ETV Bharat / state

ନିର୍ବାଚନ ବର୍ଷ, ବଜେଟ ପ୍ରସ୍ତୁତିରେ ସମନ୍ୱୟକୁ ଗୁରୁତ୍ୱ ଦେଉଛନ୍ତି ସରକାର

author img

By

Published : Jan 7, 2023, 7:17 AM IST

ଫେବ୍ରୁଆରୀ 3ୟ ସପ୍ତାହରେ ଆସିପାରେ ରାଜ୍ୟ ସରକାରଙ୍କ 2023-24 ପାଇଁ ଆର୍ଥିକ ବର୍ଷର ବଜେଟ ।ଏହାକୁ ନେଇ ଗତକାଲି ବସିଥିଲା ପ୍ରି ବଜେଟ ପରାମର୍ଶ ବୈଠକ । କେଉଁ କେଉଁ ବିଷୟ ପ୍ରତି ଗୁରୁତ୍ବାରୋପ କରିଛନ୍ତି ରାଜ୍ୟ ସରକାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର

ବଜେଟ ପ୍ରସ୍ତୁତିରେ ସମନ୍ୱୟକୁ ଗୁରୁତ୍ୱ ଦେଉଛନ୍ତି ସରକାର
ବଜେଟ ପ୍ରସ୍ତୁତିରେ ସମନ୍ୱୟକୁ ଗୁରୁତ୍ୱ ଦେଉଛନ୍ତି ସରକାର
ନିର୍ବାଚନ ବର୍ଷ, ବଜେଟ ପ୍ରସ୍ତୁତିରେ ସମନ୍ୱୟକୁ ଗୁରୁତ୍ୱ ଦେଉଛନ୍ତି ସରକାର

ଭୁବନେଶ୍ବର: ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି 2023/24 ଆର୍ଥିକ ବର୍ଷ ଲାଗି ବଜେଟ । ସମ୍ଭାବ୍ୟ ନିର୍ବାଚନକୁ ଦୃଷ୍ଟିରେ ସବୁ ଦିଗକୁ ବିଚାରକୁ ନେଇ ବିଜେଟ ପ୍ରସ୍ତୁତ ହେଉଛି । ତେଣୁ ଗତ ବର୍ଷ ତୁଳନାରେ ଚଳିତ ବଜେଟ ବଡ଼ ହେବ । କୋଭିଡ ଯୋଗୁଁ ସୃଷ୍ଟି ହୋଇଥିବା ବିଭିନ୍ନ ସମସ୍ୟା, କେନ୍ଦ୍ରର ରାଜ୍ୟ ପ୍ରତି ଦୃଷ୍ଟିଭଙ୍ଗୀ ଓ ନିର୍ବାଚନ ରଣନୀତିକୁ ନେଇ ବଜେଟ ପ୍ରସ୍ତୁତ ହେଉଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗତକାଲି ରାଜ୍ୟ ଅତିଥି ଭବନରେ ବସିଛି ପ୍ରି ବଜେଟ ପରାମର୍ଶ ବୈଠକ ।

ଫେବ୍ରୁଆରୀ 3ୟ ସପ୍ତାହରେ ଆସିପାରେ ରାଜ୍ୟ ସରକାରଙ୍କ 2023-24 ପାଇଁ ଆର୍ଥିକ ବର୍ଷର ବଜେଟ । ବଜେଟରେ କିଛି ବଡ ଓ ନୂଆ ସ୍କିମ ଆଣିପାରନ୍ତି ରାଜ୍ୟ ସରକାର । ଏହାକୁ ନେଇ ଗତକାଲି ବସିଥିଲା ପ୍ରି ବଜେଟ ପରାମର୍ଶ ବୈଠକ । ଦୁଇଟି ପର୍ଯ୍ୟାୟରେ ବସିଥିବା ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ଅର୍ଥ ସଚିବ ଓ ଅଧିକାରୀ, ଅର୍ଥନୀତିଜ୍ଞ, ବିଶେଷଜ୍ଞ, ଅର୍ଥ ସଚିବଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ନିର୍ବାଚନ ବର୍ଷର ବଜେଟ ହୋଇଥିବାରୁ ନୂଆ ଯୋଜନା ଆଣିପାରନ୍ତି ରାଜ୍ୟ ସରକାର । ଏଥିପାଇଁ ବିଭିନ୍ନ ବିଭାଗ ନକ୍ସା ପ୍ରସ୍ତୁତ କରୁଛନ୍ତି । ପ୍ରଥମ ଅଧିବେଶନରେ ପୂର୍ବତନ ଅର୍ଥ ମନ୍ତ୍ରୀଙ୍କ ସମେତ ପୂର୍ବତନ ଅର୍ଥ ସଚିବ ଓ ସଚିବ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ନାବାର୍ଡର ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗଦାନ କରି ସେମାନଙ୍କର ସୁଚିନ୍ତିତ ମତାମତ ରଖିଛନ୍ତି । ସେହିପରି ଦ୍ୱିତୀୟ ଅଧିବେଶନରେ କ୍ଷେତ୍ର ବିଶେଷଜ୍ଞ, ବ୍ୟବସାୟୀ ତଥା ଶିଳ୍ପଦ୍ୟୋଗୀଙ୍କ ପ୍ରତିନିଧି, କୃଷି ବିଶେଷଜ୍ଞ, ଶ୍ରମ ସଂଘ ପ୍ରତିନିଧି, ପରିବେଶବିତ, ହସ୍ତ ଓ ବୟନ ଶିଳ୍ପୀ, ସ୍ତମ୍ଭକାର ତଥା ସ୍ବେଚ୍ଛାସେବା ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦାନ କରି ସେମାନଙ୍କର ସୁଚିନ୍ତିତ ମତାମତ ରଖିଛନ୍ତି ।

