ETV Bharat / state

ହସ୍ପିଟାଲରେ ଅନ୍ଧାରରେ ଦିଆଯାଉଛି ଇଞ୍ଜେକ୍ସନ, ଭିଡିଓ ଭାଇରାଲ - ଭିଡିଓ ଭାଇରାଲ

ବିଦ୍ୟୁତ୍‌ ନଥିବାରୁ ୪ ଘଣ୍ଟା କାଳ ଅନ୍ଧାରରେ ରହିଲା ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ରୋଗୀଙ୍କୁ ଅନ୍ଧାରରେ ଇଞ୍ଜେକ୍ସନ ଦିଆଗଲା । ଅଧିକ ପଢ଼ନ୍ତୁ...

ନାହିଁ ବିଦ୍ୟୁ୍‌ତ୍‌, ଅନ୍ଧାରରେ ଦିଆଯାଉଛି ଇଞ୍ଜେକ୍ସନ, ଭିଡିଓ ଭାଇରାଲ

author img

By

Published : Nov 10, 2021, 7:59 PM IST

ଖୋର୍ଦ୍ଧା: ବିଦ୍ୟୁତ୍‌ ନଥିବାରୁ ୪ ଘଣ୍ଟା କାଳ ଅନ୍ଧାରରେ ରହିଲା ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏହି ସମୟରେ ମୋବାଇଲ ଲାଇଟରେ ଚାଲିଲା ସ୍ବାସ୍ଥ୍ୟ ସେବା । ରୋଗୀଙ୍କୁ ଅନ୍ଧାରରେ ଇଞ୍ଜେକ୍ସନ ଦିଆଗଲା । ବିଦ୍ୟୁତ୍‌ ସେବା ବ୍ୟାହାତ ସମୟରେ କାର୍ଯ୍ୟ କରିବାକୁ ହସ୍ପିଟାଲରେ ଜେନେରେଟର ଅଛି । ହେଲେ ତାହା ଆକାମୀ ହୋଇ ପଡ଼ିଛି । ଫଳରେ ବିଦ୍ୟୁତ୍‌ କଟିଯିବା ପରେ ମୋବାଇଲ ଲାଇଟ୍‌ରେ ରୋଗୀଙ୍କୁ ଦେଖିଲେ ଡାକ୍ତର ।

ନାହିଁ ବିଦ୍ୟୁ୍‌ତ୍‌, ଅନ୍ଧାରରେ ଦିଆଯାଉଛି ଇଞ୍ଜେକ୍ସନ, ଭିଡିଓ ଭାଇରାଲ

ଏଭଳି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଫଳରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସଲ ଚେହେରା ଏବେ ପଦାରେ ପଡ଼ିଛି । ସେପଟେ ଘଟଣା ପ୍ରଘଟ ହେବାପରେ କ୍ୟାମେରା ସାମ୍ନାରେ କିଛି କହିବାକୁ ସଫା ସଫା ମନା କରି ଦେଇଛନ୍ତି ବିଭାଗୀୟ ଅଧିକାରୀ ।

ତେବେ ପ୍ରଶ୍ନ ଉଠୁଛି ଏହି ସମୟରେ କିଛି ଗୁରୁତର ରୋଗୀଙ୍କ ସହ କିଛି ଅଘଟଣ ଘଟିଲେ ଏଥିପାଇଁ ଦାୟୀ କିଏ ରହିବେ । ରୋଗୀଙ୍କୁ ଅନ୍ଧାରରେ ଇଞ୍ଜେକ୍ସନ ଦିଆଯାଉଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ହେଲେ ଏ ବାବଦରେ କେହି ମୁହଁ ଖୋଲୁ ନାହାନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.