ETV Bharat / state

ଜୀବନ ହାରିଲେ ରମାଦେବୀ ଛାତ୍ରୀ, ହାତ ଲେଖା ଚିଠିରେ କୋଚିଂ ଟେନସନ ଥିବା ଉଲ୍ଲେଖ - ଜୀବନ ହାରିଲେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ

ଜୀବନ ହାରିଲେ ରମାଦେବୀର ବିଶ୍ବବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ । ହାତ ଲେଖା ଚିଠି ଜବତ କଲା ପୋଲିସ । ଅଧିକ ପଢନ୍ତୁ

ramadevi college student died by suicide

author img

By

Published : Mar 30, 2023, 8:28 AM IST

ଭୁବନେଶ୍ବର: ରାଜଧାନୀରେ ବଢୁଛି ଆତ୍ମହତ୍ୟା ପ୍ରବଣତା । ପ୍ରେମରେ ବିଫଳ, ପାଠରେ ଚାପ ଏପରି ଅନେକ ସମସ୍ୟାରେ ଜର୍ଜରିତ ହୋଇ ଜୀବନ ହାରୁଛନ୍ତି ଯୁବପିଢି । ଶେଷରେ ଅସମୟରେ ଲିଭିଯାଉଛି ଅନେକଙ୍କ ଜୀବନ ଦୀପ । ସେଲିବ୍ରେଟି ଠାରୁ ଆରମ୍ଭ କରି କଲେଜ ଛାତ୍ରଛାତ୍ରୀ ମୃତ୍ୟୁର ରାସ୍ତାକୁ ଆପଣାଇ ନେଉଛନ୍ତି । ପାଠ ପଢା ନେଇ ଚିନ୍ତାରେ ଥିବାରୁ ଜୀବନ ହାରିଛନ୍ତି ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀ । ଯୁକ୍ତ 2 ପରୀକ୍ଷା ଚାଲିଥିବା ବେଳେ ସେ ଜୀବନ ହାରିଛନ୍ତି । ଅନ୍ୟତମା ହଷ୍ଟେଲର ଦ୍ବିତୀୟ ମହଲାର ୫୨ନମ୍ବର ରୁମରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ରାୟଗଡ଼ା ଟିକିରିର ପ୍ରଜ୍ଞା ମହାନ୍ତି । ସେ ରମାଦେବୀ ବିଶ୍ବ ବିଦ୍ୟାଳୟରେ ଯୁକ୍ତ 2 କଳା ବିଭାଗରେ ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ । ଛାତ୍ରୀ ଜଣକ ମୃତଦେହ ନିକଟରୁ ପୋଲିସ ଏକ ହାତଲେଖା ଟିଠି ଜବତ କରିଛି । ଯେଉଁଥିରେ ମୃତ୍ୟୁ ପାଇଁ ନିଜ ପାଠ ପଢା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ମୃତ ଛାତ୍ରୀ ଜଣଙ୍କ । ସେ ବିଜ୍ଞାନ ପଢିବାକୁ ଚାହୁଁଥିଲେ ହେଲେ କଳା ପଢୁଥିଲେ । ଏନେଇ ଅନେକ ସମୟରେ ମାନସିକ ଚାପ ରହୁଥିଲା । ଆରମ୍ଭରୁ କଲେଜ ହଷ୍ଟେଲରେ ରହୁଥିବା ବେଳେ ପରେ ବାହାରେ ଏକ କୋଚିଂ ସେଣ୍ଟରରେ କୋଚିଂ ନେବା ସହ ସେଠାରେ ରହୁଥିଲେ । କଳା ବିଭାଗରେ ପାଠ ପଢ଼ିବାକୁ ତାଙ୍କର ମନ ଲାଗୁନଥିଲା ବୋଲି ଚିଠିରେ ଉଲ୍ଲେଖ ରହିଛି । ଏଥିସହ କୋଚିଂ ସେଣ୍ଟର ସମ୍ପର୍କରେ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।

ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଛି । ଏହି ଘଟଣାରେ ଆଗକୁ ତଦନ୍ତ କରିବ ପୋଲିସ । ସେହିପରି ହଷ୍ଟେଲ ସୁପରିଟେଣ୍ଡଣ୍ଟ ଉର୍ମିଳା ଦାସ କହିଛନ୍ତି ଯେ, ''ପିଲାଙ୍କ ଠାରୁ ଖବର ପାଇ ହଷ୍ଟେଲରେ ପହଞ୍ଚି ଦେଖିବାକୁ ପାଇଥିଲୁ ଛାତ୍ରୀ ଜଣଙ୍କ ଜୀବନ ହାରିଛନ୍ତି । ଏହାପରେ ପୋଲିସକୁ ଖବର ଦେବା ପରେ ମୃତଦେହ ଉଦ୍ଧାର କରାଯାଇଛି । ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇଛି । ସହପାଠୀଙ୍କ ଠାରୁ ଜାଣିବାକୁ ପାଇଛି ମିଳିଛି ସେ ନିଜର ପାଠ ପଢା ପାଇଁ ନାରାଜ ଥିଲେ । ପରୀକ୍ଷା ଚାଲିଥିବା ବେଳେ ତାଙ୍କର ଶେଷ ପେପର ପଲଟିକାଲ ସାଇନ୍ସ ବାକି ରହିଥିଲା । ହେଲେ ତା ପୂର୍ବରୁ କାହିଁକି ଏପରି ନିଷ୍ପତ୍ତି ନେଲେ ତାହା ଜଣାନାହିଁ ।''

''ସେ ପ୍ରଥମରୁ କଲେଜ ହଷ୍ଟେଲରେ ରହୁଥିଲେ । ପରେ ବାହାରେ ଯାଇ ଘରୋଇ ହଷ୍ଟେଲରେ ‌ରହୁଥିଲେ । ଏଇ ଦୁଇ ମାସ ପୂର୍ବରୁ ଅର୍ଥାତ ପରୀକ୍ଷା ପୁର୍ବରୁ ଆସି ପୁଣି କଲେଜ ହଷ୍ଟେଲରେ‌ ରହିଥିଲେ । ସେ ୭୯ପ୍ରତିଶତ ମାର୍କ ରଖି ରାୟଗଡ଼ା ଟିକିରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରୁ ପାସ ଆଉଟ୍ ହୋଇ ଆସିଥିଲେ । ଅଥଚ ଭଲ ପାଠ ପଢୁଥିବା ଛାତ୍ରୀ ଜଣକ କାହିଁକି ସୁଇସାଇଡ କଲେ ତା ପୋଲିସ ତଦନ୍ତ ପରେ ଜଣାପଡିବ । କୋଚିଂ ନେବା ସମୟରେ ସେ ବହୁତ ଚିନ୍ତାରେ ରହୁଥିଲେ । ସେଠାରେ ତାଙ୍କର ଜଣେ ସାର ଘର ସହ ଯୋଗାଯୋଗରେ ରହୁଥିଲେ । ତାର ପାଠ ପଢା ଭଲ ନଥିବା ସେ ଘର ଲୋକଙ୍କୁ କହୁଥିଲେ । ଯାହାକୁ ନେଇ ଅନେକ ସମୟରେ ଘର ଲୋକଙ୍କ ଫୋନ ଆସୁଥିଲା । ପରେ ସେ ମାନସିକ ଚାପରେ ରହୁଥିଲା । ଯାହାକି ସୁଇସାଇଡ ନୋଟରେ ଲେଖା ହୋଇଛି । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.