ETV Bharat / state

ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ନିର୍ଦ୍ବନ୍ଦରେ ନିର୍ବାଚିତ

author img

By ETV Bharat Odisha Team

Published : Sep 22, 2023, 9:57 AM IST

Updated : Sep 22, 2023, 11:29 AM IST

ରାଜ୍ୟକୁ ମିଳିଲା ନୂଆ ବାଚସ୍ପତି । ପ୍ରମିଳା ମଲ୍ଲିକ ନିର୍ଦ୍ବନ୍ଦରେ ବାଚସ୍ପତି ଭାବେ ନିର୍ବାଚିତ । ଅଧିକ ପଢ଼ନ୍ତୁ

ପ୍ରମିଳା ମଲ୍ଲିକ ବାଚସ୍ପତି ନିର୍ବାଚିତ
ପ୍ରମିଳା ମଲ୍ଲିକ ବାଚସ୍ପତି ନିର୍ବାଚିତ

ଭୁବନେଶ୍ବର: ଓଡ଼ିଶା ବିଧାନସଭାକୁ ମିଳିଛି ପ୍ରଥମ ମହିଳା ବାଚସ୍ପତି । ରାଜ୍ୟର ନୂଆ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ପ୍ରମିଳା । ବାଚସ୍ପତି ଭାବେ ସେ ଦାୟିତ୍ବ ନେବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ଗୃହ କାର୍ଯ୍ୟ ନିରପେକ୍ଷ ଭାବେ ପରିଚାଳନା କରିବେ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ପକ୍ଷରୁ ନୂଆ ବାଚସ୍ପତିଙ୍କୁ ସ୍ବାଗତ କରାଯାଇଛି ।

ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ବାଚସ୍ପତି ପ୍ରମୁଖ ନୂଆ ବାଚସ୍ପତିଙ୍କୁ ପାଛୋଟି ନେଇଥିଲେ । ବାଚସ୍ପତି ଭାବେ ଶପଥ ନେବା ପରେ ପ୍ରମିଳା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସର୍ବସମ୍ମତି କ୍ରମେ ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଗୃହର ପଦମର୍ଯ୍ୟାଦା ରକ୍ଷା କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ପ୍ରମିଳା ମଲ୍ଲିକ । ଏଥିସହ ଗୃହର ସୁପରିଚାଳନାରେ ସହଯୋଗ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆପଣଙ୍କୁ ନିର୍ବାଚିତ କରିଥିବାରୁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବି । ପ୍ରଥମ ମହିଳା ଭାବେ ନିର୍ବାଚିତ ହୋଇଥିବାରୁ ସ୍ବାଗତ କରୁଛି । ଗୃହକାର୍ଯ୍ୟ ପରିଚାଳନାରେ ସମସ୍ତ ସଦସ୍ୟ ସହଯୋଗ କରିବେ ବୋଲି ଅନୁରୋଧ କରୁଛି ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ନବ ନିର୍ବାଚିତ ବାଚସ୍ପତି ନୂତନ ଭାବରେ ଦାୟିତ୍ବ ଗ୍ରହଣ କରିଥିବାରୁ ବିଜେପି ବିଧାୟକ ଏବଂ ମୋ ତରଫରୁ ସ୍ବାଗତ କରୁଛି । ପ୍ରଥମ ଥର ଜଣେ ମହିଳା ଦାୟିତ୍ବ ନେଇଥିବାରୁ ଆମେ ଗର୍ବିତ । ଏଥିପାଇଁ ସରକାର ଓ ବିଜେଡି ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସ୍ବାଗତ କରୁଛି । ଆଗାମୀ ଦିନରେ ସବୁ ଦଳକୁ ଗୁରୁତ୍ବ ଦେଇ ନିରପେକ୍ଷତାର ସହ ଗୃହ ପରିଚାଳନା କରିବେ ବୋଲି ବିଶ୍ବାସ । ରାଜ୍ୟବାସୀଙ୍କ ସମସ୍ତ କଥା କିପରି ଗୃହରେ ଉପସ୍ଥାପିତ ହୋଇପାରିବ ସେନେଇ ନୂଆ ବାଚସ୍ପତି ପଦକ୍ଷେପ ନେବେ ବୋଲି ଆଶା କରୁଛୁ ।"

ଏହାମଧ୍ୟ ପଢନ୍ତୁ: ଆଜିଠୁ ମୌସୁମୀ ଅଧିବେଶନ; ପ୍ରଥମ ମହିଳା ବାଚସ୍ପତିଙ୍କ ଉପରେ ନଜର

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରମିଳା ମଲ୍ଲିକଙ୍କ ଉଦ୍ଦେଶ୍ୟରେ କହିଛନ୍ତି, "ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବାରୁ ସ୍ବାଗତ କରୁଛୁ ଏବଂ ଗର୍ବ କରୁଛୁ ମଧ୍ୟ । 1990 ମସିହାରୁ ମୁଁ ଆପଣଙ୍କୁ ଜାଣିଛି । କାରଣ ଆମେ ଦୁଇ ଜଣ 1990ରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୁଁ ଆପଣଙ୍କୁ ବିଧାୟକ, ମନ୍ତ୍ରୀ, ଶାସକ ଦଳ ମୁଖ୍ୟ ସଚେତକ ଭାବେ ଦେଖି ଆସିଛି । ଆଉ ଆଶା କରୁଛି ବାଚସ୍ପତି ଭାବେ ଆପଣ ଦକ୍ଷତାର ସହ କାର୍ଯ୍ୟ କରିବେ । ଗୃହର ମର୍ଯ୍ୟାଦା ରକ୍ଷା କରିବା ଲାଗି ନିରପେକ୍ଷ ଓ ସମସ୍ତଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବେ ବୋଲି ଆପଣ ଘୋଷଣା ମଧ୍ୟ କରିଛନ୍ତି । ବିରୋଧୀଙ୍କ ସଂଖ୍ୟା ଯେତେ ହେଲେ ବି ସରକାରଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ରହିଛି । ଏହାକୁ ବାଚସ୍ପତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ଶାସକ ଦଳ ଅପେକ୍ଷା ବିରୋଧୀଙ୍କୁ ଅଧିକ ସୁରକ୍ଷା ଦେବା ଦରକାର । ସଂଖ୍ୟା ଅଧିକ ଥିବାରୁ ଶାସକ ଦଳ ବିରୋଧୀଙ୍କୁ ଚାପିବାକୁ ଚେଷ୍ଟା କରିବେ । ଏହି ସମୟରେ ଆପଣ ଆପଣଙ୍କ କଥା ରଖିବେ ବୋଲି ବିଶ୍ବାସ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 22, 2023, 11:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.