ETV Bharat / state

ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ ପାଇଁ ଦୁର୍ଘଟଣା, ଯାତ୍ରୀଙ୍କ ରାସ୍ତା ଅବରୋଧ

author img

By

Published : Sep 9, 2022, 12:58 PM IST

ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ ପାଇଁ ଯାତ୍ରୀ ଦୁର୍ଘଟଣା ହୋଇଥିବା ନେଇ ଅଭିଯୋଗ । ଏହାର ପ୍ରତିବାଦରେ ବାଘମାରି କଣ୍ଟିଲୋ ୪୮ ନମ୍ବର ରାଜ୍ୟ ରାଜପଥକୁ ସିମୋର ବାଘମାରି ମଧ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅବରୋଧ କରିଥିଲେ ଯାତ୍ରୀ । ଅଧିକ ପଢନ୍ତୁ

ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ ପାଇଁ ଦୁର୍ଘଟଣା

ଖୋର୍ଦ୍ଧା: ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ ଅଭିଯୋଗ । ମନମୁଖୀ କାର୍ଯ୍ୟ ପାଇଁ ଏକାଧିକ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଥିବା ଅଭିଯୋଗ । ଏହାର ପ୍ରତିବାଦରେ ବାଘମାରି କଣ୍ଟିଲୋ ୪୮ ନମ୍ବର ରାଜ୍ୟ ରାଜପଥକୁ ସିମୋର ବାଘମାରି ମଧ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅବରୋଧ କରିଥିଲେ ଯାତ୍ରୀ । ସୂଚନା ଅନୁସାରେ, ୪୮ନମ୍ବର ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ହୋଇଥିବା ରାସ୍ତା ଖରାପର ମରାମତି ପାଇଁ ପୂର୍ତ୍ତ ବିଭାଗ ବେଆଇନ ଭାବେ ରାସ୍ତା ଉପରେ ମେଣ୍ଟାଲ ଓ ଡ଼ଷ୍ଟ ଗଦେଇଥିବା ଯାତ୍ରୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମହିଳା ପୋଲିସ ଏସଆଇଙ୍କ ଆତ୍ମହତ୍ୟା ଘଟଣା, ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଫଳରେ ରାତିର ଅନ୍ଧାରରେ ଯାତ୍ରୀଙ୍କୁ ଜଣାନପଡିବାରୁ ଏକାଧିକ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରିବା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା କହି ଶତାଧିକ ସ୍ଥାନୀୟ ଲୋକ ଓ ଯାତ୍ରୀ ରାସ୍ତା ଅବରୋଧ କରିଥିଲେ । ଖବରପାଇ ବାଘମାରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା । ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କାରଣରୁ ଶହ ଶହ ଗାଡି ଉଭୟ ପାର୍ଶ୍ୱରେ ଅଟକି ରହିଥିବା ବେଳେ ତୁରନ୍ତ ରାସ୍ତାରୁ ମେଣ୍ଟାଲ ଓ ଡ଼ଷ୍ଟ ଉଠାଇବାକୁ ଯାତ୍ରୀମାନେ ଅଡ଼ି ବସିଥିଲେ ।

ବିଳମ୍ବିତ ରାତିରେ ବିଭାଗ ପକ୍ଷରୁ ରାସ୍ତା ଉପରେ ଗଦା ଯାଇଥିବା ମେଣ୍ଟାଲ ଓ ଡ଼ଷ୍ଟକୁ ଉଠାଯିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା । ମରଣଯନ୍ତା ପାଲଟିଛି ନୟାଗଡ ଜିଲ୍ଲା ଲୋଧାଚୁଆ-ବେଗୁନିଆ ପୂର୍ତ୍ତ ବିଭାଗ ରାସ୍ତା । ଦୀର୍ଘ ଦିନ ଧରି ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲେ ବି ଠିକାଦାର କାମ ସାରି ପାରୁନଥିବା ଅଭିଯୋଗ ହୋଇଛି । ଫଳରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ପୁଣି ଏହି ରାସ୍ତାରେ କଳା ମୁଗୁନି ପଥର ଚୋରା ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଏପଟେ ଗତ ଦୁଇଦିନ ଧରି ଏକ କଳାମୁଗୁନି ପଥର ବୋଝେଇ ଟ୍ରକ ରାସ୍ତାକଡ଼ରେ ଓଲଟିଯିବା ଫଳରେ ରାସ୍ତାରେ ଯାତାୟାତ ଏକ ପ୍ରକାର ଠପ୍‌ ହୋଇଯାଇଥିଲା । ଏହି ରାସ୍ତା ଉପରେ ନିର୍ଭର କରି ନିତିଦିନିଆ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.