ETV Bharat / state

ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହରୀ: ସ୍ଵତନ୍ତ୍ର ସ୍ୱାସ୍ଥ୍ୟ ସଚିବ - କୋରୋନା ମହାମାରୀ

ରାଜ୍ୟରେ ମାର୍ଚ୍ଚ ମାସରେ ଚତୁର୍ଥ ଲହର ଆସିପାରେ ବୋଲି କହିଛନ୍ତି ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ ଅଜିତ ମହାପାତ୍ର (Special Health Secretary Dr Ajit Mahapatra) । ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ରର ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Ajit Mahapatra on Corona
Ajit Mahapatra on Corona
author img

By

Published : Jan 3, 2023, 9:31 PM IST

ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହରୀ: ସ୍ଵତନ୍ତ୍ର ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର: ଚୀନରେ କୋରୋନା ମାମଲା ବୃଦ୍ଧି ପାଇବା ପରେ ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ ଅଜିତ କୁମାର ମହାପାତ୍ର (Special Health Secretary Dr Ajit Mahapatra) । ୬ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ ପ୍ରତି ସତର୍କ ନଜର ରଖାଯାଇଛି । କେନ୍ଦ୍ରର RTPCR ରିପୋର୍ଟ ରାଜ୍ୟରେ କଡ଼ାକଡ଼ି ଭାବରେ ଲାଗୁ କରାଯିବା ସହ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି । ଆସନ୍ତା ମାର୍ଚ୍ଚ ମାସରେ ଚତୁର୍ଥ ଲହରୀ ଆସିପାରେ ବୋଲି ସେ ଆଶଙ୍କା କରିଛନ୍ତି ।

ସାରା ବିଶ୍ବରେ ୩ ଲକ୍ଷ ୬ ହଜାର ୪୫୦ ମାମଲା କୋରୋନା ସଂକ୍ରମଣ ଚିହ୍ନଟ ହୋଇଛି। ଜାପାନରେ ଅଧିକ ମାମଲା ଚିହ୍ନଟ ହୋଇଛି । ଯାହାକି ୮୬ ହଜାର ୯୨୪ । କୋରିଆରେ ୮୧ ହଜାର, USରେ ୮୬୫୦, ଫ୍ରାନ୍ସରେ ୧୫ ହଜାର, ବ୍ରାଜିଲରେ ୪୧ ହଜାର ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ୭ଦିନ ସଂକ୍ରମଣର ହାର ଦେଖିଲେ ୫ ଲକ୍ଷ ୧୧୮୧ । ତେବେ ଏହା ମଧ୍ୟରେ ଯଦି ଭାରତକୁ ନଜର ପକାଇବା ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୩ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ୧୧, ମହାରାଷ୍ଟ୍ର ୧୬, କର୍ଣ୍ଣାଟକରେ ୩୪, କେରଳରେ ୫୨, ଓଡି଼ଶାରେ ଖୋର୍ଦ୍ଧା ଓ କୋରାପୁଟରେ ୨ଟି ମାମଲା ଚିହ୍ନଟ ହୋଇଛି।

ରାଜ୍ୟରେ ଯେପରି ସଂକ୍ରମଣକୁ ରୋକାଯାଇପାରିବ ସେଥିଲାଗି କେନ୍ଦ୍ରର RTPCR ରିପୋର୍ଟ ରାଜ୍ୟରେ କଡ଼ାକଡ଼ି ଭାବରେ ଲାଗୁ କରାଯିବ ବୋଲି ସେ କହିଛନ୍ତି। "ରାଜ୍ୟରେ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଯଦି ଏଭଳି କୌଣସି ଲୋକଙ୍କ ଦେହରେ ଲକ୍ଷଣ ରହିଛି ତେବେ ସେମାନଙ୍କୁ ଟେଷ୍ଟ କରିବାକୁ ଅନୁରୋଧ । ଆସନ୍ତା ବିଶ୍ଵକପ ହକି ସମୟରେ ବେଶ ସତର୍କତା ଅବଲମ୍ବନ କରାଯାଉଛି। ଯେହେତୁ ବାହାର ଦେଶରୁ କିଛି ହକି ବିଶ୍ଵକପ ପାଇଁ ହକି ପ୍ରେମୀମାନେ ଆସିବେ। ତେବେ ରାଜ୍ୟକୁ ସଂକ୍ରମଣ ଆସିବାର ସମ୍ଭାବନା ରହିଛି। ଏହାକୁ ଏଡ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି" ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ-Balasore MP Admitted at AIIMS: ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେଲେ ସାଂସଦ ପ୍ରତାପ ଷଡଙ୍ଗୀ

