ETV Bharat / state

Archana Nag Case: ସରକାର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

author img

By

Published : Oct 23, 2022, 6:25 PM IST

Updated : Oct 23, 2022, 9:25 PM IST

ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଲଗାତାର ଭାବେ ଟାର୍ଗେଟ କରିଆସୁଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ଦୋଷୀଙ୍କୁ ସରକାର ଘଣ୍ଟା ଘୋଡ଼ାଇଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ପିସିସି ସଭାପତି । ଅଧିକ ପଢନ୍ତୁ

Archana Nag Case: ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ, ପିସିସି ସଭାପତିଙ୍କ ସୂଚନା

ଭୁବନେଶ୍ବର: ଅର୍ଚ୍ଚନା ନାଗକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡୁଛି । ବଡ଼ ବଡ଼ ହାଇ ପ୍ରୋଫାଇଲ ନେତା ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ସମ୍ପୃକ୍ତ ଥିବା ନେଇ ଗଣମାଧ୍ୟମରେ ଫଟୋ ପ୍ରସାରିତ ହେବା ପରେ ନେତାଙ୍କ ଛାତିରେ ଛନକା ପଶିଛି । ଏହି ମାମଲାର ତଦନ୍ତ ବାଟବଣା ଅଭିଯୋଗ ଆଣି ବିଜେପି ଅହରାତ୍ର ସତ୍ୟାଗ୍ରହ କରିଥିବାବେଳେ, କଂଗ୍ରେସ ମଧ୍ୟ ରାଜରାସ୍ତାକୁ ଓହ୍ଲାଇବ । ତେବେ ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଏହି ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଏହି ଘଟଣାରେ କଂଗ୍ରେସ ନିରବ ହୋଇ ବସିବ ନାହିଁ । ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । କିନ୍ତୁ ଯେହେତୁ ଏହି ମାମଲାଟି ବର୍ତ୍ତମାନ କୋର୍ଟ ଅଧୀନରେ ରହିଛି ତେଣୁ ବିରୋଧ କରିବା ଆବଶ୍ୟକତା ନାହିଁ । ଯଦି ରାଜ୍ୟ ସରକାର ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼େଇବାକୁ ଚେଷ୍ଟା କରିବେ ତେବେ କଂଗ୍ରେସ ଚୁପ୍‌ ବସିବ ନାହିଁ । ପ୍ରତ୍ୟେକ ଜିଲ୍ଲାରେ ଆନ୍ଦୋଳନ କରିବ ।"

Archana Nag Case: ସରକାର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଶାସକ ଦଳର ବହୁ ନେତା ସାମିଲ ରହିଛନ୍ତି । ବଡ଼ ବଡ଼ ନେତାଙ୍କ ବିନା ଅର୍ଚ୍ଚନା ଏତେ ବଡ଼ କଳା ସାମ୍ରାଜ୍ୟ ବିସ୍ତାର କରିବା ସମ୍ଭବ ନୁହେଁ ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ମାତ୍ର ଏହି କାର୍ଯ୍ୟରେ କେଉଁ ନେତାଙ୍କ ସମ୍ପୃକ୍ତି ରହିଛି ସେ ନେଇ ପୋଲିସ ତଦନ୍ତ ଆଗକୁ ବଢୁନଥିବା ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ଗଣମାଧ୍ୟମ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏ ସମ୍ପର୍କରେ ପଚାରିବାବେଳେ ସେ ମୁହଁ ବୁଲାଇ ଚାଲିଯିବା ପୋଲିସ ଉପରେ ଚାପ ପଡୁଥିବା ଅଭିଯୋଗକୁ ଏକପ୍ରକାର ସ୍ପଷ୍ଟ କରିଛି ।

ଏହା ବି ପଢନ୍ତୁ- ଅର୍ଚ୍ଚନା ଓ ଧର୍ମେନ୍ଦ୍ର ସାହୁ ମାମଲା: ଆସନ୍ତା ୩୧ରେ ନବୀନ ନିବାସ ଘେରିବ ବିଜେପି

ଏ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଅର୍ଚ୍ଚନା ନାଗ ପ୍ରସଙ୍ଗ ବିଧାନସଭାରେ ଉଠିବ । ଏହି ଗଙ୍ଗାରେ କିଏ ବୁଡ ପକାଇଛନ୍ତି, ସେମାନଙ୍କ ନାମ ପ୍ରଥମେ ସର୍ବସମ୍ମୁଖକୁ ଆସିବା ଦରକାର । ଏହି ଘଟଣାରେ ଉଭୟ ବିଜେଡ଼ି ଓ ବିଜେପି ନେତା ସାମିଲ ରହିଛନ୍ତି । ଏଣୁ ପୋଲିସ ଉପରେ ଉଭୟ ପଟରୁ ଚାପ ପଡୁଛି । ଫଳରେ ପୋଲିସର ତଦନ୍ତ ବାଟବଣା ହେଉଛି ।"

ସେପଟେ ବିଜେପି ଶନିବାର ଅହୋରାତ୍ର ସତ୍ୟାଗ୍ରହ କରି ଆଜି ଏହାକୁ ଶେଷ କରିଛି । ଏହାସହିତ ପୋଲିସକୁ ୪୮ ଘଣ୍ଟା ମହଲତ ଦେଇଛି । ଏହି ଘଟଣାରେ ଯେଉଁ ବଡ ବଡ ନେତା ଓ ମନ୍ତ୍ରୀ ସାମିଲ ଅଛନ୍ତି ସେମାନଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ବିଜେପି ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 23, 2022, 9:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.