ETV Bharat / state

Ram Mandir: ବିଜେପିକୁ ପାର କରାଇବ କି ମନ୍ଦିର ପ୍ରତିଷ୍ଠା ? ନା କଂଗ୍ରେସ ରଣନୀତି ପଡିବ ଭାରି - will bjp be benefited in 2024 general election

ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଯେ 2024 ନିର୍ବାଚନ ଉପରେ ଓ 5ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ରାମ ମନ୍ଦିର ପ୍ରତିଷ୍ଠାର ପ୍ରଭାବ ପଡିବାକୁ ଯାଉଛି । କାରଣ ରାମ ମନ୍ଦିର ସହ ଯୋଡି ହୋଇରହିଛି ଉଗ୍ରଜାତୀୟତାବାଦ । ମୋ ମାଟି ମୋ ଦେଶ ନାରା ଦେଇ ବିଜେପି ଯେଉଁ କଳସ ଯାତ୍ରା କରିଛି ଆଗାମୀ ଦିନରେ ତାହା ନୂଆ ଇତିହାସ ଲେଖିବାକୁ ଯାଉଛି । ଭାରତର ସ୍ବାଧୀନତା ସଂଗ୍ରାମରେ ବିଜେପି ଓ ସଂଘ ପରିବାରର କୌଣସି ଅବଦାନ ନଥିଲେ ମଧ୍ୟ ବୀର ସଂଗ୍ରାମୀ ମାନଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ ନୂଆ ଇତିହାସ ଲେଖିବାକୁ ଯାଉଛି । ଅଧିକ ପଢନ୍ତୁ

ବିଜେପିକୁ ପାର କରାଇବ କି ମନ୍ଦିର ପ୍ରତିଷ୍ଠା? ନା କଂଗ୍ରେସ ରଣନୀତି ପଡିବ ଭାରି

author img

By ETV Bharat Odisha Team

Published : Nov 1, 2023, 8:47 PM IST

ବିଜେପିକୁ ପାର କରାଇବ କି ମନ୍ଦିର ପ୍ରତିଷ୍ଠା? ନା କଂଗ୍ରେସ ରଣନୀତି ପଡିବ ଭାରି

ଭୁବନେଶ୍ବର: ଆସୁଛି 2024 ବିଧାନସଭା ଓ ଲୋକସଭା ନିର୍ବାଚନ । ଏହି ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ରଣନୀତି ପ୍ରସ୍ତୁତିରେ ଲାଗିଛି । ଜାନୁଆରୀ 22 ତାରିଖରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏଥିରେ ମୁଖ୍ୟ ଅତିଥି ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଡ ପ୍ରଶ୍ନ ହେଲା ରାମ ମନ୍ଦିରକୁ ପ୍ରସଙ୍ଗ କରି ବିଜେପି 2024 ନିର୍ବାଚନ ବୈତରଣୀ ପାର ହୋଇପାରିବ କି ? ନା ଏହା ଏକ ଚିରାଚରିତ ପ୍ରସଙ୍ଗ ହୋଇ ରହିଯିବ ବିଜେପି ପାଇଁ । ଏବେ ଏହାକୁ ନେଇ ରାଜନୈତିକ ମହଲରେ ତର୍କ ବିତର୍କ ଆରମ୍ଭ ହୋଇଯାଇଛି ।

ଏନେଇ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, 2024 ନିର୍ବାଚନ ଉପରେ ଓ 5ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ରାମ ମନ୍ଦିର ପ୍ରତିଷ୍ଠାର ପ୍ରଭାବ ପଡିବାକୁ ଯାଉଛି । କାରଣ ରାମ ମନ୍ଦିର ସହ ଯୋଡି ହୋଇରହିଛି ଉଗ୍ରଜାତୀୟତାବାଦ । ମୋ ମାଟି ମୋ ଦେଶ ନାରା ଦେଇ ବିଜେପି ଯେଉଁ କଳସ ଯାତ୍ରା କରିଛି ଆଗାମୀ ଦିନରେ ତାହା ନୂଆ ଇତିହାସ ଲେଖିବାକୁ ଯାଉଛି । ଭାରତର ସ୍ବାଧୀନତା ସଂଗ୍ରାମରେ ବିଜେପି ଓ ସଂଘ ପରିବାରର କୌଣସି ଅବଦାନ ନଥିଲେ ମଧ୍ୟ ବୀର ସଂଗ୍ରାମୀ ମାନଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ ନୂଆ ଇତିହାସ ଲେଖିବାକୁ ଯାଉଛି । ପୁଣି ରହିଛି ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହା ଦେଶର ରାଜନୀତିକୁ ପ୍ରଭାବିତ କରିବାକୁ ଯାଉଛି । 2024 ନିର୍ବାଚନ ଉପରେ ଏହାର ସିଧାସଳଖ ପ୍ରଭାବ ରହିବ ବୋଲି କହିଛନ୍ତି ରବି ଦାସ । କିନ୍ତୁ ଏହାକୁ ମୁକାବିଲା ପାଇଁ କଂଗ୍ରେସ ଜାତି ଭିତ୍ତିକ ଜନଗଣନାକୁ ଗୁରୁତ୍ବ ଦେଉଛି । ଯଦି ଏହା କାମ ଦିଏ ତେବେ ରାମ ମନ୍ଦିର ପ୍ରସଙ୍ଗ ଭଣ୍ଡୁର ହୋଇଯିବାର ଆଶଙ୍କା ମଧ୍ୟ ରହିଛି ।