ହକି ବିଶ୍ବକପ ସମୟରେ କୋରୋନାର ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ ତାହା ଉପରେ ଦୃଷ୍ଟି ଦିଆଯିବ । ହକି ପ୍ରେମୀମାନେ ରାଜ୍ୟର ଅନ୍ୟ କୌଣସି ଜନସାଧାରଣ ଅଞ୍ଚଳକୁ ଯାଉଛନ୍ତି ତେବେ ସେମାନେ ମାକ୍ସ ବ୍ୟବହାର କରିବାକୁ ଅନୁରୋଧ କରାଯିବ । ଯଦି କୌଣସି କାହାର ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କୁ ପରୀକ୍ଷା କରିବାକୁ କୁହାଯିବ। କିଛି ବିଶେଷଜ୍ଞ କହିଛନ୍ତି ଯେ ଜାନୁଆରୀ ମାସରେ ଚୀନରେ କାରୋନା ସଂକ୍ରମଣ ପିକ ଆସିବ। ଯାହା ଦୈନିକ ସଂକ୍ରମଣ ୭ ଲକ୍ଷ ରହିବା ସହ ମୃତ୍ୟୁ ସଂଖ୍ୟା ପ୍ରତି ଦିନ ୨୫ହଜାର ରହିବ। ତେବେ ଭାରତରେ ହୁଏତ ମାର୍ଚ୍ଚରେ ଚତୁର୍ଥ ଲହର ଆସିବ ବୋଲି ସେ କହିଛନ୍ତି ।

"ଯଦି ମାର୍ଚ୍ଚରେ ଚତୁର୍ଥ ଲହର ଆସେ ତେବେ ଅଳ୍ପ ମାତ୍ରାରେ ସଂକ୍ରମଣ ବଢିପାରେ। ରାଜ୍ୟରେ ଶତକଡା ୯୦ ପ୍ରତିଶତ ଲୋକ ଦୁଇଟି ଡୋଜ ଟିକା ନେଇଛନ୍ତି। ୪୦ ପ୍ରତିଶତ ପ୍ରିକସନ ଡୋଜ ଟିକା ନେଇଛନ୍ତି। ଏଣୁ ସଂକ୍ରମଣହେଲେ ତାହା ଏତେ ପ୍ରଭାବ ପକାଇବା ନାହିଁ । କାରଣ ଟୀକାକରଣ ଭଲ ଅଛି, କୋରୋନା ସଂକ୍ରମଣ ପାଇଁ ହସ୍ପିଟାଲ ପ୍ରସ୍ତୁତ ରହିଛି। ଦୁଇଟି ଡୋଜ ଟିକା ନେଇଥିଲେ ନାଜାଲ ଟିକା ନେଇପାରିବ। ତୃତୀୟ ଡୋଜ ଟିକା ନେଇଥିବା ଲୋକଙ୍କୁ ନାଜାଲ ଟିକା ମନା । କୋରୋନା ସଂକ୍ରମଣ ବଢିଛି ସେଥିରେ ଭୟଭୀତ ହେବା ଆବଶ୍ୟକତା ନାହିଁ। ଟୀକାକରଣ, ମାସ୍କ ବ୍ୟବହାର କରି ସତର୍କତା ରହିବା ଆବଶ୍ୟକ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.