ETV Bharat / state

Kalahandi Foundation Day: ବିକାଶର ସଂଜ୍ଞାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ - congress slams bjd

ନଭେମ୍ବର 1ରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ କଳାହାଣ୍ଡି ଜିଲ୍ଲାରେ ବିକାଶର ସଂଜ୍ଞାକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ କଂଗ୍ରେସ। ଅଧିକ ପଢନ୍ତୁ

Congress on cm visit to kalahandi
କଳାହାଣ୍ଡିର ବିକାଶର ସଂଜ୍ଞାକୁ ନେଇ ପ୍ରଶ୍ନ
author img

By ETV Bharat Odisha Team

Published : Oct 30, 2023, 9:32 PM IST

କଳାହାଣ୍ଡିର ବିକାଶର ସଂଜ୍ଞାକୁ ନେଇ ପ୍ରଶ୍ନ

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାରେ ବିକାଶର ସଂଜ୍ଞାକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ କଂଗ୍ରେସ । ନଭେମ୍ବର 1ରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ମୁଖ୍ୟମନ୍ତ୍ରୀ 'ଲକ୍ଷ୍ମୀ ଯୋଜନା'ର ଶୁଭାରମ୍ଭ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, "ଭୋକର ଭୂଗୋଳ ଯଦି ବଦଳି ଥାନ୍ତା ତାହେଲେ ଟଙ୍କିକିଆ ଚାଉଳ ଆଉ ଦରକାର ପଡିନଥାନ୍ତା । ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଏକଦା କଂଗ୍ରେସର ଗଡ଼ ଥିଲା। ସେହି ଜିଲ୍ଲାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଆସିଥିଲେ । ଏପରିକି ଦୁର୍ଭିକ୍ଷ ଆଉ ବନ୍ୟା ସମୟରେ ରିଲିଫ ମଧ୍ୟ ବାଣ୍ଟିଥିଲେ। କଳାହାଣ୍ଡିର ସାମଗ୍ରିକ ବିକାଶ ପାଇଁ କଂଗ୍ରେସ କେବିକେ ଗଠନ କରିଥିଲା । ହେଲେ 24 ବର୍ଷର ବିଜେଡି ସରକାର କ'ଣ ବିକାଶ କରିଛନ୍ତି ?"

" ଦୀର୍ଘ କାଳରୁ କଳାହାଣ୍ଡି କଂଗ୍ରେସର ଦୁର୍ଗ ଥିଲା । କଳାହାଣ୍ଡିର ଦୁର୍ଭିକ୍ଷ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରିଲିଫ ବାଣ୍ଟିଥିଲେ। KBK ଯୋଜନାର ମୂଳଦୁଆ କଂଗ୍ରେସ ଶାସନ ସମୟରେ ପଡିଥିଲା। ସମୟ ବଦଳୁଛି , ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ହେଉଛି। କଳାହାଣ୍ଡିର ଭୌଗଳିକ ସ୍ଥିତି ମଧ୍ୟ ସରକାରଙ୍କୁ ଜଣାନଥିବ। ସରକାର ଖାଲି ବଡ଼ ବଡ଼ ଏଜେନ୍ସି ଦ୍ୱାରା ପ୍ରଚାର ପ୍ରସାର କରୁଛନ୍ତି "ବୋଲି କହି ବର୍ଷିଛି କଂଗ୍ରେସ ।

""ଗ୍ରାମାଞ୍ଚଳରେ ଗମନାଗମନର ସୁବିଧା ପାଇଁ ହାତ ପାହାନ୍ତାରେ ସେବା ଯୋଗାଇ ଦେବ ରାଜ୍ୟ ପରିବହନ ବିଭାଗ । ଗାଁରୁ ପଞ୍ଚାୟତ ଏବଂ ବ୍ଲକକୁ ଚାଲିବ ଲକ୍ଷ୍ମୀ ବସ। ସାଧାରଣ ଲୋକଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି 'ଲକ୍ଷ୍ମୀ ଯୋଜନା'। ସେପଟେ 'ଲକ୍ଷ୍ମୀ ଯୋଜନା'ର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ। ସଂଘ ବନ୍ଦ ଡାକରା ମଧ୍ୟ ଦେଇଥିଲା, ପରିବହନ ମନ୍ତ୍ରୀ ଏବଂ ସଂଘ ମଧ୍ୟରେ ଆଲୋଚନା ହୋଇ ବସ ଧର୍ମଘଟ ସାମୟିକ ଭାବେ ସ୍ଥଗିତ ରହିଛି । ବସ ମାଲିକ ସଂଘର ଦାବି, ଲକ୍ଷ୍ମୀ ବସ ଚାଲିଲେ ଘରୋଇ ବସ ଗୁଡିକ ବିପୁଳ କ୍ଷତି ସହିବେ। ରାଜ୍ୟ ସରକାର ସବୁ ଅବଗତ ଥାଇ ମଧ୍ୟ ଲକ୍ଷ୍ମୀ ବସ ଯୋଜନା ଆଣୁଛନ୍ତି। 'ମୋ ବସ' ରୋଡ଼ ଉପରେ ଚାଲିବ ହେଲେ ବିଜୁ ଗାଁ ଗାଡି ଯୋଜନା କୁଆଡେ ଗଲା ?" ପ୍ରଶ୍ନ କରିଛନ୍ତ ପିସିସି ସଭାପତି ଶରତ ପଟ୍ଟନାୟକ ।

ଏହା ବି ପଢନ୍ତୁ...କଳାହାଣ୍ଡି ବିକାଶର କାହାଣୀ କହିବ ଲକ୍ଷ୍ମୀ ବସ, ନଭେମ୍ବର 1ରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ସେ ଆହୁରି ମଧ୍ୟ କହିଛନ୍ତି, "ନିର୍ବାଚନ ସମୟ ଆସୁଥିବାରୁ ଭୋଟ ପାଇଁ ଏଭଳି ଯୋଜନା କରୁଛନ୍ତି ସରକାର । 24 ବର୍ଷ ଭିତରେ କଳାହାଣ୍ଡିର ବିକାଶ ହୋଇପାରିଲା ନାହିଁ ଯେ ଏବେ ବିକାଶ କରିବେ ସରକାର। ଏତେ ବର୍ଷ ପରେ ରାଜ୍ୟ ସରକାର କଳାହାଣ୍ଡିକୁ ସର୍ବଶ୍ରେଷ୍ଠ ଜିଲ୍ଲା କରିବେ ଯାହାକି ହାସ୍ୟାସ୍ପଦ। ଲକ୍ଷ୍ମୀ ଯୋଜନାକୁ ବିରୋଧ କରୁଥିବା ଘରୋଇ ବସ ମାଲିକ ସଙ୍ଘ ଅକ୍ଟୋବର 31 ପର୍ଯ୍ୟନ୍ତ ସମୟ ନେଇଛନ୍ତି। ତା'ପରେ ପୁଣି ମନ୍ତ୍ରୀସ୍ତରୀୟ ଆଲୋଚନା ହେବ। ହେଲେ କ'ଣ ନିଷ୍କର୍ସ ବାହାରିବ ତାହା ସମୟ କହିବ। ବସ ମାଲିକ ସଂଘର ଦାବି ଗୁଡିକ ସରକାର ମାନିନେବେ ନା ପୁଣି ଘରୋଇ ବସ ମାଲିକ ସଙ୍ଘ କିଛି ଚିନ୍ତା କରିବେ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.