ETV Bharat / state

ଯୁକ୍ତ ଦୁଇ ଫର୍ମ ପୂରଣ ପାଇଁ ପୁଣି ସୁଯୋଗ, ୧୨ରୁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ - ବଢିଲା ଯୁକ୍ତ ଦୁଇ ଫର୍ମ ପୂରଣ ଅବଧି

CHSE ପକ୍ଷରୁ ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା(Plustwo exam) ପାଇଁ ଫର୍ମ ପୂରଣ ଅବଧି ପୁନଶ୍ଚ ବୃଦ୍ଧି କରାଯାଇଛି । ଆସନ୍ତା ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ । ଅଧିକ ପଢନ୍ତୁ

+୨ ଫର୍ମ ପୂରଣ
+୨ ଫର୍ମ ପୂରଣ
author img

By

Published : Dec 10, 2022, 7:29 AM IST

ଭୁବନେଶ୍ବର: ୨୦୨୩ ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଫର୍ମ ପୂରଣ କରିବା ପାଇଁ ପୁଣି ସୁଯୋଗ ମିଳିଛି । ପୂର୍ବରୁ ଦୁଇଥର ଫର୍ମ ପୂରଣ ହୋଇଥିଲା । କିନ୍ତୁ ବହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ଫର୍ମ ପୂରଣ ଅବଧି ବଢ଼ାଇବାକୁ ଅନୁରୋଧ କରିବା ପରେ ତୃତୀୟ ଥର ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି ।

+୨ ଫର୍ମ ପୂରଣ
+୨ ଫର୍ମ ପୂରଣ

ତେବେ ଆସନ୍ତା ୧୨ରୁ ୧୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଏବଂ କରେସପଣ୍ଡେନ୍ସ କୋର୍ସର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଫର୍ମ ପୂରଣ ନିମନ୍ତେ ୪୫୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ୨୧ ରୁ ୨୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଆବଶ୍ୟକୀୟ ତଥ୍ୟ ଦାଖଲ କରିବେ। ଫର୍ମ ପୂରଣ ପାଇଁ ଏହା ଶେଷ ସୁଯୋଗ ବୋଲି କୁହାଯାଇଛି । ଆଗକୁ ଆଉ ଫର୍ମପୂରଣ ଅବଧି ବୃଦ୍ଧି କରାଯିବ ନାହିଁ । ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଏବଂ ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Padmapur Result: ବିଜୟ ପରେ ଜୋଶ୍‌ରେ BJD, ବିଜେପିର ଚିରାଚରିତ ଉତ୍ତର ହେବ ସମୀକ୍ଷା

ସୂଚନାଯୋଗ୍ୟ, ୨୦୨୩ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ମାସରେ ହୋଇପାରେ। ସେହିଭଳି ମାର୍ଚ୍ଚ ଦ୍ୱିତୀୟ ସପ୍ତାହ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରୁ ଥିଓରି ପରୀକ୍ଷା ଆରମ୍ଭ କରିବାକୁ ଯୋଜନା ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.