ETV Bharat / state

ନିର୍ବାଚନରେ ମହିଳା ସଂରକ୍ଷଣ ପ୍ରସଙ୍ଗ: ବିଜେଡି 50%, କଂଗ୍ରେସ 60%, ବିଜେପି କେତେ ?

author img

By

Published : May 16, 2023, 5:30 PM IST

କେନ୍ଦ୍ରରେ ୟୁପିଏ ସରକାର ଅମଳରେ ୨୦୧୦ ମସିହାରୁ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି । ତେବେ ୨୦୧୪ ଯାଇ ୨୦୧୯ ସାଧାରଣ ନିର୍ବାଚନ ମଧ୍ୟ ମଧ୍ୟ ଗଲାଣି । ଏବେ ପର୍ଯ୍ୟନ୍ତ ଏହି ସଂରକ୍ଷଣ ବିଲ ଲୋକସଭାରେ ଆଗତ କରିନାହାନ୍ତି କେନ୍ଦ୍ର ସରକାର । ତେବେ ବିଜେଡି ୨୦୨୪ ନିର୍ବାଚନରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେବାକୁ କହିଥିବା ବେଳେ କଂଗ୍ରେସ ୬୦ ପ୍ରତିଶତ ନେଇ ଆଶାବାଦୀ । ହେଲେ ବିଜେପି କେବେ ? ଅଧିକ ପଢ଼ନ୍ତୁ

ନିର୍ବାଚନରେ ମହିଳାଙ୍କୁ ସଂରକ୍ଷଣ ପ୍ରସଙ୍ଗ
ନିର୍ବାଚନରେ ମହିଳାଙ୍କୁ ସଂରକ୍ଷଣ ପ୍ରସଙ୍ଗ
ନିର୍ବାଚନରେ ମହିଳାଙ୍କୁ ସଂରକ୍ଷଣ ପ୍ରସଙ୍ଗ

ଭୁବନେଶ୍ବର: ପାଖେଇ ଆସିଲାଣି ୨୦୨୪ ନିର୍ବାଚନ । କିନ୍ତୁ ଏଯାଏଁ ଲୋକସଭାରେ ପାସ ହେଲାନି ମହିଳା ସଂରକ୍ଷଣ ବିଲ । ଦେଶର ସବୁ ରାଜ୍ୟରେ ମହିଳାଙ୍କୁ କେମିତି ମିଳିବ ସଂରକ୍ଷଣ । କେନ୍ଦ୍ରରେ ୟୁପିଏ ସରକାର ଅମଳରେ ୨୦୧୦ ମସିହାରୁ ରାଜ୍ୟସଭାରେ ଏହି ବିଲ ପାରିତ ହୋଇସାରିଛି । ହେଲେ ଲୋକସଭାରେ ଆଜି ପର୍ଯ୍ୟନ୍ତ ପାରିତ ହୋଇନାହିଁ । ୨୦୧୪ ଯାଇ ୨୦୧୯ ଗଲାଣି । ଏବେବି ସର୍ବସମ୍ମତି କ୍ରମେ ପାରିତ ହୋଇନି ବିଲ ।

'ବିଜେଡି ଦେବ ୫୦ ପ୍ରତିଶତ': ଯଦି ଓଡିଶା କଥା ଦେଖାଯାଏ ତେବେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, "ପୂର୍ବରୁ ଅର୍ଥାତ ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭାରେ ଏକ ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରାଯାଇ ଲୋକସଭା ପଠାଯାଇଥିଲା । ୨୦୨୪ ନିର୍ବାଚନରେ ଉଭୟ ବିଧାନସଭା ଏବଂ ଲୋକସଭା କ୍ଷେତ୍ରରେ ୫୦ ପ୍ରତିଶତ ସଂରକ୍ଷଣ କରାଯାଇ ଟିକେଟ ଦିଆଯିବ । ତେବେ କେନ୍ଦ୍ର ସରକାରଙ୍କ ଯଦି ମହିଳାଙ୍କ ପ୍ରତି ଏତେ ଦରଦ ଅଛି, ତେବେ ଲୋକସଭାରେ ମହିଳା ସଂରକ୍ଷଣ ବିଲ ପାସ କରୁନାହାନ୍ତି କାହିଁକି ? ଗୃହରେ ତ ତାଙ୍କ ଦଳର ସଂଖ୍ୟା ଗରିଷ୍ଠତା ଅଛି ।"

