ETV Bharat / state

ହେବ କି ଆଗୁଆ ନିର୍ବାଚନ ? ବିଜେଡି-ବିଜେପି କହିଲେ ଆମେ ପ୍ରସ୍ତୁତ, ଚର୍ଚ୍ଚାକୁ ଖଣ୍ଡନ କଲା କଂଗ୍ରେସ

author img

By

Published : Jul 14, 2023, 10:47 PM IST

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଘୋଷଣା ଓ କାର୍ଯ୍ୟଶୈଳୀରୁ ଆଗୁଆ ନିର୍ବାଚନ ନେଇ ଆକଳନ କରାଯାଉଛି । ବିଜେପି ଓ ବିଜେଡି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଥିବା ବେଳେ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖଣ୍ଡନ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ..

ହେବ କି ଆଗୁଆ ନିର୍ବାଚନ ?
ହେବ କି ଆଗୁଆ ନିର୍ବାଚନ ?
ହେବ କି ଆଗୁଆ ନିର୍ବାଚନ ?

ଭୁବନେଶ୍ବର: ଦେଶର ଅନ୍ୟ 5 ରାଜ୍ୟଙ୍କ ସହ ଓଡିଶାରେ ହେବକି ଆଗୁଆ ନିର୍ବାଚନ ? ନା କେନ୍ଦ୍ର ସରକାରଙ୍କ ସହ ନିର୍ବାଚନକୁ ଓହ୍ଲେଇବ ରାଜ୍ୟ ? ଦେଶ ତଥା ରାଜ୍ୟରେ ଅଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଲାଗି ରହିଛି । ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ସମୟରେ ହିଁ ଓଡିଶା ସରକାର ନିର୍ବାଚନକୁ ଯାଇପାରନ୍ତି ବୋଲି କୁହାଯାଉଛି । ରାଜ୍ୟ ସରକାରଙ୍କ କିଛି କାର୍ଯ୍ୟକ୍ରମ ଅଗୁଆ ନିର୍ବାଚନକୁ ଯିବା ସମ୍ଭାବନାକୁ ବଢାଇ ଦେଉଛି । ବିଭିନ୍ନ ଯୋଜନା ଘୋଷଣା ହେଉ ବା ସପ୍ଲିମେଣ୍ଟାରୀ ବଜେଟ ପ୍ରସ୍ତୁତି ନେଇ ବିଭାଗଗୁଡ଼ିକୁ ପ୍ରସ୍ତାବ, ଏହା ଆଗୁଆ ନିର୍ବାଚନର ପୂର୍ବ ପ୍ରସ୍ତୁତି ବୋଲି ଆକଳନ କରାଯାଉଛି । ସେପଟେ ବିଜେପି କହିଛି ଆମେ ବି ନିର୍ବାଚନ ଲାଗି ପ୍ରସ୍ତୁତ ଅଛୁ । ହେଲେ ଅଗୁଆ ନିର୍ବାଚନ କଥାକୁ ଗ୍ରହଣ କରିନାହାନ୍ତି କଂଗ୍ରେସ ବିଧାୟକ ।

'ବିଜୁ ଜନତା ଦଳ ସବୁବେଳେ ପ୍ରସ୍ତୁତ': ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, "ବିଜୁ ଜନତା ଦଳ ସବୁବେଳେ ପ୍ରସ୍ତୁତ ହୋଇଥାଏ । ନିର୍ବାଚନ ହେଉ କି ନହେଉ । ଆମେ ଆମ ସଂଗଠନକୁ ସୁଦୃଢ କରି ରଖୁ । ସବୁବେଳେ ଆମେ କର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ର ଦେଉ । ନିର୍ବାଚନ କେବେ ହେବ ସେଇଟା ଅଲଗା କଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର କର୍ମକର୍ତ୍ତା ସବୁବେଳେ ତତ୍ପର ଥାଆନ୍ତି ଲୋକଙ୍କ ପାଖକୁ ଯିବା ପାଇଁ ଓ କର୍ମକର୍ତ୍ତାଙ୍କୁ ସୁଦୃଢ କରିବା ପାଇଁ । ସଂଗଠନ କାର୍ଯ୍ୟ ସେହିପରି ଚାଲେ । ନିର୍ବାଚନ ଅଗୁଆ ହେବା ନେଇ ଚର୍ଚ୍ଚା ବାବଦରେ ଜାଣିନାହିଁ । ଆମେ ସଂଗଠନ ସୁଦୃଢ କରୁ, ଏହା ଚିରାଚରିତ କାମ । ନିର୍ବାଚନ ସାରିବା ପରେ ଆମେ ଆଗାମୀ ଦିନ ପାଇଁ ପ୍ରସ୍ତୁତି ଆରମ୍ଭ କରୁ । ଅଗୁଆ ନୁହେଁ କି ପଛୁଆ ନୁହେଁ ।"

