ETV Bharat / state

ମାନବ ଶୃଙ୍ଖଳ କରି ମାନସ ଦାସଙ୍କ ଗିରଫଦାରୀକୁ ବିରୋଧ - ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଏବଂ ତାଙ୍କ ପୁଅ ଗିରଫ ହେବା ପରେ ତାଙ୍କ ସମର୍ଥକ ମାନେ ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାନବ ଶୃଙ୍ଖଳ କରି ନିଆରା ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ...

ମାନବ ଶୃଙ୍ଖଳ କରି ମାନସ ଦାସଙ୍କ ଗିରଫଦାରୀକୁ କଲେ ବିରୋଧ

author img

By

Published : Sep 3, 2021, 9:34 PM IST

ଖୋର୍ଦ୍ଧା: ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଏବଂ ତାଙ୍କ ପୁଅ ଗିରଫ ହେବା ପରେ ତାଙ୍କ ସମର୍ଥକ ମାନେ ଆଜି(ଶୁକ୍ରବାର) ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାନବ ଶୃଙ୍ଖଳ କରି ନିଆରା ପ୍ରତିବାଦ କରିଛନ୍ତି । ଶହ ଶହ ସଂଖ୍ୟାରେ ମାନସ ଦାସଙ୍କ ସମର୍ଥକ ମାନେ ଆସି ମାନସ ଦାସଙ୍କ ଗିରଫଦାରୀକୁ ପ୍ରତିବାଦ କରିଛନ୍ତି ।

ମାନବ ଶୃଙ୍ଖଳ କରି ମାନସ ଦାସଙ୍କ ଗିରଫଦାରୀକୁ କଲେ ବିରୋଧ

ଏହା ସହିତ ନୀଳମାଧବ ସବର ସଙ୍ଗଠନର ସଭାପତି ବେଲେସ୍ୱର ପରିଡାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି । ପରେ ଖୋର୍ଦ୍ଧା ଏସପିଙ୍କୁ ନୀଳମାଧବ ସବର ସଙ୍ଗଠନ ବିରୁଦ୍ଧରେ ଏକ ଦାବିପତ୍ର ଦେଇଛନ୍ତି । ଅପରପକ୍ଷରେ ସତ୍ୟବ୍ରତ ନାୟକଙ୍କୁ ହତ୍ୟା ଘଟଣାରେ ତିନି ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ଆଣି ପଚରାଉଚରା ଜାରି ରଖିଛି ।

ସେମାନଙ୍କ ରିମାଣ୍ଡ ଆସନ୍ତା ପାଞ୍ଚ ତାରିଖରେ ଶେଷ ହେବ । ଆବଶ୍ୟକ ପଡ଼ିଲେ ମାନସ ଦାସ ଏବଂ ତାଙ୍କ ପୁଅକୁ ମଧ୍ୟ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ ଏସଡିପିଓ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.