ଖୋର୍ଦ୍ଧା: ଜିଲ୍ଲାପାଳ କାର୍ଯ୍ୟାଳୟ ଛକ ଏକ ଜନବହୁଳ ଛକ ହୋଇଥିବାବେଳେ ଏହାର ଉଭୟ ପାର୍ଶ୍ବରେ ବହୁ ସରକାରୀ କାର୍ଯ୍ୟାଳୟ ମଧ୍ୟ ରହିଛି । ଫଳରେ ଏହି ଛକ ଦେଇ ବହୁ ଜନସାଧାରଣ ଯାତାୟତ କରିଥାନ୍ତି । ତେଣୁ ଏହି ସ୍ଥାନରେ ଏକ ଫ୍ଲାଏଓଭର ପାଇଁ ଖୋର୍ଦ୍ଧାବାସୀ ଭୁବନେଶ୍ବର ସାଂସଦଙ୍କୁ ଦାବି କରିଆସିଥିଲେ ଯାହା ଆଜି ସଫଳ ହୋଇଛି । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରୟାସ କ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଛକ ନିକଟରେ ଭୂତଳ ରାସ୍ତା ପରିବର୍ତ୍ତେ ଏକ ଫ୍ଲାଏ ଓଭର ନିର୍ମାଣ ହେବା ପାଇଁ ମଞ୍ଜୁରୀ ଦେଇଛି ଜାତୀୟ ରାଜମାର୍ଗ ପ୍ରାଧିକରଣ (NHAI) ।
![ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଫ୍ଲାଏ ଓଭର ପାଇଁ ଅନୁମତି](https://etvbharatimages.akamaized.net/etvbharat/prod-images/12444724_348_12444724_1626171796073.png)
ଏହି କାର୍ଯ୍ୟ ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ଦଳର ବିଧାୟକ ଯଥା ବିଧାୟକ ଖଣ୍ଡପଡା ସୋମ୍ୟରଞ୍ଜନ ପଟ୍ଟନାୟକ, ଜଟଣୀ ବିଧାୟକ ସୁର ରାଉତରାୟ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଏବଂ ଖୋର୍ଦ୍ଧା ନାଗରିକ ମଞ୍ଚ ତରଫରୁ ଗତ 7 ଏପ୍ରିଲ 2021 ଦିନ ସାଂସଦଙ୍କୁ ଆଗ୍ରହ କରିଥିଲେ । ଏହା ସହ ନୂତନ ଭାବେ ତାପଙ୍ଗ ଏବଂ ପଲା ତୋଟାପଡାର ଜନସାଧାରଣ ଦାବିରେ ସାଂସଦଙ୍କ ପ୍ରୟାସ କ୍ରମେ ଉଭୟ ଜାଗାରେ ଅଣ୍ଡରପାସ (Vechile Under pass) ନିର୍ମାଣ ହେବ । ଏହି କାର୍ଯ୍ୟ ପାଇଁ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି l ଏହାକୁ ନେଇ ଖୋର୍ଦ୍ଧାର ଜନସାଧାରଣ ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
![ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଫ୍ଲାଏ ଓଭର ପାଇଁ ଅନୁମତି](https://etvbharatimages.akamaized.net/etvbharat/prod-images/od-kud-mp-fly-over-dry-od10017_13072021145836_1307f_1626168516_698.jpg)
![ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଫ୍ଲାଏ ଓଭର ପାଇଁ ଅନୁମତି](https://etvbharatimages.akamaized.net/etvbharat/prod-images/od-kud-mp-fly-over-dry-od10017_13072021145836_1307f_1626168516_676.jpg)
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