ETV Bharat / state

ରଜରେ ଖାଁ ଖାଁ ପାନ ବଜାର: ଗ୍ରାହକଙ୍କ ଚାହିଦା ଅଛି, କଟକଣା ଦାଉ ସାଧୁଛି - raja festival

ରଜରେ ପାନର ମଜା ଫିକା କଲା କୋରୋନା କଟକଣା । ପ୍ରତିବର୍ଷ ଭଳି ଦୋକାନ ସଜେଇ ହୋଇନି କି ଭଳିକି ଭଳି ମସଲାରେ ଦୋକାନ ପୁରିନି । ଅଧିକ ପଢନ୍ତୁ...

ରଜରେ ଖାଁ ଖାଁ ପାନ ବଜାର
ରଜରେ ଖାଁ ଖାଁ ପାନ ବଜାର
author img

By

Published : Jun 14, 2021, 7:43 PM IST

ଖୋର୍ଦ୍ଧା: ରାଜ୍ୟର ଗଣ ପର୍ବ ରଜ । ଏହି ପର୍ବ ଆସିଲେ ସମସ୍ତଙ୍କର ପାନ ଖଣ୍ଡେ ଖାଇବାକୁ ଇଚ୍ଛା ହୁଏ । ସମଗ୍ର ରାଜ୍ୟରେ ଏହି ଦିନରେ ପାନର ଚାହିଦା ବେଶ ରହିଥିବାବେଳେ, ରଜପାନ ବ୍ୟବସାୟ ପାଇଁ ଖୋର୍ଦ୍ଧା ସାରୁଅ ବଜାରର ବେଶ ନାଁ ରହିଛି । ଚଳିତବର୍ଷ କିନ୍ତୁ ବଜାର ଖାଁ ଖାଁ, ସମସ୍ତେ ନିରାଶ । କାରଣ ଏହି ମଉଜ ଉତ୍ସବର ଦିନରେ ବାଧାସାଜିଛି କୋରୋନା ମହାମାରୀ । ଲକଡାଉନ ସାଙ୍ଗକୁ ଏହାର କଟକଣା ଯୋଗୁଁ ଘରେ ବାନ୍ଧି ହୋଇ ରହିଛନ୍ତି ସମସ୍ତେ ।

ରଜରେ ଖାଁ ଖାଁ ପାନ ବଜାର

ତେବେ ଏହି ଦିନରେ ପାନର ଚାହିଦା ବେଶ ଅଧିକ । ମିଠା ପତ୍ର ପାନ ଠାରୁ ଆରମ୍ଭ କରି ଫାୟାର ପାନ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ପାନ ମିଳିଥାଏ ସାରୁଅ ବଜାରରେ । ଚଳିତବର୍ଷ କିନ୍ତୁ ସବୁ ଖାଁ ଖାଁ । ପ୍ରତିବର୍ଷ ଭଳି ଦୋକାନ ସଜେଇ ହୋଇନି କି ଭଳିକି ଭଳି ମସଲାରେ ଦୋକାନ ପୁରିନି । ଅନେକ ଦୋକାନ ମଧ୍ୟ ବନ୍ଦ ରହିଛି। ତା ଭିତରେ କେହି କେହି ପାନ ଭାଙ୍ଗିବାକୁ ଲାଗିଛନ୍ତି । ସେହି ରଙ୍ଗ ବେରଙ୍ଗର ସୁଆଦିଆ ମସଲା ଦେଉଛନ୍ତି କିନ୍ତୁ ମନରେ ନାହିଁ ଖୁସି କି ଉତ୍ସାହ ।

ତେବେ ରଜ ଚାରି ଦିନ ପାନ ବିକି ଗୁଜୁରାଣ ମେଣ୍ଟାଉଥିବା ଦୋକାନୀ ମାନେ ଏବେ ହାତ ବାନ୍ଧି ବସିଛନ୍ତି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋରୋନା ମହାମାରୀ ଭୟ ରଜ ପାନ ବଜାରକୁ ନିରାଶ କରିଛି । ତଥାପି ଲୋକମାନେ ରଜ ପାନ ଖଣ୍ଡେ ପାଇଁ ସାରୁଅ ବଜାରକୁ ଧାଇଁ ଆସିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.