ଭୁବନେଶ୍ବର: ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମାମଲା । ନିରାଶ ହେଲେ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ। ଆସନ୍ତା ୮ ତାରିଖକୁ ଘୁଞ୍ଚିଲା ଜାମିନ ଶୁଣାଣି ତାରିଖ । ଆଜି ଜାମିନ ଉପରେ ଶୁଣାଣି ଥିବାବେଳେ ଆସିଲାନି ରାୟ। ପୁନର୍ବାର ଶୁଣାଣି ପାଇଁ ଆସନ୍ତା ୮ ତାରିଖ ଧାର୍ଯ୍ୟ କରାଯାଇଛି । ଶୁଣାଣି ପୂର୍ବରୁ ଅଭିଯୋଗକାରୀଙ୍କ ବୟାନ ରେକର୍ଡ ହୋଇନଥିବାରୁ ସରକାରୀ ଓକିଲ କେସର ଶୁଣାଣି ତାରିଖ ଆସନ୍ତା ୮କୁ ଘୁଞ୍ଚାଇ ଦେଇଛନ୍ତି ।
ଏଥିସହ ଏହି କେସର ଅପଡେଟ କେସ ଡାଏରୀ ସହ ଅଭିଯୋଗକାରୀଙ୍କ ବୟାନ ଓ ଟୁଟୁଙ୍କ ବିରୋଧରେ ଥିବା କିଛି ପୁରୁଣା କେସର ତଥ୍ୟ ମାଗିଛନ୍ତି ଦେବସ୍ମିତାଙ୍କ ପାଇଁ ଲଢୁଥିବା ଓକିଲ । ତେଣୁ ଆସନ୍ତା ୮ତାରିଖରେ ପରବର୍ତ୍ତୀ ଶୁଣାଣି ବେଳେ ଏସବୁ ଦିଗରେ ଧ୍ୟାନ ଦିଆଯିବ ବୋଲି ଟୁଟୁଙ୍କ ପାଇଁ ଲଢୁଥିବା ଓକିଲ ଦିବ୍ୟ ଆନନ୍ଦ ମିଶ୍ର କହିଛନ୍ତି । ତେବେ ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ଭୁବନେଶ୍ବରର ଏକ ସିନେମା ହଲ ସାମ୍ନାରେ ରିପୋର୍ଟିଂ ସମୟରେ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଥିଲେ ମହିଳା ସାମ୍ବାଦିକ। । ଏହାକୁ ନେଇ ଚାରିଆଡୁ ବିରୋଧର ସ୍ବର ତେଜିଥିଲା । ସବୁ ମହଲରୁ ଟୁଟୁଙ୍କୁ ପ୍ରତିବାଦ କରାଯାଉଥିଲା । ସିସିଟିଭି ଫୁଟେଜର ଛାନଭିନ ସହ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲା ପୋଲିସ ।
ଏହା ବି ପଢନ୍ତୁ...ମହିଳା ସାମ୍ବାଦିକଙ୍କୁ ମାଡ଼ ଘଟଣା: ଏମିିତି ସଫେଇ ଦେଲେ ଟୁଟୁ ନାୟକ...
ଏହାପରେ ପୋଲିସ ଟୁଟୁ ନାୟକଙ୍କୁ କଟକରୁ ଉଠାଇ ଆଣିଥିଲେ । ଦୀର୍ଘ ୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଜେରା ପରେ ଗତ ୪ ତାରିଖରେ ଖାରବେଳନଗର ଥାନା ପୋଲିସ ସଞ୍ଜୟ ନାୟକଙ୍କୁ ଗିରଫ କରିକୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ଜାମିନ ନ ମିଳିବା ପରେ ଟୁଟୁ ନାୟକଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।
ପରେ ଆଜି ଅଭିଯୋଗକାରୀଙ୍କ ବୟାନ ରେକର୍ଡ ହୋଇଛି । ବୟାନରେ ତାଙ୍କ ସହ କ'ଣ ଘଟିଥିଲା ସମସ୍ତ କଥା ସେ କୋର୍ଟରେ ଉପସ୍ଥାପନା କରିଛନ୍ତି। ଏପରିକି କେଉଁଠି ଘଟଣା ଘଟିଛି, କିଏ କିଏ ସେଠାରେ ଉପସ୍ଥିତ ଥିଲେ, କିପରି ସେଠାରେ ଟୁଟୁ ନାୟକ ଦେଖାହେଲେ, ସେତେବେଳେ ଘଟଣା କେମିତି ଘଟିଲା, ଟୁଟୁ କିପରି ତାଙ୍କ ସହ ଅସଦାଚରଣ କଲେ ଏଭଳି ତମାମ ଦିଗକୁ ନେଇ ବୟାନ ରେକର୍ଡି ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର