ଭୁବନେଶ୍ବର: ପ୍ରତିଶୃତି ପୂରଣ କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣ । ପଶ୍ଚିମ ଏବଂ ଦକ୍ଷିଣ ଓଡିଶାରେ ରେଳ ଗମନାଗମନର ସଂଯୋଗ ବୃଦ୍ଧି ହୋଇଛି। ବରଗଡ, ବଲାଙ୍ଗୀର, ଟିଟିଲାଗଡ, କେସିଙ୍ଗା ଏବଂ ରାୟଗଡା ଦେଇ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ବଲପୁର ବନାରସ ଏକ୍ସପ୍ରେସର ସମ୍ପ୍ରସାରଣ ପାଇଁ ଅନୁମୋଦନ ହୋଇଛି। ଏନେଇ ପୂର୍ବତଟ ରେଳବାଇ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ପୂର୍ବତଟ ରେଳବାଇର ସୂଚନା ଅନୁଯାୟୀ, ପ୍ରତିଶ୍ରୁତି ପାଳନ କରିବାର ରେକର୍ଡ ଜାରି କରି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାର ପଶ୍ଚିମ ଏବଂ ଦକ୍ଷିଣ ଅଞ୍ଚଳ ଜିଲ୍ଲାମାନଙ୍କରେ ରେଳ ସେବା ବୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରମାଣ କରିଛନ୍ତି । ଫଳରେ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ରାୟଗଡ଼ା ଏବଂ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କ ଦୀର୍ଘ ଦିନର ଚାହିଦା ପୂରଣ ହୋଇଛି । ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶା ଲୋକଙ୍କୁ ବନାରସ ସହିତ ସଂଯୋଗ କରିବା ଏହି ପ୍ରୟାସର ଉଦ୍ଦେଶ୍ୟ । ଏହି ସଂଯୋଗର ଚାହିଦା ଅଶ୍ୱିନୀ ବୈଷ୍ଣବଙ୍କ ଜନ-ଆଶୀର୍ବାଦ ଯାତ୍ରା ସମେତ ଏହି ଅଞ୍ଚଳ ଗସ୍ତ ସମୟରେ ସ୍ୱର ଉତ୍ତୋଳନ କରାଯାଇଥିଲା ଏବଂ ସେ ସେମାନଙ୍କର ଆବଶ୍ୟକତା ପୂରଣ ହେବ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ ମନ୍ତ୍ରୀ । କାଶୀକୁ ରେଳ ସଂଯୋଗର ମହତ୍ବକୁ ଅବହେଳା କରାଯାଇପାରିବ ନାହିଁ । କାରଣ ଏହା ଏହି ଅଞ୍ଚଳର ଅଧିବାସୀମାନଙ୍କୁ ଆହ୍ଲାବାଦ ଏବଂ ବାରାଣାସୀ ଭଳି ସ୍ଥାନଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା କରିବାକୁ ସହାୟତା ହେବ ।
ଏହା ମଧ୍ୟ ପଢନ୍ତୁ- ଖୋର୍ଦ୍ଧାରେ ଦେଶର ପ୍ରଥମ ଟ୍ରେନ ମ୍ୟାନେଜମେଣ୍ଟ ସେଣ୍ଟର, ଉଦଘାଟନ କଲେ ରେଳମନ୍ତ୍ରୀ
ସମ୍ବଲପୁରଠାରୁ ବିଶାଖାପାଟନମ ପର୍ଯ୍ୟନ୍ତ ରେଳ ଲିଙ୍କ୍ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଲୋକଙ୍କ ଜୀବନରେଖା ଭଳି କାର୍ଯ୍ୟ କରିବ । ଏହା ସହିତ ଦକ୍ଷିଣ ଓଡ଼ିଶାର ଲୋକମାନଙ୍କର ଏକାଧିକ କାର୍ଯ୍ୟ ଉଦ୍ଦେଶ୍ୟରେ ସେବା କରିବ । ସର୍ବପ୍ରଥମେ, ଏହା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ସେବାରେ ସହଜ ପାଇଁ ଚାହିଦା ପୂରଣ କରିବ କାରଣ ଏହି ଅଞ୍ଚଳର ଅନେକ ବାସିନ୍ଦା ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ବିଶାଖାପାଟନମ୍ ଯାତ୍ରା କରନ୍ତି । ଏହି ପଦକ୍ଷେପ ନୂତନ ବ୍ୟବସାୟ ଏବଂ ବାଣିଜ୍ୟ ସହଭାଗିତା ପ୍ରତିପାଦନ ପାଇଁ ମଧ୍ୟ ପ୍ରତିଶୃତି ପୂରଣ କରିବ, ଯାହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ପୂର୍ବତଟ ରେଳବାଇ ତରଫରୁ କୁହାଯାଇଛି ।
ରେଳ ସଂଯୋଗୀକରଣରେ ବିପ୍ଳବ ଆଣି ସମ୍ବଲପୁର ଏବଂ ବିଶାଖାପାଟନମ୍ ମଧ୍ୟରେ ଟ୍ରେନ୍ ସେବା ସମ୍ପ୍ରସାରଣ ରେଳ ସଂଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗକୁ ପ୍ରତିପାଦିତ କରିବ । ଏହା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ସଂଯୋଗ କରି ଅନେକ ସୁଯୋଗର ଦ୍ୱାର ଖୋଲିବାର ସହାୟତା କରିବ । 18312/11 ବାରାଣାସୀ-ସମ୍ବଲପୁର-ବାରଣାସୀ ଦ୍ୱି-ସାପ୍ତାହିକ ଏକ୍ସପ୍ରେସ୍ର ସମ୍ପ୍ରସାରଣକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ କରାଯାଇଛି । ଏହି ସମ୍ପ୍ରସାରଣ ଓଡ଼ିଶାର ଦକ୍ଷିଣ ଏବଂ ପଶ୍ଚିମାଞ୍ଚଳ ଜିଲ୍ଲା ବିଶେଷ ଭାବରେ କେବିକେ ଅଞ୍ଚଳ ପାଇଁ ମଧ୍ୟ ଉପକୃତ ହେବା ସହିତ ଉତ୍ତର ଆନ୍ଧ୍ର ଅଞ୍ଚଳ ମଧ୍ୟ ଏହି ପଦକ୍ଷେପ ଦ୍ୱାରା ସଂଯୋଗୀକରଣ କରାଯାଇ ମଧ୍ୟବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ସହିତ ସଂଯୋଗ ଉପରେ ଏକ ପ୍ରଭାବ ପକାଇପାରିବ । ଯାହାକି କାଶୀ, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କ୍ସନ୍, ହଟିଆ, ରାଞ୍ଚି, ରାଉରକେଲା, ଝାରସୁଗୁଡ଼ା, ଏବଂ ସମ୍ବଲପୁର ଜିଲ୍ଲାମାନଙ୍କରେ ରେଳ ସଂଯୋଗ ସୃଷ୍ଟି କରି ପଶ୍ଚିମାଞ୍ଚଳ ଜିଲ୍ଲା ମାନଙ୍କର ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ଗମନାଗମନ ସଂଯୋଗରେ ବୃଦ୍ଧି ପାଇବାକୁ ପ୍ରୟାସ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର