ETV Bharat / state

ତାତିରୁ ମିଳିପାରେ ଆଶ୍ୱସ୍ତି, ଆଜି ସନ୍ଧ୍ୟାରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ତାପମାତ୍ରା 39 ରୁ 40 ଡିଗ୍ରୀ ଛୁଇଁଲାଣି । ଆସନ୍ତା 27 ଓ 28ରେ ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ଅଳ୍ପ ବର୍ଷା ହୋଇପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି ।

author img

By

Published : Mar 25, 2019, 5:13 PM IST

ଫଟୋ ସୌଜନ୍ୟ; ପ୍ରତିନିଧି, ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢୁଛି ତାତି । ପ୍ରାୟ ସମସ୍ତ ଜିଲ୍ଲାର ତାପମାତ୍ରା 39 ରୁ 40 ଡିଗ୍ରୀ ଛୁଇଁଛି । ଦିନ 10ଟା ରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଘରୁ ବାହାରିବା ମୁସକିଲ ହୋଇ ପଡ଼ୁଛି । ଆସନ୍ତା 27 ଓ 28ରେ ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ଅଳ୍ପ ବର୍ଷା ହୋଇପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି । ଏହାସହ ଆଜି ସନ୍ଧ୍ୟାରେ ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ମେଘ ସହ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର

ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ 38 ଡିଗ୍ରୀ ଉପରେ ରହିଛି । ଦକ୍ଷିଣ ଓଡିଶା, ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଆସନ୍ତା ଦୁଇ ଦିନ ମଧ୍ୟରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ୱର ପାଣିପାଗ ବିଭାଗର ସୂଚନାନୁଯାୟୀ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଏଭଳି ତାତି ସାରା ରାଜ୍ୟରେ ଅନୁଭୂତ ହେବା ସହ ତତଲା ପବନ ବୋହିବ । ଆଜି ମାଲକାନଗିରିରେ ସର୍ବାଧିକ 40 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ କେନ୍ଦୁଝରରେ ସର୍ବନିମ୍ନ 17 ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ ।

ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.