'ନିର୍ବାଚନ ପୂର୍ବରୁ କର୍ମୀଙ୍କୁ ପୋଷିବା ପାଇଁ ଘୋଷଣା ହେଉଛି ଯୋଜନା': ସେହିପରି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ରାଜ୍ୟ ସରକାର ଅଗୁଆ ନିର୍ବାଚନ କଥା ଚିନ୍ତା କରୁଥିବା ଲାଗୁଛି । ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରି ଦଳୀୟ କର୍ମୀଙ୍କୁ ପ୍ରତିପୋଷଣ କରିବା ପାଇଁ ରାସ୍ତା ଖୋଲିଛନ୍ତି । ଅତ୍ୟନ୍ତ ଭ୍ରଷ୍ଟାଚାରୀ ସରକାରରେ ବିଜେଡି କର୍ମୀ ପୋଷଣ ଛଡା ବାସ୍ତବରେ କିଛି ହେଉନାହିଁ । ଗତଥର ଆମ ଗାଁ ଆମ ବିକାଶରେ ଯାହା କରିଥିଲେ ସେଇକଥା ଏଥର କରିବେ । ନିଜର ଦଳୀୟ କର୍ମୀଙ୍କୁ କାମ ବାଣ୍ଟିବେ । ଫଲ୍‌ସ୍ ବିଲ୍‌ ଜରିଆରେ ଲୁଟ୍‌ ହେବ । ଲାଗୁଛି ସରକାର ଅଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି । ଅଗୁଆ ନିର୍ବାଚନକୁ ଆମେ ସ୍ବାଗତ କରିବା ସହ ପ୍ରସ୍ତୁତ ଅଛୁ ।"

ଏହା ମଧ୍ୟ ପଢ଼ନ୍ତୁ...ଫୋକସ୍ ୨୦୨୪; ବିଜେଡି-ବିଜେପି ବିରୋଧରେ ପରିବର୍ତ୍ତନ ରଥ ବୁଲାଇବ କଂଗ୍ରେସ

'ଆଗୁଆ ନିର୍ବାଚନ ଚର୍ଚ୍ଚାରେ ସତ୍ୟତା ନାହିଁ': କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କିନ୍ତୁ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, "ଆଗୁଆ ନିର୍ବାଚନ ହେବନାହିଁ । ରାଜ୍ୟ ସରକାରଙ୍କ ଅବସ୍ଥା ଭଲ ନାହିଁ । ଲୋକମାନେ ବିଜେଡିକୁ ଭୋଟ ଦେବେନାହିଁ ବୋଲି ମନସ୍ଥ କଲେଣି । ସେଥିପାଇଁ ଜନଶୁଣାଣୀ, 5T ସଚିବଙ୍କ ଜିଲ୍ଲା ଗସ୍ତ ଓ ଅର୍ଥ ବିଭାଗ ମତାମତ ସବୁ ଲୋକ ଦେଖାଣିଆ । ମୌସୁମୀ ଅଧିବେଶନ ସବୁବେଳେ ଅଗଷ୍ଟରେ ହୁଏ । ନିର୍ବାଚନ ପୂର୍ବରୁ ୨ଟି ଅତିରିକ୍ତ ବଜେଟ ଆସିପାରେ । ମୌସୁମୀ ସେସନରେ ପ୍ରଥମ ସପ୍ଲିମେଣ୍ଟାରୀ ବଜେଟ ସରକାର ଆଣିପାରନ୍ତି । ନିର୍ବାଚନ ବର୍ଷ ଥିବାରୁ ଯେକୌଣସି ଯୋଜନା କରିବେ ତାହାକୁ ଲାଗୁ କରିବା ଓ ଗାଇଡ୍‌ଲାଇନ କରି ତୃଣମୂଳକୁ ପହଞ୍ଚାଇବା ପାଇଁ ୬ ମାସ ସମୟ ଲାଗିବ । ଯାହା ୨୦୨୩/୨୪ ବଜେଟ୍‌ରେ ଆଣି ପାରିନାହାନ୍ତି ତାହା ପ୍ରଥମ ସପ୍ଲିମେଣ୍ଟାରୀ ବଜେଟରେ ଆଣିବେ ।" ତେଣୁ ଆଗୁଆ ନିର୍ବାଚନ ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.