ETV Bharat / state

ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି - public hearing

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଫ୍ଲାଏଓଭର୍ ବ୍ରିଜ ପାଇଁ ୧୨୩ ଡିସିମିଲ ଜମି ଅଧିଗ୍ରହଣ ପାଇଁ ଜନ ଶୁଣାଣି ହୋଇଛି । ଅଧିକ ପଢନ୍ତୁ...

public hearing for land Acquisition in khordha
ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି
author img

By

Published : Oct 29, 2020, 9:35 AM IST

ଖୋର୍ଦ୍ଧା: ଜଟଣୀ ଫ୍ଲାଏଓଭର୍ ବ୍ରିଜ ପାଇଁ ଜମି ଅଧିଗ୍ରହଣ ନେଇ ଗୁରୁବାର ଜନଶୁଣାଣି ସ୍ଥାନୀୟ ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଛି । ଏଥିରେ ଲୋକଙ୍କ ଉପରେ କିଭଳି ସାମିଜିକ ପ୍ରଭାବ ପଡିବ ଆଦି ଆଲୋଚନା କରାଯାଇଛି ।

ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି

ବର୍ତ୍ତମାନ ନିର୍ମାଣଧୀନ ଏହି ବ୍ରିଜ ନିମନ୍ତେ ୨୩ ଜଣଙ୍କ ବ୍ୟକ୍ତିଗତ ମାଲିକାନାରେ ରହିଥିବା ୧୨୩ ଡିସିମିଲ ଜମି ଆବଶ୍ୟକ ପଡ଼ୁଛି। ପ୍ରଶାସନ ପକ୍ଷରୁ ସେଗୁଡ଼ିକ ଅଧିଗ୍ରହଣ ବେଳେ କେଉଁଭଳି ସାମାଜିକ ପ୍ରଭାବ ଲୋକମାନଙ୍କ ଉପରେ ପଡ଼ିବ ସେନେଇ ଆକଳନ ପୂର୍ବରୁ ଏକ ଏନ୍‌ଜିଓ ଓ ସରକାରଙ୍କ ମିଳିତ ଉଦ୍ୟମରେ ସର୍ବେକ୍ଷଣ କରାଯାଇଥିଲା।

ଆଜି ସେ ନେଇ ଜନଶୁଣାଣି ମାଧ୍ୟମରେ କ୍ଷତିଗ୍ରସ୍ତ ହେବାକୁଥିବା ବ୍ୟକ୍ତି ବିଶେଷ ମତାମତ ରଖିଥିଲେ। ଏହାପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ରେକର୍ଡ କରାଯାଇଥିବା ତଥ୍ୟକୁ ଉପସ୍ଥାପନ ପରେ ବିଧିବଦ୍ଧ ଭାବେ କ୍ଷତିପୂରଣ ବ୍ୟବସ୍ଥା କରାଯିବ ବୋଲି ଏହି ଜନଶୁଣାଣିରେ ଅଧ୍ୟକ୍ଷତା କରୁଥିବା ଖୋର୍ଦ୍ଧା ଜିଲ୍ଲା ଭୂମି ଅର୍ଜନ ଅଧିକାରୀ ରଶ୍ମିତା ତରାସିଆ କହିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.