ETV Bharat / state

ଅଟ୍ରିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ହେଲା ପୂରଣ, ରେଳ ଷ୍ଟେସନ ପ୍ରତିଷ୍ଠା ପାଇଁ ମିଳିଲା ଅନୁମତି

author img

By

Published : Jul 12, 2023, 7:32 AM IST

ବାଘମାରୀ ପଞ୍ଚାୟତ ଅଟ୍ରି ଠାରେ ଏକ ରେଳ ଷ୍ଟେସନ ପ୍ରତିଷ୍ଠା ପାଇଁ ମିଳିଲା ଅନୁମତି । ଦୀର୍ଘ ଦିନର ଦାବି ହେଲା ପୂରଣ । ଅଧିକ ପଢ଼ନ୍ତୁ

ଅଟ୍ରି ଠାରେ ରେଳ ଷ୍ଟେସନ ପ୍ରତିଷ୍ଠା ପାଇଁ ମିଳିଲା ଅନୁମତି

ଖୋର୍ଦ୍ଧା: ଫୁଟିଲା ଅଟ୍ରୀବାସୀଙ୍କ ମୁହଁରେ ହସ । ଦୀର୍ଘଦିନ ଧରି ରହିଥିବା ଦାବି ଶୁଣିଛନ୍ତି ରେଳ ବିଭାଗ । ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥର ବାଘମାରୀ ପଞ୍ଚାୟତ ଅଟ୍ରି ଠାରେ ଏକ ରେଳ ଷ୍ଟେସନ ପ୍ରତିଷ୍ଠା ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ । ଏହି ଦାବିକୁ ସୋମବାର ରେଳ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ପୂର୍ବତଟ ରେଳ ବିଭାଗ ଅଧିନରେ ଥିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ପଞ୍ଚାୟତର ଅଟ୍ରି ନିକଟରେ ପାସେଞ୍ଜର ହଲଟ ନିର୍ମାଣ କରିବା ପାଇଁ ସ୍ବୀକୃତି ଦେଇଛି ।

ଏନେଇ ସୋମବାର ପୂର୍ବତଟ ରେଳପଥର ଚିଫ୍‌ କମର୍ସିଆଲ ମ୍ୟାନେଜରଙ୍କ ପକ୍ଷରୁ ଇଷ୍ଟ୍‌କୋଷ୍ଟ୍‌ ରେଳବିଭାଗ ଡିଭିଜନ କମର୍ସିଆଲ ମ୍ୟାନେଜରକୁ ଚିଠି ଅନୁମୋଦନ ହୋଇଛି । ଏହି ଖବର ଜଣାପଡିବା ପରେ ବାଘମାରୀ ଅଞ୍ଚଳବାସୀ ଖୁସି ଜାହିର କରିବା ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରେଳ ବିଭାଗ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଅନ୍ତର୍ଗତ ବାଘମାରୀ ଅଟ୍ରି ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳପଥରେ ରେଳ ରହଣି ସ୍ଥଳ କରିବାକୁ ପଞ୍ଚାୟତ କମିଟି ସମେତ ସ୍ଥାନୀୟ ଲୋକେ ଦାବିକରି ଆସୁଥିଲେ । ଏହି ଷ୍ଟେସନ ହେବାଦ୍ୱାରା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଅଟ୍ରୀ ଉଷ୍ମ ପ୍ରସବଣକୁ ପର୍ଯ୍ୟଟକଙ୍କ ଆଗମନ ସୁବିଧା ହେବ ।

ଅଧିକ ପଢ଼ନ୍ତ: ଅମୃତ ଭାରତ ରେଳ ଯୋଜନାରେ ଯୋଡି ହେଲା କେସିଙ୍ଗା, ଯାତ୍ରୀଙ୍କ ପାଇଁ ରହିବ ଅତ୍ଯାଧୁନିକ ସୁବିଧା: ଜିଏମ

ଅଟ୍ରି ଠାରେ ଏକ ରେଳ ଷ୍ଟେସନ ପ୍ରତିଷ୍ଠା ଅନୁମତି ପରେ ବାଘମାରୀ ସରପଞ୍ଚ ମାନସ ବିଶ୍ୱାଳ କହିଛନ୍ତି, ‘‘ଅଟ୍ରୀ ଉଷ୍ମ ପ୍ରସବଣ ଏକ ଜଣାଶୁଣା ପର୍ଯ୍ୟଟନ ସ୍ଥଳୀ । କେବଳ ଦେଶ ନୁହେଁ ଦେଶ ବାହାରୁ ଅନେକ ପର୍ଯ୍ୟଟନ ଏଠାକୁ ଭ୍ରମଣ କରିବାକୁ ଆସିଥାଆନ୍ତି । ଏହି ଅଞ୍ଚଳରେ ରେଳ ଷ୍ଟେସନ ହେବା ଫଳେରେ ପର୍ଯ୍ୟଟକଙ୍କୁ ସୁବିଧା ହେବ । ଆଖପାଖ ଅଞ୍ଚଳର ଲୋକମାନେ ବି ସୁବିଧା ପାଇବେ । ଏହି ଷ୍ଟେସନ ପାଇଁ ଆବଶ୍ୟକ ପଡୁଥିବା ପ୍ରାୟ 21 ଏକର ଜମି ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଯିବ । ପର୍ଯ୍ୟଟନ ବଢ଼ିଲେ ଗ୍ରାମବାସୀ ଦୁଇ ପଇସା ଅଧିକ ରୋଜଗାର କରିବାର ସୁଯୋଗ ପାଇବେ ।’’

ଏହି ରେଳ ଷ୍ଟେସନ ଖୋର୍ଦ୍ଧା ଟାଉନ ଷ୍ଟେସନ ଓ ବେଗୁନିଆ ରେଳ ଷ୍ଟେସନ ମଧ୍ୟରେ ଥିବା ଅଟ୍ରି ଗ୍ରାମ ଖେଳ ପଡ଼ିଆ ନିକଟରେ ନିର୍ମାଣ ହେବା ନେଇ ରେଳ ବିଭାଗ ପକ୍ଷରୁ ଜମି ଚିହ୍ନଟ କରାଯାଇଛି ।

ଇଟିଭି ଭାରତ ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.