ଖୋର୍ଦ୍ଧା: ପ୍ରକୃତି କେତେବେଳେ କି ରୂପ ଧାରଣ କରେ ତାହା ଚିନ୍ତା କରିବା ମନୁଷ୍ୟର ମାନସପଟ ବାହାରେ । ଆମେ ଏଥିପାଇଁ ଏକଥା କହୁଛୁ ଯେ, ରବିବାର ଚିଲିକାର କାଳିଜାଇ ଗଣ୍ଡ ମଧ୍ୟରେ ପ୍ରାୟ ପନ୍ଦର ମିନିଟିର ଘୂର୍ଣ୍ଣିଝଡ ଦେଖାଦେଇଥିଲା । ଯେଉଁଥିରେ ପାଣି ଆକାଶକୁ ଉଠୁଥିବା ଦେଖିବାକୁ ମିଳିଥିଲା । ଯାହା ସମସ୍ତ ପର୍ଯ୍ୟଟକ ଓ ସେଠାରେ ଥିବା ଡଙ୍ଗା ଚାଳକଙ୍କୁ ଭୟଭୀତ କରିଦେଇଥିଲା ।
ଘଟଣାଟି ଏମିତି ଥିଲା ଯେ ଚିଲିକାରୁ ପାଣି ସ୍ତମ୍ଭାକାର ଆକାରରେ ଆକାଶକୁ ଉଠିଥିଲା । ଯାହା କେବେ ହୋଇନଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ତେଣୁ ଏହାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