟା ଉପୁଜୁଛି ।

ଏହି ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କ୍ୟାପିଟାଲ ରିଜନ ରିଙ୍ଗରୋଡ ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି । ଏହି ରିଙ୍ଗ ରୋଡ ଖୋର୍ଦ୍ଧା ଦେଇ ଯାଇଥିବା 16ନଂ ଜାତୀୟ ରାଜପଥର ରାମେଶ୍ୱର ଠାରୁ ବାହାରି ଢେଙ୍କାନାଳ ଗୋବିନ୍ଦପୁର ଜାତୀୟ ରାଜପଥ 55 ରେ ସରିବ ।

ମୋଟ 70.5 କିଲୋମିଟର ରିଙ୍ଗରୋଡ କାର୍ଯ୍ୟ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ରିଙ୍ଗ ରୋଡ ପାଇଁ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି, ଖୋର୍ଦ୍ଧା ଓ ବେଗୁନିଆ ବ୍ଲକ ଦେଇ ଯିବ । ସେହିପରି କଟକ ଏବଂ ଢେଙ୍କାନାଳ ଜିଲ୍ଲାର ବହୁ ଅଞ୍ଚଳ ମଧ୍ୟ ଏହି ରିଙ୍ଗ ରୋଡ ପକଳ୍ପରେ ଯାଉଥିବା କତ୍ତୃପକ୍ଷଙ୍କ ଠାରୁ ଜଣାପଡିଛି । ତେବେ ଏହି ରିଙ୍ଗ ରୋଡ଼ ପ୍ରକଳ୍ପ ଦ୍ବାରା କଟକ ଭୁବନେଶ୍ୱର ଓ ଖୋର୍ଦ୍ଧା ସହରରେ ଭିଡ଼ ନିୟନ୍ତ୍ରଣ ପାଇଁ ହେଉଛି । ବିଶେଷକରି ଏହି ପ୍ରକଳ୍ପ ଦ୍ବାରା ପଶ୍ଚିମ ଓଡିଶାକୁ ଯାତାୟତ ସୁଗମ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.