ETV Bharat / state

ଯୁବକଙ୍କ ମୃତ୍ୟୁରେ ତାତିଲେ ହଳଦିଆବାସୀ, ଭାଙ୍ଗିଲେ ମଦ ଦୋକାନ - Khordha

ହଳଦିଆରେ ଯୁବକଙ୍କ ମୃତ୍ୟୁକୁ ନେଇ ଘଟିଛି ଲଙ୍କାକାଣ୍ଡ । ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ନିକଟରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନକୁ ଭାଙ୍ଗି ଦେଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Feb 25, 2019, 11:58 PM IST

ଖୋର୍ଦ୍ଧା: ହଳଦିଆରେ ଯୁବକଙ୍କ ମୃତ୍ୟୁକୁ ନେଇ ଘଟିଛି ଲଙ୍କାକାଣ୍ଡ । ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ନିକଟରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନକୁ ଭାଙ୍ଗି ଦେଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ହଳଦିଆ ଅଞ୍ଚଳର ନୃସିଂହ ଚରଣ ପତି ମଦ ପିଇବା ପରେ ନିଶାସକ୍ତ ଅବସ୍ଥାରେ ପୋଖରୀରେ ପଡି ଭାସୁଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଦେଖିବା ପରେ ସଙ୍ଗେସଙ୍ଗେ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ନଥିବାରୁ ତାଙ୍କୁ ଭୁବନେଶ୍ବର ନିଆଯାଇଥିଲା । ତେବେ ହସ୍ପିଟାଲ ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରଥମେ ହଳଦିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଧାରଣା ଦେଇଥିଲେ ।

ତେବେ ସେଠାକୁ କୌଣସି ବିଭାଗୀୟ ଅଧିକାରୀ ନ ଆସିବାରୁ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏହା ସହ ମଦ ଦୋକାନକୁ ମଧ୍ୟ ଭାଙ୍ଗିଥିଲେ । ପରେ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସମେତ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଆଜିଠୁ କଂଗ୍ରେସ ସ୍କ୍ରିନିଂ କମିଟିର ଦ୍ବିତୀୟ ପର୍ଯ୍ୟାୟ ବୈଠକ ବସିଛି। ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବ କମିଟି। ସମ୍ବଲପୁର, ସୁନ୍ଦରଗଡ ଓ ବରଗଡ଼ ଜିଲ୍ଲାରେ କମିଟି ନେତା ଓ କର୍ମୀଙ୍କ ସହ ଆଲୋଚନା କରୁଛି। ଆଉ ଏପଟେ ବସିଛି ଜନତା ଦରବାର। ଏ ଦୃଶ୍ୟ ହେଉଛ ପିସିସ ସଭାପତି ନିରଂଜନ ପଟନାୟକ ଙ୍କ ବାସଭବନର ଦୃଶ୍ୟ। ସକାଳୁ ସକକୁ ବସୁଛି ଜନତା ଦରବାର। ରାଜ୍ୟର ସବୁ କୋଣରୁ ଆଶାୟୀ ପ୍ରାର୍ଥୀ ଆସି ନିଜର ସପକ୍ଷରେ ଯୁକ୍ତି ରଖୁଛନ୍ତି, ଲବୀ ଚଳାଇଛନ୍ତି। ଯେଉଁମାନେ ସ୍କ୍ରିନି କମିଟିକୁ ସାମ୍ନା କରି ନାହାନ୍ତି କିମ୍ବା ସ୍କ୍ରିନିଂ କମିଟିର ଚୂଡାନ୍ତ ପରେ ବି ନିଜେ ଆସି ଦେଖା କରି ପିସିସି ସଭାପତିଙ୍କ ସମର୍ଥନ ଲୋଡୁଛନ୍ତି। ଆଜି ମଧ୍ୟ ସକାଳୁ ସକାଳୁ ଏଭଳି ଦୃଶ୍ୟ ଦେଝିବାକୁ ମିଳିଥିଲା। କିଛି ଆଶାୟୀ ମଧ୍ୟ ଆସି ପହଞ୍ଚିଥିଲେ। ଶୁଣନ୍ତୁ କଣ କହୁଛନ୍ତି।

Body:ମାସ ଶେଷ ସୁଦ୍ଧା ସ୍କ୍ରିନିଂ କମିଟି ତାର ତାଲିକା ପ୍ରସ୍ତୁତ କରି AICC କୁ ପଠାଇବା। ଏହାପରେ ପ୍ରଦେଶ ନିର୍ବାଚନ କମିଟି ବୈଠକ ବସିବ। ମାର୍ଚ୍ଚ ପ୍ରଥମ ସପ୍ତାହରେ ବୈଠକ ବସିବ ପରେ ଏହା AICC ନିକଟକୁ ପଠାଯିବ। ପରେ ଯାଇ ଟିକେଟ ତାଲିକା ଚୂଡାନ୍ତ ହେବ। ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.