ETV Bharat / state

ରଜ ପାଇଁ ଚଳଚଞ୍ଚଳ ବରୁଣେଇ ପୀଠ, ଏଣ୍ଡୁରି ପିଠା ଓ କ୍ଷୀରି ଭୋଗ ନିଆରା

author img

By

Published : Jun 15, 2023, 2:23 PM IST

ମା ବରୁଣେଇ ରଜ ସଂକ୍ରାନ୍ତି ପାଇଁ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜା ପାଉଛନ୍ତି । ଅଧିକ ପଢନ୍ତୁ

raja celebration
raja celebration
raja celebration

ଖୋର୍ଦ୍ଧା: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମା ବରୁଣେଇଙ୍କ ପୀଠ। ଏହି ପୀଠର ଗୌରବମୟ ଇତିହାସ ସହ ପାଇକ ବିଦ୍ରୋହ ଯୋଡ଼ି ହୋଇ ରହିଛି । ଏଠାରେ କେଉଁ ଆବାହମାନ କାଳରୁ ରଜ ପର୍ବ ପାଳିତ ହୋଇ ଆସୁଛି ତାହାର ସନ୍ତୋଷଜନକ ଉତ୍ତର କାହା ପାଖରେ ନାହିଁ । କିନ୍ତୁ ଏଠାକାର ଚାଷୀ ଭାଇଙ୍କର ବିଶ୍ଵାସ ରହିଛି ରଜ ସଂକ୍ରାନ୍ତିରେ ମାଙ୍କୁ ଦର୍ଶନ ଦ୍ଵାରା ଫସଲ ଅମଳ ଭଲ ହେବା ସହ ମୌସୁମୀ ବର୍ଷା ଠିକ ସମୟରେ ହୋଇଥାଏ । ତେଣୁ ବରୁଣେଇ ରଜପର୍ବକୁ କୃଷିଭିତ୍ତିକ ପର୍ବ ଭାବେ ପାଳନ କରାଯାଉଛି ।

ତେବେ ଆଗରୁ ଏଠାରେ ପାରମ୍ପରିକ ରଜପର୍ବ ପ୍ରାୟ ଏକ ମାସ ହେବ ପାଳନ ହୋଇ ଆସୁଥିବା ବେଳେ କିଛି ବର୍ଷ ହେବ ମାତ୍ର ଚାରି ଦିନ ପାଳନ କରାଯାଉଛି । ଏହି ଅବସରରେ ପହିଲି ରଜ ମାଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ରଜ ସଂକ୍ରାନ୍ତି ମଧ୍ୟ ବେଶ ଆଡମ୍ବର ସହକାରେ ପାଳିତ ହେଉଛି । ରଜ ସଂକ୍ରାନ୍ତି ପାଇଁ ମା ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜା ପାଉଛନ୍ତି । ମନ୍ଦିର ପହଡ଼ ଖୋଲିବା ପରେ ମାଙ୍କ ସ୍ନାନ ନୀତି ପରେ ନୂତନ ବସ୍ତ୍ର ପରିଧାନ କରି ମା ବରୁଣେଇ ଓ କରୁଣେଇ ସର୍ବସାଧାରଣଙ୍କୁ ଦର୍ଶନ ଦେଇଛନ୍ତି । ମହିଳା , ବରିଷ୍ଠ ନାଗରିକ ଓ ହଜାର ହଜାର ଯୁବକ , ଯୁବତୀ ଲମ୍ବାଧାଡ଼ିରେ ଠିଆ ହୋଇ ମାଙ୍କ ଅପୂର୍ବ ଦର୍ଶନ କରୁଥିବା ଦେଖିବାକୁ ମିକିଛି ।

ସେହିପରି ଏ ପୀଠର ସ୍ୱତନ୍ତ୍ର ଭୋଗ ହେଉଛି ଏଣ୍ଡୁରି ପିଠା ଓ କ୍ଷୀରି । ଯଦିଓ ବର୍ଷକୁ ବାର ମାସ ମା’ଙ୍କ ନିକଟରେ ଏଣ୍ଡୁରି ପିଠା ଓ କ୍ଷୀରି ଭୋଗଲାଗି ହୋଇଥାଏ । ତଥାପି ରଜ ସମୟରେ ନଡ଼ିଆପୁର ଦିଆ ଏଣ୍ଡୁରି ପିଠା ଓ ଚାଉଳରେ ପ୍ରସ୍ତୁତ ହୋଇଥିବା କ୍ଷୀରି ପ୍ରସାଦର ସ୍ବାଦ ନିଆରା । ତେଣୁ ରଜ ସମୟରେ ମାଙ୍କ ନିକଟରେ ଭୋଗଲାଗି ହେଉଥିବା ପିଠା ଓ କ୍ଷୀରି ପ୍ରସାଦ ଖାଇବାକୁ ଭକ୍ତ ସତେ ଯେମିତି ଗୋଟିଏ ବର୍ଷ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି । ରଜ ସମୟର ମା' ଙ୍କର ଏଣ୍ଡୁରି ପିଠା ଓ କ୍ଷୀରି ର ବେଶ ଚାହିଦା ରହିଥାଏ । ଫଳରେ ମନ୍ଦିର ପରିସରରେ ପିଠା ଓ କ୍ଷୀରି ବିକ୍ରି ନେଇ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।

ଅନ୍ୟପଟେ ବରୁଣେଇ ପୀଠର ପାରମ୍ପରିକ ରଜ ପର୍ବକୁ ସରସ ସୁନ୍ଦର କରିବାକୁ ଦିଶାନ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଭିନ୍ନ ଆୟୋଜନ କରିଛି । ସାଂସ୍କୃତିକ କାର୍ଯ୍ୟକ୍ରମ, ରଜପାନ , ପୋଡ଼ପିଠା, ତାସ, ହୁଳହୁଳି ଭଳି ଅନେକ ପ୍ରତିଯୋଗିତା ଆୟୋଜନ କରାଯାଉଛି । ପହିଲି ରଜରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ବହୁ ବ୍ୟବସାୟୀ ନିଜର ପସରା ମେଲାଇ ଥିବା ଦେଖାଯାଇଛି । ଘରକରଣା ଉପକରଣ ସମେତ ଚଟପଟି ଖାଦ୍ୟ, ଦୋଳି ଓ ଖେଳନା ଭଳି ସାମଗ୍ରୀ ବିକ୍ରି ହେଉଛି । ବରୁଣେଇ ରଜପର୍ବ ଏକ କୃଷିଭିତ୍ତିକ ପର୍ବ ହୋଇଥିବା ସତ୍ତ୍ବେ ପୂର୍ବଭଳି ଆଉ ଶଗଡ଼, ଲୋଦର, ଗଉଣି ଏବଂ ପୁରାତନ କୃଷି ଉପକରଣ ଦେଖିବାକୁ ମିଳୁନି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.