ETV Bharat / state

ଝାରପଡା ଗୁଳିମାଡ଼ ଘଟଣା, ୨ଜଣଙ୍କୁ ବାନ୍ଧିଲା ପୋଲିସ

ଝାରପଡ଼ା ଗୁଳିମାଡ଼ ଘଟଣା । ମୁଖ୍ୟ ଅଭିଯୁକ୍ତ ପ୍ରଭାତର ୨ ବଡିଗାର୍ଡଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ

author img

By

Published : Jun 29, 2023, 10:18 PM IST

Etv Bharat
Etv Bharat
ଝାରପଡା ଗୁଳିମାଡ଼ ଘଟଣା

ଭୁବନେଶ୍ବର: ଝାରପଡା ଗୁଳିମାଡ଼ ଘଟଣାରେ ୨ ଜଣ ଗିରଫ । ଗୁରୁତର ଅବସ୍ଥାରେ ଶିଖର ଜେନା ଓ ପୁଅ ଆଲୋକ ଜେନା ହସ୍ପିଟାଲ ଲରେ ଭର୍ତ୍ତି ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଫେରାର ହୋଇଯାଇଛି । ପ୍ରଭାତର ୨ ବଡିଗାର୍ଡଙ୍କୁ ଗିରଫ କରିବା ସହ ୨ଟି ବନ୍ଧୁକ ଓ ଅଫୁଟା ଗୁଳି ଜବତ କରିଛି ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି ଭୁବନେଶ୍ବର ଡିସିପି । ଏହାସହ ତିନୋଟି ଟିମ କରି ଯାଞ୍ଚ କାରାକାଉଥିବା ବେଳେ ଅଧିକ ତଥ୍ୟ ପାଇଁ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ପୋଲିସ ।

ଡିସିପିଙ୍କ କହିବା ମୁତାବିକ ବୁଧବାର, ରାତି ୧୧ଟାରେ ଝାରପଡାର ଶିଖର ଜେନାଙ୍କ ବଡ଼ପୁଅ ଦୀପକ ଜଗନ୍ନାଥନଗର, ପ୍ରଜାପତି କଲ୍ୟାଣ ମଣ୍ଡପ ସମ୍ମୁଖ ଦେଇ ଆସୁଥିବା ବେଳେ ବିଜେପିର କର୍ପୋରେଟର ପ୍ରାର୍ଥୀ ପ୍ରଭାତ ମାର୍ଥା ତାଙ୍କ ଗାଡି ଅଟକାଇଥିଲେ। ଗଣ୍ଡଗୋଳ ବଢିବାରୁ ଦୀପକ ତାଙ୍କ ବାପା ଓ ଭାଇ ଆଲୋକଙ୍କୁ ଘଟଣାସ୍ଥଳକୁ ଡାକିଥିଲେ। ତେବେ ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରଭାତ ଓ ତାଙ୍କ ଦୁଇ ସହଯୋଗୀ ଅତର୍କିତ ଗୁଳି ଚାଳନା କରିଥିଲେ। ରକ୍ତାକ୍ତ ଅବସ୍ଥାରେ ଶିଖର ଓ ପୁଅ ଆଲୋକଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟ ଅଭିଯୁକ୍ତ ପ୍ରଭାତ କେଉଁଆଡ଼େ ଫେରାର ହୋଇଯାଇଥିବା ବେଳେ ତାଙ୍କ ବଡ଼ିଗାର୍ଡ ଦିବାକର କଳସ ଓ ରାଜା ସାହୁଙ୍କୁ ଗିରଫ କରିଛି ପୋଲିସ ।

ଏହା ବି ପଢନ୍ତୁ- ୟୁପି-ବିହାର ପରି ଭୁବନେଶ୍ୱରରେ ବନ୍ଧୁକରାଜ: ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼

ସେମାନଙ୍କ ନିକଟରୁ ୨ ଟି ବନ୍ଧୁକ ଜବତ କରିଛି ପୋଲିସ । ତେବେ ଗୋଟିଏ ବନ୍ଧୁକ ଲାଇସେନ୍ସ ପ୍ରାପ୍ତ ହୋଇଥିବା ବେଳେ ଅନ୍ୟଟି ସମ୍ପର୍କରେ ଖୋଳତାଡ଼ ଚାଲିଥିବା କହିଛି ପୋଲିସ । ଅନ୍ୟପଟେ ରାଜନୈତିକ ଶତ୍ରୁତା ନେଇ ଶିଖରଙ୍କ ଭାଇ ଶ୍ରୀଧର ଜେନା ଗୋଟିଏ ଏତଲା ଦେବା ପରେ ଓଲଟା କାଉଣ୍ଟର ଏତଲା ଦେଇଛନ୍ତି ପ୍ରଭାତଙ୍କ ପତ୍ନୀ ପ୍ରିୟଦର୍ଶିନୀ ମାର୍ଥା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନ ତନ କରିବା ସହ ଯାଞ୍ଚ କରିଛି ସାଇଣ୍ଟିଫିକ ଟିମ । କେତେ ଦୂରତାରୁ ଗୁଳି ଫୁଟିଲା, ଯେଉଁ ବନ୍ଧୁକରୁ ଗୁଳି ଫୁଟିଛି ତାର ଵାଲାଷ୍ଟିକ ଟେଷ୍ଟ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରଭାତ ଯଦି ନିର୍ଦ୍ଦୋଷ ସେ ଫେରାର ହୋଇଛନ୍ତି କଣ ପାଇଁ ? କାରଣ ଏହି ଝଗଡା ବା ଗୁଳିକାଣ୍ଡ କେବଳ ଗାଡି ପାର୍କିଂର ବଚସାକୁ ନେଇ ନୁହେଁ, ବର ପୂର୍ବ ଶତ୍ରୁତାକୁ ନେଇ ଆକ୍ରୋଶ ମୂଳକ ଭାବେ ହୋଇଛି ।

ପୂର୍ବରୁ ପୌର ନିର୍ବାଚନ, ବାଲିଘାଟ, ସୁଧ ବେପାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଥିଲା । ଏଣୁ ଭାଇଗିରିକୁ ବାସ୍ତବ ରୂପ ଦେବାକୁ ସର୍ବସମ୍ମୁଖରେ ଏଭଳି ଗୁଳିମାଡ଼ ହେଇଥିବା ସୂଚନା ମିଳିଛି । ସେପଟେ ଏହି ଘଟଣାରେ ବିଜେପିର ବଡ ନେତାଙ୍କର ହାତ ଅଛି ବୋଲି ଚର୍ଚ୍ଚା ହେଉଥିବା ବେଳେ କମିଶନରେଟ ପୋଲିସର କହିବା କଥା ହେଉଛି ଆଇନ ଆଗରେ ସମସ୍ତେ ସମାନ । ଯିଏ ଆଇନକୁ ହାତକୁ ନେବ, ପୋଲିସ ତା ହାତରେ ହାତକଡି ପକାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.