'୬୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବାକୁ ପ୍ରସ୍ତୁତ ଅଛି କଂଗ୍ରେସ': ଅନ୍ୟପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ୟୁପିଏ ସରକାର ଅମଳରେ ରାଜ୍ୟସଭାରେ ୧୦ ମାର୍ଚ୍ଚ ୨୦୧୦ରେ ଏହି ବିଲ ପାରିତ ହୋଇଥିଲା । ଏବେ ବିଜେପି ସରକାର ଏହି ବିଲକୁ ଲୋକସଭାରେ ଆଣିବା କଥା । କିନ୍ତୁ ରାଜ୍ୟ କଥା ଯଦି ଦେଖାଯାଏ ଯେଉଁଠାରେ ଜିତିବାର ସମ୍ଭାବନା ଥିବ ସେହି କ୍ଷେତ୍ରରେ ଆମେ ୬୦ ପ୍ରତିଶତ ମହିଳାଙ୍କୁ ୨୦୨୪ ନିର୍ବାଚନରେ ଟିକେଟ ଦେବାକୁ ପ୍ରସ୍ତୁତ ଅଛୁ । ୯ରୁ ୯୦ ମିଶନ ସହ ଦଳ କ୍ଷମତାକୁ ଆସିବା ପାଇଁ ପ୍ରସ୍ତୁତ ହେଉଛି । ତେଣୁ ଯେଉଁଠାରେ ଜିତିବାର ସମ୍ଭାବନା ଥିବ, ଆମେ ୫୦ ନୁହେଁ ୬୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବାକୁ ପ୍ରସ୍ତୁତ ଅଛୁ ।"

କେନ୍ଦ୍ର ନେତୃତ୍ବଙ୍କ ଉପରେ ଛାଡି ଦେଇଛି ବିଜେପି: ଅନ୍ୟପଟେ ବିଜେପି ନେତା ରମାରଞ୍ଜନ ବଳିୟାରସିଂହ କହିଛନ୍ତି, "ବିଲ କେବେ ଆସିବ, ନିର୍ବାଚନରେ ମହିଳାମାନଙ୍କୁ କେତେ ସଂରକ୍ଷଣ ଦିଆଯିବ ଏହା ହେଲା କେନ୍ଦ୍ର ସରକାରଙ୍କ ପଲିସି ନିଷ୍ପତ୍ତି । ତେବେ ବିଜେଡି କେବଳ ମହିଳାଙ୍କୁ ଟିକେଟ ଦେଇଦେଲେ ହେବନାହିଁ, ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନା, ଦୁଷ୍କର୍ମ, ହତ୍ୟା ଭଳି ସଂଗଠିତ ଅପରାଧକୁ ମଧ୍ୟ ଦେଖିବା ଦରକାର । କାରଣ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏହା କେନ୍ଦ୍ର କିମ୍ବା ରାଜ୍ୟର କଥା ନୁହେଁ । ପ୍ରଥମେ ମହିଳାଙ୍କ ସୁରକ୍ଷା କଥା ଚିନ୍ତା କରିବା ଦରକାର ।"

କାର୍ଯ୍ୟକାରୀ କରିବ ତ ଶାସକ ଦଳ !: ସେପଟେ ନିର୍ବାଚନରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବା କଥା ବିଜେଡି କହିବାକୁ ସ୍ବାଗତ କରିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ସେ କହିଛନ୍ତି, "ଏହା ଅତ୍ୟନ୍ତ ସ୍ବାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେବା ଦରକାର । ଦଳକୁ ରାଜ୍ୟରେ ସରକାର ଗଢିବାକୁ ହେଲେ ସଂଖ୍ୟା ଗରିଷ୍ଠତା ଦରକାର । କେବଳ ୫୦ ପ୍ରତିଶତ ମହିଳା ପ୍ରାର୍ଥୀ ଦେଲେ ହେବ ନାହିଁ, ସେମାନଙ୍କୁ ଜିତିବାକୁ ମଧ୍ୟ ପଡିବ ।" ତେଣୁ ସେହି ଅନୁସାରେ ବିଜେଡି ଅଙ୍କ କଷିବା ଦରକାର ବୋଲି କହିଛନ୍ତି ରବି ଦାସ ।

ଝାରସୁଗୁଡା ଉପନିର୍ବାଚନ ପରେ ପୁଣି ଜଣେ ମହିଳା ବିଧାୟିକା ବିଧାନସଭାକୁ ନିର୍ବାଚିତ ହୋଇଯାଇଛନ୍ତି । ମହିଳା ପ୍ରାର୍ଥୀ ଓ ମହିଳା ଭୋଟରଙ୍କ ଉପରେ ଫୋକସ କରୁଛି ଶାସକ ଦଳ । ୨୦୨୪ ନିର୍ବାଚନରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇ ପୁଣି ଥରେ ମହିଳା କାର୍ଡ ଖେଳିବାକୁ ଯାଉଛି ଦଳ । ଅନ୍ୟପଟେ କଂଗ୍ରେସ ବିଜୟୀ ଆଶା ଥିବା ପ୍ରାର୍ଥୀଙ୍କ କ୍ଷେତ୍ରରେ ମହିଳାଙ୍କୁ ପ୍ରାଥମିକତା ଦେବାକୁ କହୁଥିବା ବେଳେ ବିଜେପି ସବୁକିଛି କେନ୍ଦ୍ର ନେତୃତ୍ବଙ୍କ ଉପରେ ଛାଡି ଦେଇଛି । ଦେଖିବାର କଥା କେନ୍ଦ୍ର ସରକାର ୨୦୨୪ ନିର୍ବାଚନ ପୂର୍ବରୁ ଲୋକସଭାରେ ମହିଳା ସଂରକ୍ଷଣ ବିଲ ପାସ କରୁଛନ୍ତି କି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.