ETV Bharat / state

ହାଣ୍ଡିଶାଳରୁ ହଜିଲାଣି ହାଣ୍ଡି, ବୁଡିଲାଣି କୁଳ ବେଉସା

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗୋପାଳପୁର ପଞ୍ଚାୟତ ଦେଉଳି ଗ୍ରାମର ୩୦ରୁ ଉର୍ଦ୍ଧ୍ବ କୁମ୍ଭକାର ପରିବାର ରହନ୍ତି । ଏବେବି ବହୁ କୁମ୍ଭକାର ସେମାନଙ୍କ କୌଳିକ ବୃତ୍ତିକୁ ଛାଡ଼ି ପାରିନାହାନ୍ତି । ମାତ୍ର ପ୍ରୋତ୍ସାହନ ମିଳୁ ନ ଥିବା ଯୋଗୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

ହାଣ୍ଡି ଶାଳରୁ ହଜିଲାଣି ହାଣ୍ଡି , ବୁଡ଼ିଲାଣି କୁଳ ବେଉସା

author img

By

Published : Oct 20, 2022, 4:31 PM IST

ଖୋର୍ଦ୍ଧା: ଆଧୁନିକତା ଚାକଚକ୍ୟ ମଧ୍ୟରେ ଆଉ ଆଗ ପରି ନାହିଁ ମାଟି ତିଆରି ସାମଗ୍ରୀର ଚାହିଦା । ଦିନ ଥିଲା ମାଟି ତିଆରି ସାମଗ୍ରୀର ବଡ ଆଦର ଥିଲା । ମାଟିରେ ପ୍ରସ୍ତୁତ ହେଉଥିଲା ଭଳିକି ଭଳି ମାଟି ତିଆରି ସାମଗ୍ରୀ । ପିଢି ପରେ ପିଢି ନିଜର କୌଳିକ ବୃତ୍ତିକୁ ପେଶା ଭାବରେ ଗ୍ରହଣ କରିଛନ୍ତି କୁମ୍ଭକାର ପରିବାର । ଚିକ୍କଣ ମାଟିରେ ପ୍ରସ୍ତୁତ କରନ୍ତି ଦୀପ, ମାଟିହାଣ୍ଡି, ମାଠିଆ, କୁଣ୍ଡ, ଫୁଲକୁଣ୍ଡ, ସରା, କଳସ, ଦୀପ ,ପଲମ ଭଳି କେତେ କଣ ସାମଗ୍ରୀ। ଏବେ କିନ୍ତୁ ମାଟି ପାତ୍ରର ଚାହିଦା ପୂରଣ କରୁଛି ପ୍ଲାଷ୍ଟିକ, ଫାଇବର, ଷ୍ଟିଲ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗୋପାଳପୁର ପଞ୍ଚାୟତ ଦେଉଳି ଗ୍ରାମରେ ଥିବା ୩୦ରୁ ଉର୍ଦ୍ଧ୍ବ କୁମ୍ଭାର ପରିବାର ରହନ୍ତି । ସେମାନେ ଏହି କୌଳିକ ବୃତ୍ତିକୁ ଆଜି ବି ନିଜ ପେଶା ଭାବରେ ବାଛି ନେଇଛନ୍ତି ।

ହାଣ୍ଡି ଶାଳରୁ ହଜିଲାଣି ହାଣ୍ଡି , ବୁଡ଼ିଲାଣି କୁଳ ବେଉସା

କଥାରେ ଅଛି "କୁମ୍ଭାର ଘର ବୋହୂ ଝାଟିକି ନ ଗଲେ ମାଟିକି ଯାଉ" । ଏବେ କିନ୍ତୁ କୁମ୍ଭାର ଘର ବୋହୂ ଆଉ ଝାଟି କିମ୍ବା ମାଟି ପାଇଁ ଯାଉନି । ଦିନ ଥିଲା ମାଟି ପାତ୍ର ର ଆଦର କାହିଁ କେତେ ଥିଲା । ଏବେ ମଣିଷ ସମାଜ ନିଜର ଆଧୁନିକତା ଓ ଚାକଚକ୍ୟ ସଭ୍ୟତା ଭିତରେ ନିଜକୁ ହରାଇ ଦେଇ ବସିଲାଣି । କୁଳବେଉସା ମାଟିପାତ୍ର ତିଆରି କରି ହସଖୁସିରେ ଚଳିଯାଉଥିଲେ କୁମ୍ଭକାର ପରିବାର । କିନ୍ତୁ ମାଟିପାତ୍ରର ଆଦର କମିଯିବାରୁ କୌଳିକ ବୃତ୍ତି ବୁଡ଼ିବାକୁ ବସିଛି । ବର୍ତ୍ତମାନ ସମୟରେ ମାଟିପାତ୍ରର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେବାକୁ ବସିଲାଣି । ଏହାର ସ୍ଥାନ ନେଇଛି ଷ୍ଟିଲ ଓ ପ୍ଲାଷ୍ଟିକ ବାସନକୁସନ । ଏଭଳି ସ୍ଥିତିରେ କେତେକ କୁମ୍ଭକାର ପରିବାର ନିଜ କୌଳିକ ବୃତ୍ତିକୁ ଛାଡ଼ି ପାରୁନାହାନ୍ତି । ହେଲେ ସେମାନଙ୍କର ଅସୁବିଧା କେହି ବୁଝୁନାହାନ୍ତି ।

