ETV Bharat / state

Range Rover Accident: ମୁହଁ ଖୋଲିଲେ ପୋଲିସ କମିସନର, କହିଲେ ସିସିଟିଭି ଲିଗାଲି ହୋଇପାରିବ କି ?

author img

By ETV Bharat Odisha Team

Published : Nov 8, 2023, 9:58 PM IST

ପାୱାର ହାଉସ ଛକ ରେଞ୍ଜ ରୋଭର କାରକୁ ନେଇ ତେଜୁଛି ରାଜନୀତି । ବିଜେପି ଓ କଂଗ୍ରେସ ଏହାକୁ ପ୍ରସଙ୍ଗ କରି ପୋଲିସକୁ ଟାର୍ଗେଟ କରିଥିବା ବେଳେ ପ୍ରତିକ୍ରିୟା ରଖିଲେ ପୋଲିସ କମିସନର । ଅଧିକ ପଢ଼ନ୍ତୁ

Range Rover Accident
Range Rover Accident

Range Rover Accident

ଭୁବନେଶ୍ବର: ରାଜଧାନୀ ହିଟ ଆଣ୍ଡ ରନ୍‌ ମାମଲା । ପାୱାର ହାଉସ ଛକ ରେଞ୍ଜ ରୋଭର କାରକୁ ନେଇ ତେଜୁଛି ରାଜନୀତି । ଉଭୟ ବିଜେପି ଓ କଂଗ୍ରେସ ଏହାକୁ ପ୍ରସଙ୍ଗ କରି ପୋଲିସକୁ ଟାର୍ଗେଟ କରିଛନ୍ତି । ଏହାରି ଭିତରେ ଦୁଇ ରାଜନୈତିକ ଦଳର ପ୍ରସଙ୍ଗ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଲିଗାଲି କେସ ମାମଲାରେ ସିସିଟିଭି ଫୁଟେଜ ପବ୍ଲିକ ହୋଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ସୌମେନ୍ଦ୍ର ।

ତେବେ ଏନେଇ ପୋଲିସ କମିସନର କହିଛନ୍ତି, "ଯେଉଁ ରାଜନୈତିକ ଦଳ ସ୍ମାରକପତ୍ର ବା ଦାବିପତ୍ର ଦେଉଛନ୍ତି । ଯାହାର ଏନେଇ ଅଭିଯୋଗ ରହିଛି ତାକୁ ବିବେଚନା କରାଯାଉଛି । ଗଣମାଧ୍ୟମରେ ଯେଉଁ ଖବର ଚାଲୁଛି ନମ୍ବର ଭୁଲ ଥିବା ଘଟଣା ଯାହକି ପ୍ରେସ ନୋଟରେ କୁହାଯାଇଛି । ଯେଉଁ କଥାକୁ ନେଇ ଅଭିଯୋଗ ଆସୁଛି ସେସବୁକୁ ନେଇ ପ୍ରତ୍ୟେକ ଜିନିଷ ତନତନ ଯାଞ୍ଚ କରାଯାଉଛି । ଯେଉଁ ଅଭିଯୋଗ ଆସୁଛି ତାହା ବିଚାରଣୀୟ । ତେଣୁ ଏନେଇ ଆମେ ସମସ୍ତଙ୍କ ଅଭିଯୋଗକୁ ବିଚାରକୁ ନେଉଛୁ ।"

ଅକ୍ଟୋବର ମାସ ଶେଷରେ ପାଓ୍ବାର ହାଉସ ଛକରେ ବିଧାୟିକା ଦୀପାଳି ଦାସଙ୍କ ଭାଇଙ୍କ ମାଲିକାନାରେ ଥିବା କମ୍ପାନୀର ରେଞ୍ଜ ରୋଭର କାର ଏକ ବାଇକକୁ ଧକ୍କା ଦେଇଥିଲା । ଏହି ଘଟଣାରେ ପୋଲିସ କେସ ନମ୍ବର ୬୪୩ରେ ପୂର୍ବରୁ ଆଇପିସିର ଦଫା 279, 337,338,184 MV ଆକ୍ଟରେ ତଦନ୍ତ କରିଥିଲା । ପରେ ଏହି ଘଟଣାରେ ଦୁର୍ଘଟଣାର ଶିକାର‌ ହୋଇଥିବା ଜଣେ ଯୁବତୀଙ୍କ ମୃତ୍ୟୁ ପରେ ପୋଲିସ ୩୦୪Aରେ ଦଫା ଲଗାଇ ତଦନ୍ତ କରିଛି । ଅବହେଳା ଓ ବେପରୁଆ ଗାଡି ଚାଳନା ପାଇଁ ହତ୍ୟା କରିବା ଦଫାରେ 304A ରେ ତଦନ୍ତ ଆଗକୁ ବଢ଼ିଛି । ଏହି ଘଟଣାରେ‌ ପୂର୍ବରୁ ଡ୍ରାଇଭର ସୌଭାଗ୍ୟ କୁମାର‌ ବାଗକୁ ଗିରଫ କରାଯାଇଥିବା ବେଳେ ଏବେ ରାଜନୈତିକ ଦଳମାନଙ୍କ ବିରୋଧ ଓ ତଦନ୍ତ ପାଇ ଚାପ ବଢିଛି ।

ଏହା ମଧ୍ୟ ପଢ଼ନ୍ତୁ.......Range Rover Accident: ରେଞ୍ଜ ରୋଭର ନମ୍ବର ବଦଳାଇବାକୁ ନେଇ ତାତି, ପୋଲିସ କମିସନର ଅଫିସ ଘେରିଲା ଛାତ୍ର କଂଗ୍ରେସ

ତେବେ ସୋମବାର ଏନେଇ ପୋଲିସ କମିସନର ଅଫିସ ଘେରାଉ କରିଥିଲା ଛାତ୍ର କଂଗ୍ରେସ । ଘଟଣାର ସିସିଟିଭି ଫୁଟେଜ ସାର୍ବଜନିନ କରିବା ସହ ଏହି ଘଟଣାରେ ବିଶାଲ ଦାସଙ୍କୁ ଗିରଫ ପାଇଁ ଦାବି କରିଥିଲେ । ଏପରିକି ଦୁର୍ଘଟଣାର ଶିକାର‌ ହୋଇ ଜୀବନ ହାରିଥିବା ଯୁବତୀଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ । କେବଳ କଂଗ୍ରେସ ନୁହେଁ ଏନେଇ ବିଜେପି ମଧ୍ୟ ଏହାକୁ ପ୍ରସଙ୍ଗ କରିଥିଲା । ଏନେଇ ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ମଧ୍ୟ କରିଥିଲା । ପୂର୍ବରୁ ଏହି ଘଟଣାରେ ବିଜେପି ମୁଖପାତ୍ର କହିଥିଲେ ଯେ, ଏହି ଘଟଣାରେ ସିସିଟିଭିରେ ସତ ଲୁଚିଛି । ହେଲେ ସିସିଟିଭି କାହିଁକି ସାର୍ବଜନୀନ କରାଯାଉନି । ଏନେଇ ପୋଲିସ କମିସନରଙ୍କ ବରଖାସ୍ତ ଦାବି କରିଥିଲେ‌ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।

ଇଟିଭି ଭରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.