ETV Bharat / state

Pandian Politics:‘ପାଣ୍ଡିଆନଙ୍କ VRS ଓ ପୁନଃନିଯୁକ୍ତି ରାଜ୍ୟ ରାଜନୀତିକୁ ବାଇପୋଲାର ଦିଗକୁ ନେଉଛି’ - ନବୀନ ପଟ୍ଟନାୟକ

ରାଜ୍ୟ ରାଜନୀତି କେଉଁ ଦିଗକୁ ଯାଉଛି? ଏବେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଯୋରଦାର ଚାଲିଛି । ସେପଟେ ପାଖେଇ ଆସିଲାଣି 2024 ବିଧାନସଭା ଓ ଲୋକସଭା ନିର୍ବାଚନ । ବିଜେଡି, ବିଜେପି କଂଗ୍ରେସ ନିଜ ନିଜ ପ୍ରସ୍ତୁତିରେ ବ୍ୟସ୍ତ । ଏପରି ସମୟରେ ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ଓ ପୁନଃ ନିଯୁକ୍ତି ରାଜ୍ୟ ରାଜନୀତିର କେଉଁ ଦିଗ ଆଡକୁ ଇସାରା କରୁଛି । ଏନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି ରାଜନୀତି ସମୀକ୍ଷକ ଓ ବିରୋଧୀ ଦଳ । ଅଧି୍କ ପଢନ୍ତୁ

Pandian Politics:‘ପାଣ୍ଡିଆନଙ୍କ VRS ଓ ପୁନଃନିଯୁକ୍ତି ରାଜ୍ୟ ରାଜନୀତିକୁ ବାଇପୋଲାର ଦିଗକୁ ନେଉଛି’

author img

By ETV Bharat Odisha Team

Published : Oct 26, 2023, 6:46 PM IST

Pandian Politics:‘ପାଣ୍ଡିଆନଙ୍କ VRS ଓ ପୁନଃନିଯୁକ୍ତି ରାଜ୍ୟ ରାଜନୀତିକୁ ବାଇପୋଲାର ଦିଗକୁ ନେଉଛି’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ଆବେଦନ, ସଙ୍ଗେ ସଙ୍ଗେ କେନ୍ଦ୍ର ସରକାରଙ୍କ ଅନୁମତିକୁ ନେଇ ଚର୍ଚ୍ଚା ଚାଲିଛି । ପୁଣି ଅବସରର 24 ଘଣ୍ଟା ନପୁରୁଣୁ ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟାରେ ରାଜ୍ୟ ସରକାର ନିଯୁକ୍ତି ଦେବା କଣ ଇସାରା କରୁଛି ? ରାଜ୍ୟ ରାଜନୀତି କେଉଁ ଦିଗକୁ ଯାଉଛି? ଏବେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଯୋରଦାର ।

ସେପଟେ ପାଖେଇ ଆସିଲାଣି 2024 ବିଧାନସଭା ଓ ଲୋକସଭା ନିର୍ବାଚନ । ବିଜେଡି, ବିଜେପି କଂଗ୍ରେସ ନିଜ ନିଜ ପ୍ରସ୍ତୁତିରେ ବ୍ୟସ୍ତ । ଏପରି ସମୟରେ ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ଓ ପୁନଃ ନିଯୁକ୍ତି ରାଜ୍ୟ ରାଜନୀତିର କେଉଁ ଦିଗ ଆଡକୁ ଇସାରା କରୁଛି । ଏନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି ରାଜନୀତି ସମୀକ୍ଷକ ଓ ବିରୋଧୀ ଦଳ ।

ଅଧିକ ପଢନ୍ତୁ- VK Pandian Takes VRS: VRS ନେଲେ VK Pandian, ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା

ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, ‘‘2024 ନିର୍ବାଚନ ବେଳକୁ ଓଡିଶାର ରାଜନୀତି ବାଇପୋଲାର ହେବାକୁ ଯାଉଛି । କାରଣ ଫାଇଭ-ଟି ସଚିବ ଥିବା ସମୟରେ ତାଙ୍କ ବିରୋଧରେ ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଯେଉଁ ଚିଠି ଲେଖିଥିଲେ ସେ ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ବାକି ଥିବା ବେଳେ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି କେନ୍ଦ୍ର ଓ ରାଜ୍ୟର ମିଳିତ ରଣନୀତିରେ ପାଣ୍ଡିଆନ ଅବସର ନେଇଛନ୍ତି । ଯାହା ସୂଚାଉଛି ଓଡିଶାର ରାଜନୀତି ଆଗକୁ ଦ୍ବିକୋଣୀୟ ବା ବାଇପୋଲାର ହେବାକୁ ଯାଉଛି । ଗୋଟିଏ ପୋଲରେ ବିଜେଡି ବିଜେପି ରହିଥିବା ବେଳେ ଅନ୍ୟ ଗୋଟେ ପୋଲରେ ରହିବ କଂଗ୍ରେସ । କଂଗ୍ରେସ ହୁଏତ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିପାରେ । କିନ୍ତୁ ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ଓ ରାଜ୍ୟ ସରକାରଙ୍କ ଦ୍ବାରା କ୍ୟାବିନେଟ ପାହ୍ୟାରେ ପୁନଃ ନିଯୁକ୍ତି ଏହା ହିଁ ଇଣ୍ଡିକେଟ କରୁଛି ।’’

ଅଧିକ ପଢନ୍ତୁ- VK Pandian VRS: ଚାକିରୀ ସହ ରାଜନୀତିକୁ ବିରୋଧ କରିଥିଲୁ, ବ୍ୟକ୍ତି ବିଶେଷକୁ ନୁହେଁ: ବିଜେପି ସଭାପତି

ସେହିପରି ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠୁ ବିଶ୍ବସ୍ତ ହେଲେ ପାଣ୍ଡିଆନ । ସ୍ବେଚ୍ଛାକୃତ ଅବସର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ପୁନଃ ନିଯୁକ୍ତି ଇଣ୍ଡିକେଟ କରୁଛି 2024 ନିର୍ବାଚନରେ ବଡ଼ ଭୂମିକା ନେବେ ଭିକେ ପାଣ୍ଡିଆନ । ଯେପରି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭାଷା ଏକ ପ୍ରତିବନ୍ଧକ ହୋଇରହିଲା ନାହିଁ ସେହିପରି ପାଣ୍ଡିଆନଙ୍କ ପାଇଁ ଭାଷା ଏକ ପ୍ରତିବନ୍ଧକ ହୋଇରହିବ ନାହିଁ । ନବୀନଙ୍କ ଶାସନକାଳର ପ୍ରଥମ ଦଶ ବର୍ଷରେ ଭାଷାକୁ ନେଇ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିଲେ ନବୀନ । କିନ୍ତୁ ପରବର୍ତ୍ତୀ ନିର୍ବାଚନ ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା । ଠିକ ସେହିପରି ପାଣ୍ଡିଆନ ଯଦି ବଡ ଦାୟିତ୍ବ ନିଅନ୍ତି ଭାଷା ଏକ ପ୍ରତିବନ୍ଧକ ହେବ ନାହିଁ । ଆଗାମୀ ନିର୍ବାଚନରେ ପାଣ୍ଡିଆନ ଏକ ଗୁରୁଦାୟିତ୍ବ ବହନ କରିବାକୁ ଯାଉଛନ୍ତି ।"

ଅଧିକ ପଢନ୍ତୁ- ପାଣ୍ଡିଆନଙ୍କୁ ଗଞ୍ଜାମ ଯଦି ଗ୍ରହଣ କଲା ଓଡିଶାବାସୀ କାହିଁକି ଗ୍ରହଣ କରିବେନି: ଅମର ଶତପଥୀ

ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ନେବାର 24 ଘଣ୍ଟା ନପୂରୁଣୁ ରାଜ୍ୟ ସରକାର ତାଙ୍କୁ 5ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ କରିଛନ୍ତି । କ୍ୟାବିନେଟ ପାହ୍ୟା ପାଇଥିବାରୁ ଏବେ ମୁଖ୍ୟ ସଚିବଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇପାରିବେ । ହେଲେ ପ୍ରଶ୍ନ ଆଗାମୀ ନିର୍ବାଚନରେ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.