ଭୁବନେଶ୍ୱର: ପ୍ରଥମ ଭାରତୀୟ ହୋଇଛନ୍ତି ବିଶ୍ୱ ସୀମା ଶୁଳ୍କ ସଂଗଠନର ନିର୍ଦ୍ଦେଶକ । ଆଉ ଏହି କୃତୀତ୍ବ ହାସଲ କରିଛନ୍ତି ଓଡ଼ିଆ ପୁଅ ଆଇଆରଏସ ପ୍ରଣବ କୁମାର ଦାସ । ବିଶ୍ୱ ସୀମା ଶୁଳ୍କ ସଂଗଠନ(ଡବ୍ଲୁସିଓ)ର ନିର୍ଦ୍ଦେଶକ ଭାବେ ସେ ନିର୍ବାଚିତ ହୋଇଛନ୍ତି ।
ଇଂଲଣ୍ଡର ଜଣେ ପ୍ରାର୍ଥୀଙ୍କୁ ହରାଇ ପ୍ରଣବ ୫ବର୍ଷ ପାଇଁ ଏହି ପଦରେ ଅବତୀର୍ଣ୍ଣ ହୋଇଛନ୍ତି। ପୂର୍ବରୁ ଏହି ପଦ ପାଇଁ ତିନି ଜଣ ଭାରତୀୟ ପ୍ରାଥି ହୋଇଥିବାବେଳେ ସମସ୍ତେ ପରାଜୟ ବରଣ କରିଥିଲେ । କିନ୍ତୁ ଚଳିତ ବର୍ଷ ପ୍ରଣବ ମୋଟ ୧୦୮ଟି ଭୋଟ୍ ପାଇଥିବା ବେଳେ ୟୁକେର ପ୍ରାର୍ଥୀ ୬୮ ଖଣ୍ଡ ଭୋଟ୍ ପାଇଥିଲେ।
ସ୍ୱର୍ଗତ ଆଇନଜୀବୀ ରମେଶ ଚନ୍ଦ୍ର ଦାସଙ୍କର ପୁଅ ପ୍ରଣବ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରୁ ଅର୍ଥନୀତିରେ ଗ୍ରାଜୁଏଟ ହେବାପରେ ଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ୟୁନିଭର୍ସିଟିରୁ ପିଜି କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