ଏହାବି ପଢନ୍ତୁ- Dharmendra Attacks BJD: ମାଗଣା ଚାଉଳ ପ୍ରସଙ୍ଗରେ ବିଜେଡିକୁ ପୁଣି ଟାର୍ଗେଟ୍ କଲେ ଧର୍ମେନ୍ଦ୍ର

ଏହି ସମସ୍ତ ମତାମତକୁ ଅନୁଧ୍ୟାନ କରି ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନିମନ୍ତେ ଶୀଘ୍ର ହସ୍ତାନ୍ତର କରିଦିଆଯିବ । ଆଗାମୀ ବର୍ଷ 2023/24 ବଜେଟ ପ୍ରସ୍ତୁତିରେ ଏହି ପରାମର୍ଶଗୁଡିକୁ ନିଶ୍ଚୟ ବିଚାର କରାଯିବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ବିଭିନ୍ନ ବର୍ଗ ଲୋକଙ୍କ ଠାରୁ ମତାମତ ମାଗିଛୁ । ମିଳିଥିବା ସୁଚିନ୍ତିତ ମତାମତ ଗ୍ରହଣ କରିଛୁ । ପରୀକ୍ଷା ନିରୀକ୍ଷା କରି ପଦକ୍ଷେପ ନେବୁ । ସାମାଜିକ ସୁରକ୍ଷା, କୃଷି, ଏଲାଏଡ଼, ଏମଏସଏମଇ, ଶିଳ୍ପ, ଭିର୍ତ୍ତିଭୂମୀ ଉପରେ ପରାମର୍ଶ ଆସିଛି । ପ୍ରତି ବିଭାଗକୁ ଏହି ପରାମର୍ଶ ପଠାଇବୁ । 2023/24 ରେ ପ୍ରସ୍ତୁତ ହେଉଥିବା ବଜେଟରେ ଏହି ପରାମର୍ଶକୁ ପରୀକ୍ଷା ନିରୀକ୍ଷା କରି ସ୍ଥାନିତ କରିବୁ । ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ କହିଛନ୍ତି ଯେ, ବର୍ତ୍ତମାନ ନିଯୁକ୍ତି ସମସ୍ୟା ଉତ୍କଟ ରୂପ ନେଇଛି । ବଡ଼ ଶିଳ୍ପରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁନାହିଁ ।

ଏହାବି ପଢନ୍ତୁ- ପୌଷ ପୂର୍ଣ୍ଣିମା: ସ୍ୱର୍ଗଦ୍ୱାର ବେଳାଭୂମିରେ ତୀର୍ଥରାଜ ମହୋଦଧି ଆଳତୀ ଅନୁଷ୍ଠିତ

ମେକାନିକାଲି ଓ ସାଇଣ୍ଟିଫିକାଲି ହେଉଥିବାରୁ ବଡ଼ ଶିଳ୍ପରେ ନିଯୁକ୍ତି ସୁଯୋଗ କମ ରହୁଛି । ଏମଏସଏମଇ ଶିଳ୍ପ ପ୍ରତିଷ୍ଠା ହେଲେ ଅଧିକ ବେକାର ଯୁବକ ନିଯୁକ୍ତି ପାଇପାରିବେ । ରାଜ୍ୟକୁ ଅଧିକ ରାଜସ୍ବ ଆସିପାରିବ । ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଓ ଅନ୍ୟାନ୍ୟ ଭତ୍ତା ବୃଦ୍ଧି କରିବା ଲାଗି ପ୍ରସ୍ତାବ ଦିଆଯାଇଛି । 500 ଓ 700 ଟଙ୍କା ଦିଆଯାଉଛି । ଏହାକୁ 1000 କିମ୍ବା 2000କୁ ବୃଦ୍ଧି କରାଯାଉ । ଶ୍ରମିକଙ୍କର ସର୍ବନିମ୍ନ ମଜୁରି ବଢ଼େଇବାକୁ ପ୍ରସ୍ତାବ ରଖିଛୁ । ରାଜ୍ୟର ଅଭିବୃଦ୍ଧି ହାର ଦେଶରେ ଭଲ ରହିଛି । ଇନକ୍ଲ୍ୟୁସିଭ ଗ୍ରୋଥକୁ ଆମେ ଗୁରୁତ୍ୱ ଦେଉଛି । ଫଳରେ ଅଞ୍ଚଳ ଅଞ୍ଚଳ ମଧ୍ୟରେ ବୈଷମ୍ୟ ଦୂର ହୋଇପାରିବ । ରାଜସ୍ବ ଆଦାୟ ସନ୍ତୋଷଜନକ ରହିଛି । କିନ୍ତୁ ରାଜ୍ୟରେ ଅର୍ଥ ବ୍ୟୟ ବରାଦ ସନ୍ତୋଷ ଜନକ ହୋଇପାରୁନାହିଁ । 60 ପ୍ରତିଶତ ଅର୍ଥ ଖର୍ଚ୍ଚ ହେବା କଥା । କୌଣସି ବିଭାଗରେ 60 ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିନାହିଁ । ବଡ଼ ବଜେଟ ଯେହେତୁ ହେବ ଅଧିକ କର୍ମଚାରୀ ଆବଶ୍ୟକ ରହିଛି । ନୂଆ ପଦବୀ ସୃଷ୍ଟି କରି ନିଯୁକ୍ତି ଦିଅନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.