ETV Bharat / state

Assembly News: କିଏ ଭଣ୍ଡୁର କରୁଛି ଗୃହ କାର୍ଯ୍ୟ ? ବିଜେଡି, ବିଜେପି ଓ କଂଗ୍ରେସର ଆରୋପ ପ୍ରତ୍ୟାରୋପ

author img

By ETV Bharat Odisha Team

Published : Oct 3, 2023, 4:40 PM IST

ସ୍ୱାଭାବିକ ହୋଇପାରୁ ନାହିଁ ବିଧାନସଭାର ମୌସୁମୀ ଅଧିବେଶନ । ଗୃହର ଅଚଳାବସ୍ଥା ନେଇ ବିରୋଧୀ ଓ ସରକାରଙ୍କ ମଧ୍ୟରେ ଚାଲିଛି ଦୋଷ ଲଦାଲଦି । ଅଧିକ ପଢନ୍ତୁ

politics on house adjourned
ସ୍ୱାଭାବିକ ହୋଇପାରୁ ନାହିଁ ଗୃହ

ସ୍ୱାଭାବିକ ହୋଇପାରୁ ନାହିଁ ଗୃହ

ଭୁବନେଶ୍ବର: ସ୍ୱାଭାବିକ ହୋଇପାରୁ ନାହିଁ ବିଧାନସଭାର ମୌସୁମୀ ଅଧିବେଶନ । ହୋ ହଲ୍ଲା, ମୁଲତବୀରେ ଯାଉଛି ଦିନ । ଲୋକଙ୍କ ସମସ୍ୟା ନେଇ ଆଲୋଚନା ହେଉନାହିଁ କିମ୍ବା ଗୃହ କାର୍ଯ୍ୟ ହେଉନାହିଁ । ଏହାରି ଭିତରେ ପରସ୍ପରକୁ ଦୋଷ ଦେଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି ।

ନରସିଂହ କହିଛନ୍ତି, "ବିଜେଡି ଓ ବିଜେପି ମିଶି ବିଧାନସଭାକୁ ବନ୍ଦ କରୁଛନ୍ତି । ଯଦି ବିଜେପି କେବଳ ବନ୍ଦ କରିବାକୁ ଚାହୁଁଥାନ୍ତେ, ତାହାଲେ 11ଟା 30 ପର୍ଯ୍ୟନ୍ତ ବନ୍ଦ ହୋଇଥାନ୍ତା । ସୁପ୍ରିମକୋର୍ଟର ବେଦାନ୍ତ ଜମି ଫେରାଇବାକୁ ରାୟ ଦେଇଛନ୍ତି । ସେ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପି ହରଡଘଣାରେ ପଡିଛନ୍ତି । ମୁଖ୍ୟମନ୍ତ୍ରୀ ଓ ତତ୍କାଳୀନ ରାଜ୍ୟସ୍ୱ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ ବିବାଦରେ ଛନ୍ଦି ହୋଇଛନ୍ତି । ସେ ସମୟରେ ମେଣ୍ଟ ସରକାରରେ ରାଜ୍ୟସ୍ୱ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ ବିଜେପିରୁ ଥିବାବେଳେ ସେମାନେ ବେଦାନ୍ତ କମ୍ପାନୀକୁ ଆଇନ ଉଲଘଂନ କରି ଜମି ଦେଇଛନ୍ତି । ଏହି 3 ଜଣ ଦଣ୍ଡିତ ହେବେ । ଏଥରେ ସନ୍ଦେହ ନାହିଁ । ଯେହେତୁ ସମସ୍ତ ବିଷୟ ତର୍ଜମା କରି ସୁପ୍ରିମକୋର୍ଟ ଏ ନିଷ୍ପତ୍ତି ନେଇଛନ୍ତି । କାଳେ ଏ ପ୍ରସଙ୍ଗରେ ଆଲୋଚନା ହୋଇଯିବ ସେଥିପାଇଁ ଗୃହକୁ ବନ୍ଦ କରାଗଲା ।"

ଏହା ବି ପଢନ୍ତୁ...Assembly News: ବିରୋଧୀଙ୍କ ହଙ୍ଗାମାରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ

ସେପଟେ ବିରୋଧୀ ଦଳର ନେତା ଜୟନାରାୟଣ କହିଛନ୍ତି, "ବିଧାନସଭା ଚଳାଇବାରେ ସରକାରଙ୍କର ଆନ୍ତରିକତା ନାହିଁ । ବିଭିନ୍ନ କାରଣରୁ ଏମାନେ ବିଧାନସଭାକୁ ବନ୍ଦ କରି ଦେଉଛନ୍ତି । ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେଲା କି ବିଜେପି ବିଧାୟକଙ୍କ ଉପରେ ହୋଇଥିବା ଆକ୍ସନ ପ୍ରତ୍ୟାହାର କରାଯିବ । ସେତେବେଳେ ରାଜି ହେଲେ କିନ୍ତୁ ଏବେ କହୁଛନ୍ତି ସର୍ତ୍ତ ଲଗାଇବୁ । ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ମନ୍ତବ୍ୟକୁ ନେଇ ଆମେ ସର୍ତ୍ତ ରଖିନାହୁଁ । ବାରମ୍ବାର ବିଧାନସଭା ବନ୍ଦ କରୁଛନ୍ତି । ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି । ଏହାର ଅର୍ଥ ହେଉଛି ଆମେ ଯାହା ପ୍ରଶ୍ନ ପଚାରୁଛୁ ସେମାନେ ଉତ୍ତର ଦେଉନାହାନ୍ତି । କିମ୍ବା ଉତ୍ତର ଦେବାକୁ ଚାହୁଁନାହାନ୍ତି । ଗୋଟିଏ ମିନିଟରେ ସମାଧାନ ହୋଇଯିବ । ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ଅନୁସାରେ ସେମାନେ କାମ କରନ୍ତୁ । ବିରୋଧ ପାଇଁ ପ୍ରଶ୍ନ କାଳ ବନ୍ଦ କରିବା କଥା । 4 ଯାଏଁ ବନ୍ଦ କରିବା ସନ୍ଦେହ ସୃଷ୍ଟି କରୁଛି ।"

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଯୋଜନା ଏବଂ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ । ସେ କହିଛନ୍ତି, "ଗୃହ ବନ୍ଦ ଦୁର୍ଭାଗ୍ୟଜନକ କଥା । ବିରୋଧୀଙ୍କୁ ସହଯୋଗ କରିବା କଥା । ସେ ଯେଉଁ ଦୁଇଟି ଦାବି ଉପସ୍ଥାପନ କରିଛନ୍ତି, ସେଇଟା ଯୁକ୍ତି ଯୁକ୍ତ ନୁହେଁ । ବାଚସ୍ପତିଙ୍କୁ ଯେଉଁଭଳି ଭାବେ ଅସମ୍ମାନ କରିଛନ୍ତି ତାହା ନିନ୍ଦନୀୟ । ବିରୋଧୀ କରିବେ ବୋଲି ଯେଉଁ ଡାଲି ଫିଙ୍ଗିଲେ, ତା ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଜି ପାରିତ ହେବ । ତେଣୁ ସେମାନେ ସହଯୋଗ କରିବା କଥା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.