ETV Bharat / state

ବାଲିଯାତ୍ରାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବର୍ଣ୍ଣନା ଓଡିଆଙ୍କ ପାଇଁ ଗର୍ବର ବିଷୟ: ଧର୍ମେନ୍ଦ୍ର ପ୍ରଧାନ

ଇଣ୍ଡୋନେସିଆର ବାଲି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ଐତିହାସିକ ‘ବାଲିଯାତ୍ରା’ ସମ୍ପର୍କରେ ଯେଉଁ ଭଳି ଭାବେ ବର୍ଣ୍ଣନା କରିଛନ୍ତି, ତାହା ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Nov 15, 2022, 11:04 PM IST

ହାଇଦ୍ରାବାଦ: ଇଣ୍ଡୋନେସିଆର ବାଲି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi ) ଓଡିଶାର ଐତିହାସିକ ‘ବାଲିଯାତ୍ରା’ (BaliJatra) ସମ୍ପର୍କରେ ଯେଉଁ ଭଳି ଭାବେ ବର୍ଣ୍ଣନା କରିଛନ୍ତି ତାହା ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଧର୍ମେନ୍ଦ୍ର ଟ୍ବିଟ କରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

  • ବାଲି ଠାରେ ପ୍ରଧାନମନ୍ତ୍ରୀ @narendramodi ଓଡ଼ିଶାର ଐତିହାସିକ ‘ବାଲିଯାତ୍ରା’ ସମ୍ପର୍କରେ ଯେଉଁ ଭଳି ଭାବେ ବର୍ଣ୍ଣନା କରିଛନ୍ତି, ଏହା ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ । ଆମ ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରାକୁ ସମ୍ମାନ ଜଣାଇ ଓଡ଼ିଆ ଜାତିକୁ ପ୍ରଶଂସିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜ୍ଞାପନ କରୁଛି । pic.twitter.com/tQp8Q7n3sn

    — Dharmendra Pradhan (@dpradhanbjp) November 15, 2022 " class="align-text-top noRightClick twitterSection" data=" ">

ଧର୍ମେନ୍ଦ୍ର କହିଛନ୍ତି, "ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରାକୁ ସମ୍ମାନ ଜଣାଇ ଓଡ଼ିଆ ଜାତିକୁ ପ୍ରଶଂସିତ କରିଥିବାରୁ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜ୍ଞାପନ କରୁଛି । ଅତୀତରେ ଆମର ସାଧବ ପୁଅମାନେ ଗଭୀର ସମୁଦ୍ରରେ ବୋଇତ ଚାଳନା ମାଧ୍ୟମରେ ଭାରତ-ଇଣ୍ଡୋନେସିଆ ଯାତ୍ରା କରି ଦୁଇ ଦେଶ ମଧ୍ୟରେ ସ୍ଥାପନ କରିଥିବା ସମୃଦ୍ଧ ବାଣିଜ୍ୟ ସମ୍ପର୍କ ‘ବାଲିଯାତ୍ରା’ ପରମ୍ପରାକୁ ଜନ୍ମ ଦେଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଉତ୍ସାହପୂର୍ଣ୍ଣ ବାର୍ତ୍ତା ପ୍ରତ୍ୟେକ ଓଡ଼ିଆଙ୍କୁ ଓଡ଼ିଶାର ଗୌରବମୟ ଇତିହାସ ବିଷୟରେ ଜାଣିବା ପାଇଁ ପ୍ରେରିତ କରିବ ।"

  • ଅତୀତରେ ଆମର ସାଧବ ପୁଅମାନେ ଗଭୀର ସମୁଦ୍ରରେ ବୋଇତ ଚାଳନା ମାଧ୍ୟମରେ ଭାରତ-ଇଣ୍ଡୋନେସିଆ ଯାତ୍ରା କରି ଦୁଇ ଦେଶ ମଧ୍ୟରେ ସ୍ଥାପନ କରିଥିବା ବାଣିଜ୍ୟ ସମ୍ପର୍କ‘ବାଲିଯାତ୍ରା’ପରମ୍ପରାକୁ ଜନ୍ମ ଦେଇଛି।ପ୍ରଧାନମନ୍ତ୍ରୀଙ୍କ ଏହି ଉତ୍ସାହପୂର୍ଣ୍ଣ ବାର୍ତ୍ତା ପ୍ରତ୍ୟେକ ଓଡ଼ିଆଙ୍କୁ ଓଡ଼ିଶାର ଗୌରବମୟ ଇତିହାସ ବିଷୟରେ ଜାଣିବା ପାଇଁ ପ୍ରେରିତ କରିବ। pic.twitter.com/cuNO6SSWvR

