ETV Bharat / state

Puri News: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ ରଞ୍ଜନ କୁମାର ଦାସ

author img

By

Published : May 2, 2023, 5:41 PM IST

ଆଜି ପୁରୀ ଆସି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଇଛନ୍ତି ରଞ୍ଜନ କୁମାର ଦାସ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ  ରଞ୍ଜନ କୁମାର ଦାସ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ପ୍ରତ୍ୟେକ କାର୍ଯ୍ୟ କଲେ ସଫଳ ହୋଇଥାଏ । ଆଗାମୀ ରଥ ଯାତ୍ରା ବି ସଫଳ ହେବ। ମହାପ୍ରଭୁ ତାଙ୍କର ଯାତ୍ରା ସେ ନିଜେ ଆୟୋଜନ କରିବେ । ଆମ୍ଭେ କେବଳ ନିମିତ୍ତ ମାତ୍ର। ସେବାୟତ, ପ୍ରଶାସନିକ ଅଧକାରୀ, ଭକ୍ତଙ୍କ ମିଳିତ ସହଯୋଗରେ ସବୁ କାର୍ଯ୍ୟ ଭଲରେ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଜି ଦାୟିତ୍ବ ନେବା ପରେ ଏହା କହିଛନ୍ତି ନୂଆ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ ।

ଆଜି ପୁରୀ ଆସି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଇଛନ୍ତି ରଞ୍ଜନ କୁମାର ଦାସ । ଦାୟିତ୍ବ ଗ୍ରହଣ ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ମୁଖ୍ୟ ପ୍ରଶାସକ । ଦାୟିତ୍ବ ଗ୍ରହଣ ପରେ ନୂଆ ମୁଖ୍ୟ ପ୍ରଶାସକ କହିଛନ୍ତି, ‘‘ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ପ୍ରତ୍ୟେକ କାର୍ଯ୍ୟ କଲେ ସଫଳ ହୋଇଥାଏ। ଆଗାମୀ ରଥ ଯାତ୍ରା ବି ସଫଳ ହେବ। ମହାପ୍ରଭୁ ତାଙ୍କର ଯାତ୍ରା ସେ ନିଜେ ଆୟୋଜନ କରିବେ । ସେବାୟତ, ପ୍ରଶାସନିକ ଅଧକାରୀ, ଭକ୍ତଙ୍କ ମିଳିତ ସହଯୋଗରେ ସବୁ କାର୍ଯ୍ୟ ଭଲରେ ହେବ ।’’

ସେହିପରି ମୁଖ୍ୟ ପ୍ରଶାସକ କହିଛନ୍ତି ସମସ୍ତଙ୍କ ସହ ସମନ୍ଵୟ ରକ୍ଷା କରାଯାଇ ଶ୍ରୀ ମନ୍ଦିରର ସମସ୍ତ କାର୍ଯ୍ୟ ହେବ । ମହାପ୍ରଭୁଙ୍କ ନିକଟକୁ ଯାଇ ଆଶୀର୍ବାଦ ନେଇଛନ୍ତି। କିଭଳି ମହାପ୍ରଭୁଙ୍କ ସବୁ କାର୍ଯ୍ୟ ସୁରୁଖୁରୁରେ ହେବ ସେ ନେଇ ପ୍ରାର୍ଥନା କରିଛନ୍ତି। ସେ ଅତି ନିକଟରୁ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦର୍ଶନ କରି ଅତ୍ୟନ୍ତ ଭାଗ୍ୟବାନ ମନେ କରୁଛନ୍ତି ବୋଲି କହିଛନ୍ତି ।

ରଥଯାତ୍ରା ଆୟୋଜନ ବେଳେ କୌଣସି ଚ୍ୟାଲେଞ୍ଜ ହେବ କି ? ପ୍ରଶ୍ନର ଉତ୍ତରରେ କହିଛନ୍ତି ଏନେଇ ସେ କିଛି ଭାବୁ ନାହାନ୍ତି । ମହାପ୍ରଭୁ ନିଜର କାର୍ଯ୍ୟ ନିଜେ କରାଇଥାନ୍ତି । ଆମେ କେବଳ ନିମିତ୍ତ ମାତ୍ର । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଗାମୀ ରଥଯାତ୍ରା ପୂର୍ବରୁ ସବୁ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ପାଇଁ ସେବାୟତ ଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିରର ମରାମତି, ଗୁଣ୍ଡିଚା ମନ୍ଦିରର ମରାମତି ପାଇଁ ଏକ ମାଷ୍ଟର ପ୍ଲାନ କରାଯାଇ କାର୍ଯ୍ୟ କରାଯିବ ବୋଲି ନୂଆ ମୁଖ୍ୟ ପ୍ରଶାସକ କହିଛନ୍ତି। ତେବେ ରତ୍ନ ଭଣ୍ଡାର ମରାମତି ଓ ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.