ଖୋର୍ଦ୍ଧା: ଡିଆରଡିଏ ସମ୍ମିଳନୀ କକ୍ଷରେ ବିଧାନସଭା ସଦାଚାର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଯୋଜନାର ସମୀକ୍ଷା କରିଛି ଏହି କମିଟି । ସଦାଚାର କମିଟିର ଅଧକ୍ଷ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି କମିଟିରେ ରାଜ୍ୟର ବହୁ ବରିଷ୍ଠ ବିଧାୟକମାନେ ସାମିଲ ହୋଇ କୋଭିଡକୁ ସଫଳତାର ସହ ମୁକାବିଲା କରିଥିବା ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ଜିଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