ETV Bharat / state

ମେଟ୍ରୋ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲା ସିସିସି; DPR ପ୍ରସ୍ତୁତ କରିବ DMRC

author img

By

Published : Apr 25, 2023, 10:01 AM IST

ସିସିସି ବୈଠକରେ ଭୁବନେଶ୍ବର-କଟକ ମେଟ୍ରୋ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା । ମେଟ୍ରୋ ଚଳାଚଳ ପାଇଁ ଡିପିଆର ପ୍ରସ୍ତୁତ କରିବ ଡିଏମଆରସି । ଅଧିକ ପଢନ୍ତୁ

ସହର ସମନ୍ବୟ କମିଟି ବୈଠକ
ସହର ସମନ୍ବୟ କମିଟି ବୈଠକ

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ରୌପ୍ୟନଗରୀ କଟକକୁ ଗଡ଼ିବ ମେଟ୍ରୋ ଟ୍ରେନ । ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ରେଳ ପ୍ରସ୍ତାବକୁ ଅନୁମୋଦନ କରିବା ସହ ଏନେଇ ଉଚ୍ଚସ୍ତରୀୟ ସର୍ଭେ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ ମିଳିଛି । ମେଟ୍ରୋ ଟ୍ରେନ ଭୁବନେଶ୍ବର-କଟକ-ପୁରୀକୁ ସଂଯୋଗ କରିବ । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଚନ୍ଦ୍ରଶେଖରପୁର ଦେଇ ସଂଯୋଗ କରିବ । ଏହା ଏୟାରପୋର୍ଟରୁ ବାହାରି ରେଳ ଷ୍ଟେସନ, ବାଣୀବିହାର, ପଟିଆ, ନନ୍ଦନକାନନ ଦେଇ ତ୍ରିଶୁଳିଆକୁ ଯୋଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୂଆ କରି ଗଢ଼ା ହୋଇଥିବା ସହର ସମନ୍ବୟ କମିଟି (ସିସିସି) ପକ୍ଷରୁ ଏହାର ଅଗ୍ରଗତି ନେଇ ଗତକାଲି(ସୋମବାର) ସମୀକ୍ଷା କରାଯାଇଛି ।

ମେଟ୍ରୋ ପ୍ରକଳ୍ପ ପାଇଁ ବସିଲା ସିସିସି ବୈଠକ
ମେଟ୍ରୋ ପ୍ରକଳ୍ପ ପାଇଁ ବସିଲା ସିସିସି ବୈଠକ

ସିସିସି ଅଧ୍ୟକ୍ଷ ତଥା ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଉପାଧ୍ୟକ୍ଷ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହି ମେଟ୍ରୋ କାମ କିପରି ସୁରୁଖୁରୁରେ ଆଗେଇବ ଓ ଏନେଇ ସମସ୍ତ ବିଭାଗ ମଧ୍ୟରେ କିପରି ସମନ୍ବୟ ରକ୍ଷା କରାଯାଇ କାମ ତ୍ବରାନ୍ବିତ କରାଯିବ ସେନେଇ ଆଲୋଚନା କରାଯାଇଛି । ବିଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମନ୍ବୟ ବୈଠକରେ ପ୍ରସ୍ତାବିତ ମେଟ୍ରୋର ଡ୍ରାଫ୍ଟ ଆଲାଇନମେଣ୍ଟ ଏବଂ ଅନ୍ୟ ଆବଶ୍ୟକତା ଉପରେ ଆଲୋଚନା ହୋଇଛି । ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍(ଓଆରଆଇଡିଏଲ) ଅପରେସନ୍ ନିର୍ଦ୍ଦେଶକ ମେଟ୍ରୋ ଆଲାଇନମେଣ୍ଟ, ବହୁ ଘରୋଇ ସଂସ୍ଥାଙ୍କ ଏକକୀକରଣର ଆବଶ୍ୟକତା ଥିବା ଦର୍ଶାଇଥିଲେ । ସ୍ବଳ୍ପ ସମୟ ମଧ୍ୟରେ ଭୁବନେଶ୍ବର ମେଟ୍ରୋ ଲାଗି ଡିପିଆର ଓ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବା ଓ କାମ ଆରମ୍ଭ କରିବା ବଡ଼ ଚାଲେଞ୍ଜ ହେବ ବୋଲି ପ୍ରକାଶ ପାଇଥିଲା ।

ମେଟ୍ରୋ ପ୍ରକଳ୍ପ ପାଇଁ ବସିଲା ସିସିସି ବୈଠକ
ମେଟ୍ରୋ ପ୍ରକଳ୍ପ ପାଇଁ ବସିଲା ସିସିସି ବୈଠକ

ଓଆରଆଇଡିଏଲ ପକ୍ଷରୁ ଡିପିଆର ପ୍ରସ୍ତୁତି ନେଇ ସଂକ୍ଷିପ୍ତ ସୂଚନା ଦିଆଯାଇଥିବା ବେଳେ ଦିଲ୍ଲୀ ମେଟ୍ରୋ ରେଳ ନିଗମ(ଡିଏମଆରସି)କୁ ଏହି କାର୍ଯ୍ୟରେ ନିଯୁକ୍ତ କରାଯାଇଛି । ଯାହାକି ଦିଲ୍ଲୀ ଭଳି ଏଠାରେ ମଧ୍ୟ ଡିପିଆର ପ୍ରସ୍ତୁତ କରିବ । ଏହାବାଦ ବୈଠକରେ ପ୍ରସ୍ତାବିତ ପ୍ରକଳ୍ପ, ବିକାଶମୂଳକ କାର୍ଯ୍ୟରେ ଆବଶ୍ୟକ ଥିବା ତଥ୍ୟ ଏବଂ ଟ୍ରେଣ୍ଡର ନେଇ ମଧ୍ୟ ଆଲୋଚନା ହୋଇଛି । ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କାମକୁ ସୁଗମ କରିବାକୁ ବିଡିଏ ଉପାଧ୍ୟକ୍ଷ କହିଛନ୍ତି ।

ଅନ୍ୟପଟେ ଡିପିଆର ପ୍ରସ୍ତୁତ ସହ ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଏବଂ ପୁରୀର ଅନ୍ୟାନ୍ୟ ଅଞ୍ଚଳକୁ ମେଟ୍ରୋ ନେଟୱାର୍କ ଲାଗି ମାଷ୍ଟରପ୍ଲାନ ମଧ୍ୟ ପ୍ରସ୍ତୁତ ହେବ । ବିଶ୍ୱସ୍ତରରେ ମେଟ୍ରୋ ସିଷ୍ଟମର ସର୍ବୋତ୍ତମ ମାନଦଣ୍ଡକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହାକୁ ଏକ ଚାଲେଞ୍ଜ ଭାବେ ଭାବରେ ଗ୍ରହଣ କରିଛନ୍ତି । ବୈଠକରେ ଇଡକୋ ମୁଖ୍ୟ ପରିଚାଳକ, ବିଏମସି କମିଶନର, ଅତିରିକ୍ତ ପୋଲିସ୍ କମିଶନରଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ । ମେଟ୍ରୋ କାମ ଲାଗି ଭୁବନେଶ୍ବରରେ ଓଆରଆଇଡିଏଲକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇଦେବା ସହ ଏହାର ବିକାଶ କାର୍ଯ୍ୟକୁ ସୁନିଶ୍ଚିତ କରିବା ଲାଗି ସବୁ ବିଭାଗ ଏକ ହେବା ଜରୁରୀ ବୋଲି ଏହି ଅବସରରେ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.