ଏହାବି ପଢନ୍ତୁ- G-20 Summit: ଇଣ୍ଡୋନେସିଆରେ ବାଲିଯାତ୍ରାକୁ ମନେ ପକାଇଲେ ମୋଦି

ସେପଟେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବାଲିଯାତ୍ରା ର ଗୌରବମୟ ଇତିହାସ ସମୃଦ୍ଧଶାଳୀ ଅତିତୀ ଇଣ୍ଡୋନେସିଆ ବାଲିରେ ବର୍ଣ୍ଣନା କରିବା ପରେ ଟ୍ବିଟ ମଧ୍ୟ କରିଛନ୍ତି ।

ଏହାବି ପଢନ୍ତୁ- କଳିଙ୍ଗ ସାମ୍ରାଜ୍ୟ ମାଧ୍ୟମରେ ଭାରତୀୟ ସଂସ୍କୃତି ଦର୍ଶନ ଇଣ୍ଡୋନେସିଆରେ ପହଞ୍ଚିଥିଲା: ମୋଦି

  • ଓଡ଼ିଶା ଏବଂ ବାଲି ମଧ୍ୟରେ ଏକ ସ୍ୱତନ୍ତ୍ର ସମ୍ପର୍କ pic.twitter.com/VmPiZwrbTk

    — Narendra Modi (@narendramodi) November 15, 2022 " class="align-text-top noRightClick twitterSection" data=" ">

ସୂଚନାଯୋଗ୍ଯଯେ ଇଣ୍ଡୋନେସିଆର ବାଲିଦ୍ବୀପ ଠାରେ ଆୟୋଜିତ ହୋଇଛି ୧୭ତମ ଜି-୨୦ ସମ୍ମିଳନୀ । ଏଥିରେ ଯୋଗଦେବାକୁ ଦୁଇ ଦିନିଆ ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ । ଏହି ସମ୍ମିଳନୀରେ ଓଡ଼ିଶାରେ ଚାଲୁଥିବା ଐତିହାସିକ ବାଲିଯାତ୍ରାକୁ ମନେ ପକାଇ ମୋଦି କହିଛନ୍ତି ସାଧବ ପୁଅମାନେ ବଣିଜ ପାଇଁ ଇଣ୍ଡୋନେସିଆର ଜାଭା, ସୁମାତ୍ରାକୁ ଆସୁଥିଲେ । ଏହି ଉତ୍ସବ ଇଣ୍ଡୋନେସିଆ ଓ ଭାରତ ମଧ୍ୟରେ ରହିଥିବା ବାଣିଜ୍ୟ ସମ୍ପର୍କକୁ ସ୍ମରଣ କରାଯାଉଛି । ଏହା ଭାରତ ଓ ଇଣ୍ଡୋନେସିଆର ସମ୍ପର୍କ ଆହୁରି ଦୃଢୀଭୂତ କରିଛି ବୋଲି ମୋଦି କହିଥିଲେ । ଏହାସହ ଯେତେବେଳେ ସେ ଇଣ୍ଡୋନେସିଆର ବାଲି ଦ୍ବୀପରେ ଅଛନ୍ତି, ଠିକ ସେତିକି ବେଳେ, ବାଲି ଠାରୁ ପ୍ରାୟ 1500 ସହ କିମି ଦୂର ଭାରତବର୍ଷ ଓଡିଶା ପ୍ରଦେଶର କଟକ ସହର ମହାନଦୀ କୂଳରେ ବାଲିଯାତ୍ରା ଚାଲିଛି ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.