ମାଟି ହାଣ୍ଡି କିମ୍ବା ମାଠିଆ ତିଆରି କଲେ ଯେତିକି ପରିଶ୍ରମ ହେଉଛି ତାହାକୁ ବିକ୍ରି କଲେ ତା ତୁଳନାରେ ପ୍ରାପ୍ୟ ମିଳୁ ନଥିବା ନେଇ କହିଛନ୍ତି କୁମ୍ଭାକାର। ମାଠିଆର ଦାମ ଯେତିକି ତା ଠାରୁ କମ ଦରରେ ବଜାରରେ ଅନ୍ୟାନ୍ୟ ପାତ୍ର ମିଳିପାରୁଛି । ମାଟି ପାତ୍ର ନିର୍ମାଣ କରିବା ପରେ ସ୍ଥାନୀୟ ଅଞ୍ଚଳରେ ତାହାକୁ ବିକ୍ରି କରିବା ପାଇଁ ସମସ୍ୟା ଦେଖାଯାଉଛି । ସେହିଭଳି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ମାଟି ଓ ଜାଳେଣି ବଡ଼ ସମସ୍ୟା ପାଲଟି ଥିବା କହିଛନ୍ତି କୁମ୍ଭକାର ।

ଗ୍ରାମାଞ୍ଚଳରେ ଅଧିକାଂଶ ଲୋକ ମାଟି ହାଣ୍ଡିରେ ରୋଷେଇ କରୁଥିଲେ କିନ୍ତୁ ଏବେ ସମୟ ବଦଳିଛି । ମାଟିପାତ୍ର ବିବାହ, ବ୍ରତ, ପୂଜା, ପାର୍ବଣ ଓ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକ ପଡୁଛି । ସେହିଭଳି ଆଗ ଭଳି ଘରେ ଘରେ ଆଉ ମୁଢି,ଲିଆ ଭଜା ଯାଉନି ସେଥି ପାଇଁ ଆମ ଘର ହାଣ୍ଡି ଶାଳରୁ ହଜିଗଲାଣି ମାଟି ହାଣ୍ଡି । ମାଟିପାତ୍ର କ୍ଷଣସ୍ଥାୟୀ ଥିବାରୁ ଏବେ ଧାତବ ପାତ୍ରର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି । ଫଳରେ କୁମ୍ଭକାର ପରିବାର କୌଳିକବୃତ୍ତିରୁ ମୁହଁ ଫେରାଉଛନ୍ତି ବୋଲି କୁହନ୍ତି କୁମ୍ଭକାର । ସରକାର ମାଟିପାତ୍ର କିଣାବିକା ପାଇଁ ବଜାର ବ୍ୟବସ୍ଥା କରିବା ସହ ସହାୟତା ଓ ତାଲିମ୍‌ ପ୍ରଦାନ କଲେ କୁମ୍ଭକାର କାରିଗରଙ୍କ ଆର୍ଥିକ ପରିସ୍ଥିତି ସୁଧୁରି ପାରିବ ବୋଲି ଏନେଇ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

ତେବେ ଆଗକୁ ଦୀପାବଳି ଆସୁଥିବା ବେଳେ ମାଟି ଦୀପ ବ୍ୟବସାୟ ଆଉ ଆଗଭଳି ହେଉନଥିବା କୁମ୍ଭକାର କହିଥିବା ବେଳେ ଏଥର ଦୀପାବଳିରେ ମାଟିଦୀପ କିଣି ଆଲୋକର ପର୍ବ ପାଳିବାକୁ ଆହ୍ୱାନ ଦେଇଛନ୍ତି । ଏହାସହିତ ସରକାର ମଧ୍ୟ ଏହି କୌଳିକ ବୃତ୍ତି ବଞ୍ଚାଇରଖିବା ପାଇଁ ପ୍ରୋତ୍ସାହନ ଯୋଗାଇଦେବା ଆବଶ୍ୟକ ହୋଇପଡିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.