ETV Bharat / state

ବାତ୍ୟା ପରିସ୍ଥିତିରେ ସୁଧାର ପାଇଁ ସହଯୋଗ କରନ୍ତୁ ଜନତା: ଡିଜିପି

author img

By

Published : May 6, 2019, 7:07 PM IST

ପରିସ୍ଥିତିରେ ସୁଧାର ଆଣିବା ପାଇଁ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ଜନସାଧାରଣ ସହଯୋଗ କରନ୍ତୁ ଓ ଧୈର୍ଯ୍ୟ ରଖନ୍ତୁ ବୋଲି କହିଛନ୍ତି ଡିଜିପି ଆର୍‌ପି ଶର୍ମା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବାତ୍ୟା ଫନିକୁ ନେଇ ସବୁଠି ହାହାକାର । ଆଇନ ଶୃଙ୍ଖଳା ବିଗିଡିବାରେ ଲାଗିଛି । ସ୍ଥିତି ସୁଧାରିବାକୁ ସମସ୍ତେ ଚେଷ୍ଟା କରୁଛନ୍ତି । ରାଜ୍ୟ ରାଜଧାନୀ ଭୁବନେଶ୍ଵର ଓ କଟକ ସହର ବାତ୍ୟା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି । ଓଡ଼ିଶା ପୋଲିସ, ଏନ୍‌ଡିଆରଫ୍ ଓ ଓଡ୍ରାଫ୍ ଟିମ୍‌ର ମିଳିତ ଉଦ୍ୟମରେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରାଯାଉଛି । ପରିସ୍ଥିତିରେ ସୁଧାର ଆଣିବା ପାଇଁ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ଜନସାଧାରଣ ସହଯୋଗ କରନ୍ତୁ ବୋଲି କହିଛନ୍ତି ଡିଜିପି ଆର୍‌ପି ଶର୍ମା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଓଡ଼ିଶା ପୋଲିସର ବହୁ ମାତ୍ରାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ଆବଶ୍ୟକସ୍ଥଳେ ଅନ୍ୟ ଜିଲ୍ଲାରୁ ଅଧିକରୁ ଅଧିକ ପୋଲିସ ଆସିବେ ବୋଲି ସୂଚନା ଦେଇଛନ୍ତି ଡିଜିପି ।

ବାତ୍ୟା ପରେ ଜନସାଧାରଣ କିଛି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାରୁ ରାସ୍ତା ଉପରେ ଧାରଣା ଦେଉଛନ୍ତି । ଓଡ଼ିଶାର ଯେଉଁ ସ୍ଥାନ ମାନଙ୍କରେ ଫନିର ପ୍ରଭାବ ପଡିଛି ସେଠାରେ ପୋଲିସର ପେଟ୍ରୋଲିଂ କରାଯାଉଛି । କୌଣସି ଅଘଟଣ ଯେପରି ନଘଟେ ତେଣୁ ବିଭିନ୍ନ ପେଟ୍ରୋଲ ପମ୍ପ ଓ ପିଇବା ପାଣି ଗାଡ଼ି ପାଖରେ ପୋଲିସ ମୁତୟନ ହୋଇଛନ୍ତି । ଆସନ୍ତା ୨ ଦିନ ଭିତରେ ଟ୍ରାଫିକ ବ୍ୟବସ୍ଥା ସୁଧୁରିବ ବୋଲି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ।

ଏହି ବାତ୍ୟାରେ ସମସ୍ତ ଘର, ମୋବାଇଲ ଟାୱାର, ବଡ଼ ବଡ଼ ଗଛ ଆଦି ପ୍ରଭାବିତ ହୋଇଥିବା ବେଳେ ପୋଲିସ ଷ୍ଟେସନ, ପୋଲିସ ହାଉସ, ପୋଲିସ ରିଜର୍ଭ ଆଦି ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏହା ଛଡା ପୁରୁଣା ପୋଲିସ ଥାନା ଗୁଡ଼ିକ ମଧ୍ୟ ଭାଙ୍ଗି ଯାଇଛି । ଅନେକ ଅଞ୍ଚଳରେ ଯୋଗାଯାଗ ବିଚ୍ଛିନ୍ନ ହୋଇ ପଡିଥିବାରୁ ସେଥିରେ ସୁଧାର କରିବା ପାଇଁ ସମସ୍ତ ସୁବିଧା ଖୁବ ଶିଘ୍ର କରାଯିବ ବୋଲି ପୋଲିସ ଡିଜିପି ଆର୍‌ପି ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

HNM H

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.