ଖୋର୍ଦ୍ଧା: ମାତିଛନ୍ତି ଖଣି ମାଫିଆ । ସରକାରୀ ଜାଗାରୁ ବେଆଇନ ଭାବେ ଖଣିଜ ଦ୍ରବ୍ୟ ଲୁଟ କରି ବେସ ଭଲ ମୁନାଫା କମାଉଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର । ଖୋର୍ଦ୍ଧା ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଆଇଆଇଟି ନିକଟରେ ଥିବା ସରକାରୀ ଜମିରୁ ବେଆଇନ ଭାବେ ମୋରମ ଲୁଟ ବେଳେ ଜଟଣୀ ପୋଲିସ ଚଢ଼ାଉ କରିଛି ।
ଗୋଟିଏ ହାଇୱା ଓ ଜେସିବି ମେସିନକୁ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରିଥିବା ଜଟଣୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