ETV Bharat / state

ବୋଲଗଡରେ ବଢୁଛି କୋରୋନା ସଂକ୍ରମଣ ମାମଲା, ସମୀକ୍ଷା ବୈଠକ କଲେ ଜିଲ୍ଲାପଳ

author img

By

Published : Aug 16, 2020, 6:44 PM IST

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୨୯୩ ଜଣ କୋରୋନା ଆକ୍ତାନ୍ତ ଚିହ୍ନଟ ହୋଇଛନ୍ତି। ବ୍ଳକ ଅଞ୍ଚଳରେ କୋରୋନା ପରିସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ବୋଲଗଡ ବ୍ଳକରେ ବଢୁଛି କୋରୋନା ସଂକ୍ରମଣ ମାମଲା, ସମୀକ୍ଷା ବୈଠକ କଲେ ଜିଲ୍ଲାପଳ

ଖୋର୍ଦ୍ଧା: ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବୋଲଗଡ ବ୍ଳକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୨୯୩ ଜଣ କୋରୋନା ଆକ୍ତାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ବ୍ଳକ ଅଞ୍ଚଳରେ କୋରୋନା ପରିସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଓ ଉପଜିଲ୍ଲାପାଳ ଅଶୋକ କୁମାର ବେଉରା ।

ଏହି ବୈଠକରେ ବ୍ଳକ ବିଡିଓ ଦାୟିତ୍ବରେ ଥିବା ବୋଲଗଡ ତହସିଲଦାର ମନାଲିସା ପଣ୍ଡା, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ.ଅରୁଣ କୁମାର ମହାପାତ୍ର, ସିଡିପିଓ ବନବାସିନୀ ବିଶ୍ବାଳ, ଆକାଉଣ୍ଟ୍ ଅଫିସର ସୌଦାମିନୀ ବେହେରା, ଡବ୍ଳୁଇଓ ସୌମ୍ୟରଞ୍ଜନ ରାୟ, ବିପିଏମ ପ୍ରକାଶ ଚନ୍ଦ୍ର ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଳକ ଅଞ୍ଚଳରେ ଦିନକୁ ଦିନ ବଢୁଥିବା କୋରୋନା ସଂକ୍ରମଣକୁ ନେଇ ଏହି ବୈଠକରେ ଆଲୋଚନା ହୋଇଛି । ବିଶେଷ କରି ୩୪ଟି ଗ୍ରାମରେ ଅପେକ୍ଷାକୃତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସେହି ଗ୍ରାମ ଗୁଡିକରେ ଯେପରି ସଂକ୍ରମଣ ନବ୍ୟାପିବ ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୨୯୩ ଜଣ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୬ଟି ସକ୍ରିୟ ମାମଲା ରହିଛି । ତେବେ କୋରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଗେଡିଆପଲ୍ଲୀ ସରପଞ୍ଚ ଏବଂ ପାଟପୁରଶାସନ ସରପଞ୍ଚ କୋରୋନାରେ ଆକ୍ରାନ୍ତ ହୋଇଥିବା ବାଙ୍କୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.