ETV Bharat / state

ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ରାଷ୍ଟ୍ରପତି, ଆଦିବାସୀଙ୍କ ଝେଲ ଶାଢୀରେ ନଜର ଆସିଲେ ମୁର୍ମୁ

author img

By

Published : Nov 10, 2022, 7:31 PM IST

Updated : Nov 10, 2022, 9:09 PM IST

ରାଷ୍ଟ୍ରପତି କଳ୍ପନା ଛକରେ ପ୍ରଥମେ କଲେ ମାଲ୍ୟାର୍ପଣ । ଅନ୍ୟପଟେ ଆଦିବାସୀ ସମ୍ପ୍ରଦାୟର ଚର୍ଚ୍ଚିତ ଝେଲ ଶାଢୀ ରାଷ୍ଟ୍ରପତି ପିନ୍ଧିଥିବାରୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଦେଖି ଖୁସି ହୋଇଛନ୍ତି । ଅଧିକ ପଢନ୍ତୁ

ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଭାବେ ପ୍ରଥମ ଥର ପାଇଁ ଦୁଇଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଦ୍ରୋପଦୀ ମୁର୍ମୁ । ଦୁଇଦିନ ଧରି ମହାମହିମଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରପତି କରିଛନ୍ତି ମାଲ୍ୟାର୍ପଣ । ଏଥିସହ ଆଦିବାସୀଙ୍କ ଝେଲ ଶାଢୀରେ ନଜର ଆସିଲେ ମୁର୍ମୁ ।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି କଳ୍ପନା ଛକରେ ପ୍ରଥମେ ମାଲ୍ୟାର୍ପଣ କରିଥିବା ବେଳେ ଆହୁରି 7ଟି ମୂର୍ତ୍ତିରେ କରିବେ ମାଲ୍ୟାର୍ପଣ । ଅନ୍ୟପଟେ ଆଦିବାସୀ ସମ୍ପ୍ରଦାୟର ବେଶ ଚର୍ଚ୍ଚିତ ଝେଲ ଶାଢୀ । ଯାହାକୁ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ତେବେ ଏହି ଶାଢୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପିନ୍ଧିକି ଆସିଥିବାରୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଦେଖି ବେଶ ଖୁସି ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବଡ଼ଦାଣ୍ଡରେ ଚାଲିଚାଲି ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି । ସିଂହଦ୍ବାର ସମ୍ମୁଖରେ ପ୍ରଥମେ ଅରୁଣ ସ୍ତମ୍ଭ ନିକଟରେ ମୁଣ୍ଡିଆ ମାରିଥିଲେ । ଏହାପରେ ହାତ ଧୋଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମହାପ୍ରସାଦ ସେବନ କରି ଫେରିଛନ୍ତି ଦ୍ରୌପଦୀ ମୁର୍ମୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 10, 2022, 9:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.