ETV Bharat / state

ଫନି ମାଡ: ରାସ୍ତା ଜାମ୍‌, ବତି ଗୁଲ

ଫନି ଯୋଗୁଁ ଭାଙ୍ଗିଯାଇଛି ଗଛ, କଟିଯାଇଛି ବିଦ୍ୟୁତ କନେକ୍ସନ । ଖୁଣ୍ଟ , ତାର ସବୁ ଉପୁଡି ପଡିଥିବା ଯୋଗୁଁ ଅନ୍ଧାରରେ ରହିଛନ୍ତି ଫନି ପ୍ରଭାବିତ ଖୋର୍ଦ୍ଧାବାସୀ ।

author img

By

Published : May 4, 2019, 4:00 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଇଟିଭି ଭାରତ

ଖୋର୍ଦ୍ଧା: ଫନି ପ୍ରକୋପରେ ଠିଆ ହୋଇଛି ସମସ୍ୟାର ବଡ ପାହାଡ । ବଡ ଟେନସନ, ଗଛ ଭାଙ୍ଗିବା ଓ ବିଦ୍ୟୁତ କାଟ । ଖୁଣ୍ଟ , ତାର ସବୁ ଉପୁଡି ପଡିଥିବା ଯୋଗୁଁ ଅନ୍ଧାରରେ ରହିଛନ୍ତି ଫନି ପ୍ରଭାବିତ ଖୋର୍ଦ୍ଧାବାସୀ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଇଟିଭି ଭାରତ

ରାସ୍ତାରେ ଗଡୁନି ଗାଡି, ଘରେ ଜଳୁନି ଲାଇଟ । ଫନି ଗର୍ଜନରେ ବଡ ବଡ ଗଛ ସବୁ ରାସ୍ତାରେ ଶୋଇଯାଇଛନ୍ତି । ଯେଉଁଥିପାଇଁ ରାସ୍ତା ଘାଟ ପୂରା ଜାମ । କଷ୍ଟେମଟେ 2 ଚକିଆ ଗଡୁଛି । ଏପେଟ ପୁଣି ବିଦ୍ୟୁତ ଖୁଣ୍ଟ ଉପୁଡିପଡିଥିବା ଯୋଗୁଁ ବିଦ୍ୟୁତ ବ୍ୟବସ୍ଥା ବନ୍ଦ । ସନ୍ଧ୍ୟା ସୁଦ୍ଧା ଗଛ ଗୁଡିକୁ କାଟି ସଫା କରାଯିବ ବୋଲି ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି ।

ଏଥିସହ ବହୁ ସାଧାରଣ ସମ୍ପତ୍ତି ମଧ୍ୟ ବହୁ ନଷ୍ଟ ହୋଇଛି । ତେବେ ପାଣି ସମସ୍ୟା ମଧ୍ୟ ଦେଖାଦେଇଛି । ପିଇବା ପାଇଁ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯିବ । ହେଲେ ବିଦ୍ୟୁତ ବ୍ୟବସ୍ଥା ବିଳମ୍ବ ହେବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.