ETV Bharat / state

Balasore Train Tragedy: ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗର୍ଜିଲେ ବିରୋଧୀ, ଦାବିପତ୍ର ଦେଲା ମିଳିତ ବିରୋଧୀ ଦଳ

author img

By

Published : Jun 7, 2023, 9:14 PM IST

ରେଳ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦାବି କରିଛନ୍ତି ମିଳିତ ବିରୋଧୀ ଦଳ । ସମସ୍ତ ମୃତକଙ୍କର ନାମ ତାଲିକା ସହିତ ଫଟୋ ସହିତ ସାର୍ବଜନୀନ ଭାବେ ସବୁ ଭାଷାର ଦୈନିକ ଖବରକାଗଜରେ ପ୍ରକାଶ କରିବାକୁ ଦାବି ଉଠିଛି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 12 ଦଫା ଦାବି ଦେଲା ମିଳିତ ବିରୋଧୀ ଦଳ

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗର୍ଜିଲେ ବିରୋଧୀ

ଭୁବନେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ଗର୍ଜିଲେ ବିରୋଧୀ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି ସହ, 10 ଦଫା ଦାବି ନେଇ ଏକାଠି ହେଲେ 12ଟି ରାଜନୈତି ଦଳ । ମିଳିତ ବିରୋଧୀଙ୍କ ଦାବି... ନୈତିକତା ଦୃଷ୍ଟିରୁ ପ୍ରଥମେ ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ସିବିଆଇ ତଦନ୍ତ ପ୍ରତ୍ୟାହାର କରି ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ କରୁ । ସେହିପରି ଦୁର୍ଘଟଣାରେ ମୃତକଙ୍କ ପରିବାକୁ 50 ଲକ୍ଷ କ୍ଷତି ପୂରଣ ସହ ସ୍ଥାୟୀ ଚାକିରି ଦିଆଯାଉ । ରେଳଯାତ୍ରୀଙ୍କ ସୁରକ୍ଷାକୁ ନିଶ୍ଚିତ ଭଳି 10 ଦଫା ସମ୍ପର୍କିତ ଦାବି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ।

ଏହାବି ପଢନ୍ତୁ- ପୁଣି ଜୀବନ ନେଲା ଲୌହ ଦାନବ, ଯାଜପୁରରେ ମାଲବାହୀ ଟ୍ରେନ ଚଢ଼ିଯିବାରୁ ୬ ମୃତ

ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ଓ ପୀଡ଼ିତ ପରିବାରଗୁଡିକୁ ଉଚିତ ନ୍ୟାୟ ପ୍ରଦାନ କରିବା ପାଇଁ10 ଦଫା ଦାବି ରଖିଛନ୍ତି 12 ରାଜନୈତିକ ଦଳ । ଦାବିଗୁଡିକ ମଧ୍ୟରେ ରହିଛି, ସୁପ୍ରିମକୋର୍ଟର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ବିଶେଷଜ୍ଞ ଦଳ ବା ଏସଆଇଟି ଦ୍ବାରା ତଦନ୍ତ କରାଯାଉ । କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ଓ ଜନସାଧାରଣଙ୍କ ବିଶ୍ବାସ ହରାଇଥିବା ସିବିଆଇ ତଦନ୍ତ ଘୋଷଣାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ରେଳ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ । ସମସ୍ତ ମୃତକଙ୍କର ନାମ ତାଲିକା ସହିତ ଫଟୋ ସହିତ ସାର୍ବଜନୀନ ଭାବେ ସବୁ ଭାଷାର ଦୈନିକ ଖବରକାଗଜରେ ପ୍ରକାଶ କରାଯାଉ । ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଏବଂ ହସ୍ତାନ୍ତର ବ୍ୟବସ୍ଥାକୁ ସରଳୀକରଣ କରାଯାଉ । ପ୍ରତ୍ୟେକ ମୃତକଙ୍କ ପରିବାରକୁ 50ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉ । ସମସ୍ତ ଆହତମାନଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ମାଗଣା ଚିକିତ୍ସା ପ୍ରଦାନ କରିବା ସହିତ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଆର୍ଥିକ ସହାୟତା ଦିଆଯାଉ ।

ପ୍ରତ୍ୟେକ ମୃତକ ପରିବାର ଏବଂ ଗୁରୁତର ଆହତ ହୋଇ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇଥିବା ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଉ । ରେଳ ବିଭାଗରେ ଖାଲି ପଡ଼ିଥିବା 3 ଲକ୍ଷ 12 ହଜାର ପଦବୀ ଶୀଘ୍ର ପୂରଣ କରାଯାଉ । ରେଳ ବ୍ୟବସ୍ଥାର ସାମଗ୍ରିକ ଭିତ୍ତିଭୂମିର ବିକାଶ, ରେଳ ଧାରଣାର ରକ୍ଷଣାବେକ୍ଷଣ, ଆସନ୍ନ ଦୁର୍ଘଟଣା ରୋକିବା ପାଇଁ ଅତ୍ୟାଧୁନିକ କବଚ ବ୍ୟବହାର କରିବା ଘରୋଇ କରଣ ପ୍ରକ୍ରିୟା ବନ୍ଦ, ରେଳ ଯାତ୍ରାରେ ସବୁ ଯାତ୍ରୀଙ୍କ ନିରାପତ୍ତା, ପାନୀୟ ଜଳ, ଉନ୍ନତ ପାଇଖାନା, ସଫେଇ ବ୍ୟବସ୍ଥା, ଖାଦ୍ୟର ମାନ ବୃଦ୍ଧି ଲୋକ ରନିଂ ଷ୍ଟାଫ, ଗାର୍ଡ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଷ୍ଟାଫଙ୍କ କାର୍ଯ୍ୟ ସମୟ ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦେଇ ରେଳ ବଜେଟରେ ଅର୍ଥ ବିନିଯୋଗ କରାଯାଉ ବୋଲି ଦାବି ପତ୍ର ଦେଇଛନ୍ତି ।

ସେହିପରି ସାଧାରଣ ଯାତ୍ରୀଙ୍କ ଯାତାୟତ ପାଇଁ ଅଧିକରୁ ଅଧିକ ସ୍ଲିପର କୋଚ୍‌, ସାଧାରଣ କୋଚ ପ୍ରଚଳନ ସହିତ ସୁଲଭ ମୁଲ୍ୟାରେ ଯାତ୍ରା କରିବା ସୁବିଧା ଇତ୍ୟାଦି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉ । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାର, ଆହତ ହୋଇଥିବା ପରିବାର ଏବଂ ସାଧାରଣ ରେଳ ଯାତ୍ରୀଙ୍କର ସୁରକ୍ଷା ଏବଂ ସ୍ବାର୍ଥ ପାଇଁ ଦାବି ପତ୍ର ଦେଇଛନ୍ତି ମିଳିତ ବିରୋଧୀ ଦଳ ।

ଏହି ମିଳିତ ବିରୋଧୀ ଦଳରେ ରହିଛନ୍ତି କଂଗ୍ରେସ, ସିପିଆଇ, ସିପିଆଇଏମ, ସିପିଆଇଏମଏଲ ଲିବରେସନ, ଅଲ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ, ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସମତାକ୍ରାନ୍ତି ଦଳ, ସିପିଆଇଏମଏଲ ଓ ଆରପିଆଇ ଭଳି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.