ଅଧିକ ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କର ଆୟୁଷ ବଢିବା ଦରକାର, କିନ୍ତୁ ସରକାରଙ୍କ ନୁହେଁ: ମନମୋହନ ସାମଲ

ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ରାମ ହେଉଛନ୍ତି ସାରା ଭାରତର । ଦେଶର ଅଗଣିତ ଜନତାଙ୍କ ପ୍ରଭୁ ହେଲେ ଶ୍ରୀରାମ । ରାମଙ୍କୁ ଭାଗ ଭାଗ କରାନଯାଉ । ରାଜନୀତି ନାଁରେ ରାମଙ୍କୁ ଭାଗ ଭାଗ ନକରିବା ଉଚିତ । ସେ ସମସ୍ତଙ୍କର । ରାମ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନୁହେଁ । ତେଣୁ ନିର୍ବାଚନ ଉପରେ କାହିଁକି ପ୍ରଭାବ ପଡିବ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ବିଜେପି ଯେଉଁ ଟ୍ରମ୍ପକାର୍ଡ ଖେଳିବାକୁ ଯାଉଛି, 2024 ନିର୍ବାଚନରେ ତାର କୌଣସି ପ୍ରଭାବ ପଡିବ ନାହିଁ । କାରଣ ରାମ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନୁହଁନ୍ତି ବୋଲି ଶରତ କହିଛନ୍ତି ।"

ସେହିପରି ବିଜେପିର ବରିଷ୍ଠ ବିଧାୟକ ମୋହନ ମାଝୀ କହିଛନ୍ତି ବିଜେପିର ବିଚାରଧାରାରେ ରାମ ଅଛନ୍ତି । ରାମ ମନ୍ଦିର ନିର୍ମାଣ ତାହାର ପ୍ରମାଣ । ବିଜେପି ଜନ୍ମ ହେବା ଠାରୁ ରାମ ମନ୍ଦିରକୁ ଦଳ ପ୍ରସଙ୍ଗ କରିଆସିଛି । କାରଣ ଏହା ଦେଶର ଧର୍ମ, ସଂସ୍କୃତି, ଆସ୍ଥା ଉପରେ ଜଡିତ । ତାହାର ସୁରକ୍ଷା ଓ ସମୃଦ୍ଧି ବିଜେପିର ଦାୟିତ୍ବ । ଆଗାମୀ ଦିନରେ ମଧ୍ୟ ବିଜେପି ରାମ ମନ୍ଦିରର ପ୍ରଚାର ପ୍ରସାର କରିବ ।

ଅନ୍ୟପଟେ ବିଶିଷ୍ଟ ଐତିହାସିକ ଅନିଲ ଧୀର କହିଛନ୍ତି, ବହୁ ବାଦ ବିବାଦ ପରେ ରାମ ମନ୍ଦିର ନିର୍ମାଣ ସମ୍ଭବ ହୋଇଛି । ଏଥିରେ ବହୁ ବ୍ୟକ୍ତିଙ୍କ ଅବଦାନ ରହିଛି। ଯଦିଓ ବିଜେପି ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିବାକୁ ଯାଉଛି , କିଛି ରାଜ୍ୟରେ ଏହା ଜନତାକୁ ପ୍ରଭାବିତ କରିବାକୁ ଥିବା ବେଳେ ଆଉ କିଛି ରାଜ୍ୟରେ ଏହା ଜନତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । 2024 ନିର୍ବାଚନରେ ଉତ୍ତର ପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ଦିଲ୍ଲୀ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରସଙ୍ଗ ରାଜନୀତିକୁ ସରଗରମ କରିବ । କିନ୍ତୁ ଦାକ୍ଷିଣାତ୍ୟ ରାଜ୍ୟ ଗୁଡିକରେ ଏହାର ପ୍ରଭାବ ରହିବ ନାହିଁ । ସେହିପରି ନର୍ଥ ଇଷ୍ଟ, ପଶ୍ଚିମବଙ୍ଗ ଏବଂ ଓଡିଶା ଭଳି ରାଜ୍ୟରେ ରାମ ମନ୍ଦିର ନିର୍ମାଣର କୌଣସି ପ୍ରଭାବ ଜନତାଙ୍କ ଉପରେ ପଡିବ ନାହିଁ ।

ଅଧିକ ପଢନ୍ତୁ- Ram Mandir Inauguration: ଭକ୍ତଙ୍କ ପାଇଁ ନିର୍ମାଣ ହେବ ଟେଣ୍ଟ ସିଟି, ମିଳିବ ନିଶୁଲ୍କ ସେବା

ବିଜେପିର ଗଠନ 1980 ରୁ ଦଳ ରାମ ମନ୍ଦିର ନିର୍ମାଣକୁ ବଡ ପ୍ରସଙ୍ଗ କରିଆସିଥିଲା । 2014 ଓ 2019 ନିର୍ବାଚନରେ ମଧ୍ୟ ଏହି ପ୍ରସଙ୍ଗ ଥିଲା। ହେଲେ ଏବେ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ... 2024 ରେ ବିଜେପି ଏହାକୁ କିଭଳି ପ୍ରସଙ୍ଗ କରିବ ତାକୁ ଅପେକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.