ETV Bharat / state

ନିଲମ୍ବନ ପରେ ମୁହଁ ଖୋଲିଲେ ମନ୍ମଥ, ପଚାରିଲେ ଚାକିରିରେ ଥିବାବେଳେ ପିସିସି ସଦସ୍ୟ କିପରି ହେଲି ? - ସୁର ରାୁତରାୟଙ୍କ ପୁଅ ମନ୍ମଥ

କଂଗ୍ରେସରୁ ନିଲମ୍ବନ ପରେ ମୁହଁ ଖୋଲିଲେ ମନ୍ମଥ ରାଉତରାୟ । ନିଲମ୍ବିତ କରି ଦେଇ ସବୁ ରାସ୍ତା କ୍ଲିୟର କରି ଦେଲା କଂଗ୍ରେସ ବୋଲି କହିଛନ୍ତି ମନ୍ମଥ । ଅଧିକ ପଢନ୍ତୁ

reaction of manmath routray
ନିଲମ୍ବନ ପରେ ମୁଁହ ଖୋଲିଲେ ମନ୍ମଥ
author img

By ETV Bharat Odisha Team

Published : Sep 8, 2023, 1:42 PM IST

Updated : Sep 8, 2023, 3:42 PM IST

ନିଲମ୍ବନ ପରେ ମୁଁହ ଖୋଲିଲେ ମନ୍ମଥ

ଭୁବନେଶ୍ବର: କଂଗ୍ରେସରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଲେ ମନ୍ମଥ ରାଉତରାୟ । ସେ କହିଛନ୍ତି, "ମୋତେ ନିଲମ୍ବିତ କରାଯିବ, ଏ କଥା ମୁଁ ଜାଣିଥିଲି । ମୋତେ ସୋ' କଜ ମଗା ଯାଇଥିଲା । ମୁଁ କାହିଁକି ଉତ୍ତର ଦେବି ? କ'ଣ ପାଇଁ ଉତ୍ତର ଦେବି ? ମୋତେ ପିସିସି ମେମ୍ବର କରାଯିବା ପୂର୍ବରୁ ମୋ ମତ ନେଇଥିଲେ କି ? ମୋ ନାଁ କିଏ ପ୍ରସ୍ତାବ ଦେଲା ? ଯଦି ବାପା ଦେଇଥିବେ ତେବେ ସେ ଭୁଲ କରିଛନ୍ତି । କାରଣ ମୁଁ ଗୋଟେ ଜାଗାରେ ଚାକିରିରେ ଅଛି । ଚାକିରିରେ ଥାଇ ଅନ୍ୟ ଏକ ଦଳରେ ସଦସ୍ୟ କିଭଳି ହେବି ?" ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ।

ସେ ଆହୁରି ମଧ୍ୟ କହିଛନ୍ତି, "ମୋତେ ନିଲମ୍ବିତ କରି ଦେଇ ସବୁ ରାସ୍ତା କ୍ଲିୟର କରି ଦେଲା କଂଗ୍ରେସ । ଦଳରେ କୌଣସି ଶୃଙ୍ଖଳା ନାହିଁ । ଅଫିସ ବିଅରର ମାନେ କଣ କରୁଛନ୍ତି ? ମୁଁ କ'ଣ କହିଲି ମୋତେ କଲ କରି ବୁଝିପାରିଥାନ୍ତେ । ମୋ ସହ ଆଲୋଚନା କରିପାରିଥାନ୍ତେ । ମୋ ଟିପ୍ପଣୀ ପରେ ମୁଁ ଭାବୁଥିଲି ଯେ ଆଗକୁ ପରିବାର ଓ ନେତାଙ୍କ ସହିତ ବସି କିଛି ଭଲ ନିଷ୍ପତ୍ତି ନେବି । କିନ୍ତୁ କଂଗ୍ରେସ ନିଲମ୍ବିତ କରି ରାସ୍ତା କ୍ଲିୟର କରିଦେଲା । ମୋତେ ମୋ ବାଟରେ ଛାଡ଼ି ଦେଲା ।"

ତେବେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ଆଜି ନିଲମ୍ବିତ ହୋଇଛନ୍ତି । ଦଳର ଶୃଙ୍ଖଳା ଭଙ୍ଗ କରିଥିବାରୁ ଦଳ ପକ୍ଷରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ 2 ଦିନ ତଳେ "ମୁଁ କଂଗ୍ରେସରୁ ଲଢ଼ିବି ନାହିଁ" ବୋଲି ସେ ଗଣମାଧ୍ୟମକୁ ଖୋଲା ଖୋଲି ଭାବେ କହିଥିଲେ । ଏହାସହା କେଉଁ ଦଳରୁ ଲଢ଼ିବେ ସେନେଇ ଅକ୍ଟୋବର ପରେ ସ୍ପଷ୍ଟ କରିବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଥିଲେ । ମନ୍ମଥ ରାଉତରାୟ ପ୍ରଦେଶ କଂଗ୍ରେସର ସଦସ୍ୟ ରହିଥିବାବେଳେ ଦଳର ଶୃଙ୍ଖଳା ଭଙ୍ଗ କରିଥିବା କାରଣରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ସେ କିଛି ଦିନ ପୂର୍ବରୁ ଭାରତୀୟ ବିମାନ ଚଳାଚଳ ବିଭାଗରୁ ଇସ୍ତଫା ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ଇସ୍ତଫା ଗୃହୀତ ହେବା ପରେ ସେ ସକ୍ରିୟ ରାଜନୀତିରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ...ମହଙ୍ଗା ପଡିଲା ମନ୍ତବ୍ୟ ! ସୁର ରାଉତରାୟଙ୍କ ପୁଅ ମନ୍ମଥ କଂଗ୍ରେସରୁ ନିଲମ୍ବିତ

ମନ୍ମଥ କଂଗ୍ରେସରୁ ଲଢ଼ିବେ ନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେବା ପରେ ରାଜନୀତି ସରଗରମ ହୋଇଥିଲା । ଏହାପରେ ତାଙ୍କ ବାପା ତଥା ବିଧାୟକ ସୁର ରାଉତରାୟ ଏହାକୁ ଖଣ୍ଡନ କରିଥିଲେ । "ମନ୍ମଥ ଅନ୍ୟ କେଉଁ ଦଳରୁ ନୁହେଁ, କେବଳ କଂଗ୍ରେସରୁ ହିଁ ଲଢ଼ିବେ" ବୋଲି ସଫେଇ ବାଢିଥିଲେ ବିଧାୟକ ସୁର ରାଉତରାୟ । ସୁର ଗତ ବର୍ଷ ଠାରୁ ସ୍ପଷ୍ଟ କରିଥିଲେ ସେ ଆଉ ସକ୍ରିୟ ରାଜନୀତିରେ ରହିବେ ନାହିଁ । କି ନିର୍ବାଚନ ଲଢ଼ିବେ ନାହିଁ । ତାଙ୍କ ସ୍ଥାନରେ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ କଂଗ୍ରେସର ପ୍ରାର୍ଥୀ ହେବେ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 8, 2023, 3:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.