ETV Bharat / state

ଫେକ୍‌ ସାର୍ଟିଫିକେଟରେ ପୋଷ୍ଟାଲ ଚାକିରି, ସିବିଆଇରେ ଅଭିଯୋଗ କଲେ PMG - ବଲାଙ୍ଗୀର ଫେକ ସାର୍ଟିଫିକେଟ ମାମଲା

ଫେକ୍ ସାର୍ଟିଫିକେଟରେ ପୋଷ୍ଟାଲରେ ଚାକିରି । ସିବିଆଇରେ ଅଭିଯୋଗ କଲେ ପୋଷ୍ଟ ମାଷ୍ଟର ଜେନରାଲ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 11, 2023, 10:59 AM IST

ଭୁବନେଶ୍ବର: ବଲାଙ୍ଗୀର ଫେକ ସାର୍ଟିଫିକେଟ ମାମଲାରେ ତଦନ୍ତ କରିପାରେ ସିବିଆଇ । ଏହି ଘଟଣାରେ ତଦନ୍ତ କରିବାକୁ ସିବିଆଇ ନିକଟରେ ଅଭିଯୋଗ କଲେ ପିଏମଜି । ରାଜ୍ୟରେ 1328ଟି ଡାକ କର୍ମଚାରୀ ପୋଷ୍ଟରେ ହୋଇଥିବା ନିଯୁକ୍ତି ପଛରେ ଅପରାଧିକ ପୃଷ୍ଠଭୂମି ବା ଫେକ୍‌ ସାର୍ଟିଫିକେଟ କାରବାର ତନାଘନା ପାଇଁ ସିବିଆରେ ଅଭିଯୋଗ ହୋଇଛି । ଏହି ମାମଲାରେ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିପାରେ ବୋଲି କୁହାଯାଉଛି ।

ତେବେ ବଲାଙ୍ଗୀରରୁ ଫେକ୍‌ ସାର୍ଟିଫିକେଟ ରାକେଟ ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । କେବଳ ବଲାଙ୍ଗୀର ନୁହେଁ ରାଜ୍ୟ ଅନେକ ଜିଲ୍ଲା ଓ ବାହର ରାଜ୍ୟକୁ ମଧ୍ୟ ଏହାର ଚେର ଲମ୍ବିଛି। ଫେକ ସାର୍ଟିଫିକେଟ ଜରିଆରେ ଅନେକ ଲୋକ ପୋଷ୍ଟାଲରେ ଚାକିରି ହାତେଇଛନ୍ତି । ଏହି ଘଟଣାରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ଯଦି ଏହି ମାମଲା ସିବିଆଇ ହାତକୁ ଗଲା ତେବେ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେନଇ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ ।

କେବଳ ପୋଷ୍ଟାଲ ବିଭାଗରେ ଫେକ୍‌ ସାର୍ଟିଫିକେଟ ବ୍ୟବାହର ହୋଇଛି ନା ଅନ୍ୟ କୌଣସି ଚାକିରିରେ ମଧ୍ୟ ଫେକ ସାର୍ଟିଫିକେଟର ବ୍ୟବହାର ହୋଇଛି ସେନେଇ ଏପର୍ଯ୍ୟନ୍ତ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ଏହା ପଛରେ ଥିବା କାର୍ପଟଦାର ତଥା ଗିରଫ ଅଭିଯୁକ୍ତଙ୍କ ମନୋଜ ମିଶ୍ରଙ୍କ ସହ ଆଲୋକ ଉଦଗତ ଭଳି ଅଭିଯୁକ୍ତଙ୍କ ଲିଙ୍କ୍‌ କେତେ ବାଟ ଲମ୍ବିଛି ସିବିଆଇ ତଦନ୍ତ ହେଲେ ତାହା ମଧ୍ୟ ସାମ୍ନାକୁ ଆସିପାରିବ । ଗିରଫ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହ ହାଇପ୍ରୋଫାଇଲ ପଲଟିକାଲ ଲିଙ୍କ୍‌ ନେଇ ମଧ୍ୟ ଛାନଭିନ୍‌ କଲେ ସିବିଆଇ ହାତରେ ଅନେକ ତଥ୍ୟ ଲାଗିଥାଇ ପାରେ ।

ତେବେ‌ ବଲାଙ୍ଗୀରରେ ରିଲିଆନ୍ସ କୋଚିଂ ସେଣ୍ଟରରୁ ରାଜ୍ୟର ବଡ଼ ଧରଣର ଜାଲ ସାର୍ଟିଫିକେଟ ରାକେଟର ଘଟଣା ସାମ୍ନାକୁ ଆସିବାରେ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ଏନେଇ ତନାଘନା କରୁଛି ।ଗିରଫ ୪ଅଭିଯୁକ୍ତଙ୍କୁ ୩ଦିନିଆ ରିମାଣ୍ଡରେ ନେବା ପରେ ଏବେ ଏହା ପଛର କିଛି ଲିଙ୍କ୍‌ ଖୋଜୁଛି‌ ପୋଲିସ । ଏପରିକି ଜାଲ ସାର୍ଟିଫିକେଟର ଚେର‌ ରାଜ୍ୟ ବାହାରକୁ ଲମ୍ବିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା ବେଳେ ଏହା ପଛରେ କେଉଁକେଉଁ ଲୋକଙ୍କ ହାତ‌ରହିଛି ସେନେଇ ତଦନ୍ତ ଜାରି ରହିଛି ‌। ଗିରଫ ଅଭିଯୁକ୍ତ ମନୋଜ ମିଶ୍ରର ଘରେ କ୍ରାଇମବ୍ରଞ୍ଚ ରେଡ୍‌ କରି 5ଟି ପ୍ଲଟ ସମେତ 7ଟି ଆକାଉଣ୍ଟକୁ ଠାବ କରିସାରିଛି ।

ଏହି ମାମଲାରେ ସିବିଆଇ ନିକଟରେ ଅଭିଯୋଗ ହୋଇଛି । ଯଦି ସିବିଆଇ ତଦନ୍ତ ହୁଏ ତେବେ କେଉଁ ମାନଙ୍କର ଏଥିରେ ଲିଙ୍କ୍‌ ରହିଛି ? ‌କେବଳ ଓଡିଶାରେ ଜାଲ ସାର୍ଟିଫିକେଟ ତିଆରି କରାଯାଉଥିଲା ନା ଅନ୍ୟ କେଉଁ ରାଜ୍ୟରେ ମଧ୍ୟ ତିଆରି ହେଉଥିଲା, ଓ ସାର୍ଟିଫିକେଟ ପିଛା କେତେ ଟଙ୍କା ନେଉଥିଲେ ଠକ ତାହା ସାମ୍ନାକୁ ଆସି ପାରିବ ବୋଲି କୁହାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.