ETV Bharat / state

ଆସନ୍ତା 20 ଯାଏଁ ରାଜ୍ୟରେ କାଳବୈଶାଖୀ - କାଳବୈଶାଖୀ

ଆସନ୍ତା 20 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା । ପୂର୍ବାନୁମାନ କଲା ଭୁବନେଶ୍ବର ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Mar 17, 2019, 8:54 PM IST

ଭୁବନେଶ୍ବର: ଆଜିଠୁ ଆସନ୍ତା 20 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଓଡିଶାରେ ବର୍ଷା ସହ ବିଜୁଳି ଲାଗିରହିବ । ସେହିପରି ସୁନ୍ଦରଗଡ଼,କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କଳାହାଣ୍ଡି ଓ କନ୍ଧମାଳରେ ଆସନ୍ତା କାଲି କାଳବୈଶାଖୀ ଦେଖାଦେବ । ଏହି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ସେପଟେ ସୁନ୍ଦରଗଡ଼ରେ 6 ମିଲିମିଟର ଓ କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼, ଢେଙ୍କାନାଳରେ 3 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଟିଟିଲାଗଡ଼ରେ ସର୍ବାଧିକ 38 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ସୋନପୁରରେ ସର୍ବନିମ୍ନ 16 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ସ୍ଲଗ- ବାହାଘର ଅଧାରେ ରହିଲା। ପ୍ରେମିକା ଥାନାରେ ବସି ରହିଲେ। ବାହା ହେବାକୁ ଯାଇ ପ୍ରେମିକ ଅଧାବାଟରୁ ଚମ୍ପଟ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 13/03/2019
ଆଙ୍କର- ସରିଥିଲା ବେଦି ବନ୍ଧା, ସରିଥିଲା ମଙ୍ଗନ। ବିବାହ ଭୋଜି ଖାଇ ଲୋକମାନେ ଚାହିଁ ରହିଥିଲେ ବରର ବାଟକୁ। ହେଲେ ବରର ପ୍ରେମିକା ଥାନାରେ ଅଡ଼ି ବସିଥିଲା ପ୍ରେମିକର ଵାହଘର ବନ୍ଦ ପାଇଁ। ଏ କଥା ଖବର ପାଇ ଅଧା ବାଟରୁ ବର ମାରିଥିଲା ଚମ୍ପଟ।
ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଯୁବକ ଓ ଯୁବତୀଙ୍କ ମଧ୍ୟରେ 4ବର୍ଷ ପୂର୍ବେ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ସମ୍ପର୍କ ଏତେ ନିବିଡ଼ ହୋଇଥିଲା ଯେ ଶେଷରେ ଶାରୀରିକ ସମ୍ପର୍କ ଉଭୟଙ୍କ ଭିତରେ ସ୍ଥାପନ ହୋଇଥିଲା। ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଲୁଟି ଚାଲିଥିଲେ ପ୍ରେମିକାର ଯୌବନ। ପ୍ରେମିକା ବିବାହ କରିବା ପାଇଁ ଯେତେଥର ପ୍ରସ୍ତାବ ଦିଅନ୍ତି ପ୍ରେମିକ କିଛି ବାହାନା ଦେଖାଇ ଆଡେଇ ଯାଆନ୍ତି। 12 ତାରିଖରେ ପ୍ରେମିକ ସୋର ଅଞ୍ଚଳରେ ବାହା ହେଉଥିବା ପ୍ରେମିକା ଖବର ପାଇଥିଲେ। ଏହି ବାହାଘର ବନ୍ଦ କରିବା ସହ ପ୍ରେମିକକୁ ନ ଆଣିବା ଯାଏ ଥାନାରେ ବସି ରହିବା ପାଇଁ ପୋଲିସକୁ କହିଥିଲେ। ପ୍ରେମିକ ଅନ୍ୟତ୍ର ବାହା ହେଉଛି ଓ ପ୍ରେମିକାର ଇଜ୍ଜତ ଲୁଟିଥିବା ପ୍ରେମିକା ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗୋଟେ ପଟେ ପ୍ରେମିକାର ଜିଦ ଓ ଅନ୍ୟପଟେ ପ୍ରେମିକର ବାହାଘର। ବର ବାଟକୁ କନ୍ୟାଘର ଲୋକ ଚାହିଁ ବସିଥିବା ବେଳେ ପୋଲିସ ଚଢ଼ାଉ ଖବର ପାଇ ପ୍ରେମିକ କାରରୁ ଓହ୍ଲାଇ ଚମ୍ପଟ ମାରିଥିଲେ। ପୋଲିସ କନ୍ୟାଘରେ ପହଞ୍ଚି ସମସ୍ତ କଥା କହିଥିଲା। ଏପଟେ ପ୍ରେମିକକୁ ଖୋଜି ଆଣିବା ପାଇଁ ପ୍ରେମିକା ସୋର ଥାନାରେ ବସି ରହିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଏବେ ସୋର ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.