ETV Bharat / state

‘ଫନି’ ତାତି, ପକ୍କାଘର ନ ମିଳିବାରୁ ବେଗୁନିଆବାସୀଙ୍କ ଧାରଣା - ଫୋନି ତାତି

ପୁଣି ଦେଖାଦେଇଛି ‘ଫନି’ ତାତି। ହିତାଧିକାରୀଙ୍କୁ ପକ୍କାଘର ମିଳିନଥିବା ଅଭିଯୋଗରେ ତାତିଲେ ବେଗୁନିଆ ଅଞ୍ଚଳବାସୀ।

Fani compensation
ପୁଣି ଦେଖାଦେଇଛି ଫୋନି ତାତି
author img

By

Published : Dec 10, 2019, 8:44 PM IST

ଖୋର୍ଦ୍ଧା: ‘ଫନି’ ବାତ୍ୟାକୁ ବିତିଗଲାଣି ଅନେକ ଦିନ । ହେଲେ ଆଜି ବି ବାତ୍ୟା ପ୍ରଭାବିତଙ୍କୁ ମିଳିପାରିଲା ନାହିଁ ଖଣ୍ଡେ ପକ୍କାଘର । ଆଉ ଯେଉଁମାନେ ସରକାରୀ ତଥ୍ୟରେ ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ପରବର୍ତ୍ତୀ ସମୟରେ ସେମାନଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ସ୍ଥାନୀୟ ବିଧାୟକଙ୍କ ନେତୃତ୍ବରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ ଖୋର୍ଦ୍ଧାର ବେଗୁନିଆ-ବୋଲଗଡ ଅଞ୍ଚଳର ଶତାଧିକ ହିତାଧିକାରୀ।

ପୁଣି ଦେଖାଦେଇଛି ଫୋନି ତାତି

ଏଥିସହ ‘ଫନି’ ସହାୟତାର ପ୍ରକୃତ ହିତାଧିକାରୀଙ୍କ ଘରକୁ ବିନା ତଦନ୍ତ ବାଦ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏ ଘଟଣାରେ ଖୋର୍ଦ୍ଧା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ଆଗାମୀ ଦିନରେ ଘଟଣାର ସଠିକ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଆସିଥିବା ଆବାସ ଯୋଜନାରେ ଘର ଯୋଗଇ ଦେବାକୁ ପ୍ରତିଶ୍ରୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ପ୍ରକଳ୍ପ ନିର୍ଦେଶକଙ୍କ କାର୍ଯ୍ୟାଳୟ ଘେରିଲେ ବାତ୍ୟା କ୍ଷତିଗସ୍ତ

Body:ଖୋର୍ଦ୍ଧା : ବାତ୍ୟା ଫୋନିକୁ ପୁରିଲାଣି ଅନେକ ମାସ କିନ୍ତୁ ଏହି ବାତ୍ୟା ଦ୍ୱରା ପ୍ରଭାବିତ ହୋଇଥିବା ଲୋକଙ୍କୁ ମିଳିପାରିନି ପକ୍କା ଘର ଖଣ୍ଡେ । ସେହି ସମୟରେ ସରକାରୀ ତଥ୍ୟରେ ଘର ପାଇବାକୁ ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଥିଲେ ପରବର୍ତୀ ସମୟରେ ସେମାନଙ୍କୁ ବାଦ ଦିଆଗଲା । ଏହାର ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବୋଲଗଡ଼ ଅଂଚଳର ଶହଶହ ହିତାଧିକାରୀ, ନିର୍ବାଚିତ ଜନ ପ୍ରତିନିଧି ମାନେ ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱରେ ଜିଲା ପ୍ରକଳ୍ପ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏବଂ ଆସିଥିବା ଫୋନି ସହାୟତା ଯୋଗ୍ୟ ହିତାଧିକାରୀଙ୍କ ଘରକୁ ବିନା ତଦନ୍ତରେ ବାଦ ଦେଇଥିବା ଅଭିଯୋଗ କରିଥିଲେ । ଘଟଣା ସମ୍ପର୍କରେ ଖୋର୍ଦ୍ଧା ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ ଆଗାମୀ ଦିନରେ ଘଟଣାର ସଠିକ ତଦନ୍ତ କରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆସିଥିବା ଆବାସ ଯୋଜନାରେ ଘର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Conclusion:ବାଇଟ 1- ରାଜେନ୍ଦ୍ର କୁମାର ସାହୁ, ବିଧାୟକ
2- ଦିଗନ୍ତ ରାଉତରାୟ,ପ୍ରକଳ୍ପ ନିର୍ଦେଶକ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.