ETV Bharat / state

ଏୟାରପୋର୍ଟ ଭଳି ଦିଶିବ ଭୁବନେଶ୍ବର ରେଳ ଷ୍ଟେସନ, ହେବ ନବକଳେବର

author img

By

Published : Dec 29, 2022, 9:45 PM IST

Updated : Dec 29, 2022, 10:01 PM IST

ଭୁବନେଶ୍ବର ରେଳଷ୍ଟେସନର ହେବ ପୁନଃ ବିକାଶ । ଏନେଇ 308 କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ଏହା ଦ24 ମାସରେ କାମ ସରିବ ବୋଲି ଧାର୍ଯ୍ୟ କରାଯାଇଛି । ଅଧିକ ପଢନ୍ତୁ

bhubaneswar railway station
bhubaneswar railway station
bhubaneswar railway station

ଭୁବନେଶ୍ବର: ନୂଆ ରୂପ ପାଇବ ଭୁବନେଶ୍ବର ରେଳଷ୍ଟେସନ। ବହୁ ପ୍ରତିକ୍ଷିତ ଭୁବନେଶ୍ବର ରେଳ ଷ୍ଟେସନର ପୁନଃ ବିକାଶ ହେବ । ଏଥିପାଇଁ ଆଜି(ଗୁରୁବାର) ଭୂମିପୁଜନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ଏନେଇ 308 କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ଦୁଇ ବର୍ଷରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏୟାରପୋର୍ଟ ଭଳି ଦିଶିବା ସହିତ ରେଳ ଷ୍ଟେସନରେ ସମସ୍ତ ସୁବିଧା ସୁଯୋଗ ମଧ୍ୟ ମିଳିବ । ମାଷ୍ଟରକ୍ୟାଣ୍ଟିନ ଏବଂ ଷ୍ଟେସନ ବଜାର ପଟେ ପ୍ରବେଶ ପଥକୁ ପ୍ରଶସ୍ତ କରଣ ଏବଂ ଉନ୍ନତିକରଣ କରାଯିବ । ରାସ୍ତାକୁ ଉଚ୍ଚା କରାଯିବା ସହ ଏକାଧିକ ଫୁଟ୍ ଓଭରବ୍ରିଜ ମଧ୍ୟ ରହିବ । ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ବରେ 11 ମହଲା ବିଲ୍ଡିଂ ହେବ । ପ୍ରଥମ ପର୍ଯ୍ୟାୟରେ 4 ମହଲା ପରେ 7 ମହଲା ହେବ । ସେହିପରି ପଛପଟେ ବା ପୁରୁଣା ଷ୍ଟେସନ ପଟେ 4 ମହଲା ଏବଂ 6 ମହଲା ବିଶିଷ୍ଟ ଦୁଇଟି ବିଲ୍ଡିଂ ହେବ। ଏହାସହିତ ଯାତ୍ରୀ ଲାଉଞ୍ଜ, ବିଶ୍ରାମ କରିବା ପାଇଁ ସିଟ୍ ମଧ୍ୟରେ ବ୍ୟବଧାନ ରହିବ ।

ଅନ୍ୟପଟେ 34 ଟି ଏସ୍‌କେଲାଟର(Escalator lift) ସହ 20ଟି ଲିଫ୍ଟ ମଧ୍ୟ ରହିବ। ଟେଣ୍ଡର କାମ ସରିଥିବା ବେଳେ ବହୁତ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଆଜିର ଏହି ଭୂମିପୁଜନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ କଂଗ୍ରେସ ବିଧାୟକ ସୁର ରାଉତରାୟ ଉପସ୍ଥିତ ଥିଲେ।

ଏନେଇ ପ୍ରତିକ୍ରିୟାରେ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି , "ମୁଁ ଯେତେବେଳେ ବିଏମସି ମେୟର ଥିଲି ସେତେବେଳେ ଏହାର ଡିପିଆର ପ୍ରସ୍ତୁତ ହୋଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ସଙ୍ଗେ ସଙ୍ଗେ ଜମି ଯୋଗାଇ ଦିଆଯାଇଥିଲା । ହେଲେ ପ୍ରକଳ୍ପ ଆରମ୍ଭ ହେବା ପାଇଁ 5 ବର୍ଷ ବିଳମ୍ବ ହେଲାଣି । ସବୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ ରାଜନୈତିକ ଉଦ୍ଦେଶ୍ୟ ନରଖି ଲୋକଙ୍କ ଆବଶ୍ୟକତାକୁ ପୂରଣ କରନ୍ତୁ। କାରଣ ଅନେକ ସ୍ଥାନରେ ଏଯାଏଁ ରେଳ ସଂଯୋଗ ହୋଇନାହିଁ । ନୂଆ ଷ୍ଟେସନକୁ ମୁଁ ସ୍ବାଗତ କରୁଛି। ହେଲେ ଏହା ବହୁତ ଆଗରୁ ହେବାର ଆବଶ୍ୟକତା ଥିଲା।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 29, 2022, 10:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.