ETV Bharat / state

ବାପ-ପୁଅଙ୍କୁ ମାଡ ଘଟଣା: ସରିଲା ତିନି ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

author img

By

Published : Sep 5, 2021, 4:40 PM IST

ବେଗୁନିଆ ବ୍ଲକ କଡବ ଗାଁର ବାପ-ପୁଅଙ୍କୁ ମାଡ ଘଟଣା । ତିନି ଦିନିଆ ରିମାଣ୍ଡରେ ଆସିଥିବା ତିନି ଅଭିଯୁକ୍ତଙ୍କ ଠାରୁ ମାନବବାଦ ସଙ୍ଗଠନ ବାବଦରେ ବହୁ ତଥ୍ୟ ମିଳିଥିବା ସୂଚନା । ଅଧିକ ପଢନ୍ତୁ...

ବାପ-ପୁଅଙ୍କୁ ମାଡ ଘଟଣା: ସରିଲା ତିନି ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି
ବାପ-ପୁଅଙ୍କୁ ମାଡ ଘଟଣା: ସରିଲା ତିନି ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

ଖୋର୍ଦ୍ଧା: ବେଗୁନିଆ ବ୍ଲକ କଡବ ଗାଁର ବାପ-ପୁଅଙ୍କୁ ମାଡ ଘଟଣା । ଘଟଣାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣିଥିଲା ପୋଲିସ । ଆଜି ରିମାଣ୍ଡ ଅବଧି ସରିବା ପରେ ପୁନର୍ବାର ସେମାନଙ୍କୁ କୋର୍ଟରେ ହାଜର କରାଯାଇ ଜେଲ୍ ପଠାଯାଇଛି । ଅଭିଯୁକ୍ତମାନେ ହେଲେ ସ୍ବପ୍ନେଶ୍ବର ନାୟକ, ବୈକୁଣ୍ଠ ନାୟକ ଓ କରଡଗାଡିଆ ଗ୍ରାମର ଟୁଲୁ ବେହେରା । ରିମାଣ୍ଡ ପରେ ସେମାନଙ୍କ ଠାରୁ ମାନବବାଦ ସଙ୍ଗଠନ ବାବଦରେ ବହୁ ତଥ୍ୟ ମିଳିଥିବା ଜଣାପଡିଛି । ସେପଟେ ଏହି ଘଟଣାରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ସେ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି ।

ଉଲ୍ଲେଖଯୋଗ୍ୟ, ମାନବବାଦ ସଙ୍ଗଠନ ଦ୍ବାରା ନିର୍ଯ୍ୟାତନାର ଶିକାର କଡବ ଗାଁର ବାପ-ପୁଅ ମାଗୁଣୀ ଓ ଆନନ୍ଦଙ୍କ ନିର୍ଯ୍ୟାତନାର ଭିଡିଓ ଚାରିଆଡେ ଖୁବ୍ ଭାଇରାଲ ହୋଇଥିଲା । ଏନେଇ ମାଗୁଣି ବେଗୁନିଆ ଥାନାରେ ୭ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । ଅଭିଯୋଗକ୍ରମେ ପୂର୍ବରୁ ସତ୍ୟବ୍ରତ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ୬ ଜଣଙ୍କ ନାମ ବାପପୁଅଙ୍କ ଆକ୍ରମଣ ଘଟଣାରେ ଅନ୍ତର୍ଭୁକ୍ତ କରିବା ଲାଗି କୋର୍ଟକୁ ଅନୁରୋଧ କରିଥିଲା ବେଗୁନିଆ ପୋଲିସ । ଏଥିସହ ଅଭିଯୁକ୍ତ ସ୍ବପ୍ନେଶ୍ବର, ବୈକୁଣ୍ଠ, ଓ ଟୁଲୁ ବେହେରାଙ୍କୁ ରିମାଣ୍ଡରେ ଆଣିବା ଲାଗି ଆବେଦନ କରିଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.