ETV Bharat / state

ଦାଉ ସାଧୁଛି ବର୍ଷା: ବ୍ୟାପକ ଧାନ ଫସଲ ନଷ୍ଟ, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ - farmers tension due to heavy rain

ଖୋର୍ଦ୍ଧା ଜିଲ୍ଲା ଚାଷୀଙ୍କ ଦୁଃଖ ନ କହିବା ଭଲ । ପ୍ରଥମେ ଚକଡା ପୋକରେ ଧାନ ଫସଲ ନଷ୍ଟ ହୋଇଥିଲା । ଏବେ ଲଗାଣ ବର୍ଷା ଯୋଗୁଁ ପାଚିଲା ଧାନ ଖଳାକୁ ଆଣିପାରୁ ନାହାନ୍ତି ଚାଷୀ । ଧାନ ଓଦା ହେବା ଦ୍ବାରା ଅନେକ ଧାନ ଗଜା ହେବାକୁ ବସିଲାଣି । ଅଧିକ ପଢନ୍ତୁ...

ଲଗାଣ ବର୍ଷା ପାଇଁ ଚିନ୍ତାରେ ଚାଷୀ: ବିଲରେ ଧାନ ଗଜା ହେବାକୁ ବସିଲାଣି

author img

By

Published : Nov 13, 2021, 7:37 PM IST

ଖୋର୍ଦ୍ଧା: ଗୋଟିଏ ପରେ ଗୋଟିଏ ବିପତ୍ତି ମାଡି ବସୁଛି ଚାଷୀଙ୍କ ଉପରେ । କିଛିଦିନ ତଳେ ଅମଳକ୍ଷମ ଫସଲରେ ଚକଡ଼ା ପୋକ ତାଣ୍ଡବ ରଚିଥିବା ବେଳେ ଏବେ ଲଘୁଚାପ ବର୍ଷା ଚାଷୀର ଚିନ୍ତାକୁ ଦ୍ବିଗୁଣିତ କରିଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାର ଚାଷୀମାନେ କେବଳ ଖରିଫ ଧାନ ଚାଷ ଉପରେ ନିର୍ଭର କରୁଥିବାବେଳେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହେବା ସହ ଚାଷୀମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । କଟା ହୋଇଥିବା ଧାନ ଖଳାକୁ ଆଣିପାରିନାହିଁ ଚାଷୀ, ଫଳରେ କଟାଧାନ ଗୁଡିକ ପାଣିରେ ପଡ଼ି ରହିଛି । ଏବେ ଆସିଥିବା ଲଘୁଚାପ ବର୍ଷା ଯୋଗୁଁ ଧାନ ଗଛ ଜମିରେ ଶୋଇପଡ଼ିଛି ।

ଲଗାଣ ବର୍ଷା ପାଇଁ ଚିନ୍ତାରେ ଚାଷୀ: ବିଲରେ ଧାନ ଗଜା ହେବାକୁ ବସିଲାଣି

ଅନ୍ୟପଟେ ଅବଶିଷ୍ଟ ଧାନ ଫସଲ ମଧ୍ୟରୁ ଧାନ କାଟିବା ଯୋଗ୍ୟ ହୋଇସାରିଛି । ତେବେ ପାଚିଲା ତଥା କାଟିବା ଯୋଗ୍ୟ ଧାନ ବର୍ଷାରେ ଅଧିକ ପ୍ରଭାବିତ ହେବ ବୋଲି ଚାଷୀ କହିଛନ୍ତି । ଲଘୁଚାପ ବର୍ଷା ଯୋଗୁଁ କିଛି ସ୍ଥାନରେ ବିଲରୁ ଚାଷୀ ଧାନ ଆଣିନପାରି ଧାନକୁ ଜମିରେ କିମ୍ବା ଜମି ପାର୍ଶ୍ବରେ ଚାଷୀ ରଖିଛନ୍ତି । ଏହି ଦୁଇ ଚାରି ଦିନ ମଧ୍ୟରେ କଟାଯାଇଥିବା ଧାନକୁ ଜମିରେ ଶୁଖିବା ପାଇଁ ଛାଡ଼ି ଦେଇଥିଲେ ଚାଷୀ । ଯଦି ଲଘୁଚାପ ଜନିତ ଲଗାଣ ବର୍ଷା ନ କମେ, ତେବେ ପାଣିରେ ଭିଜିଥିବା ଧାନ ସହ ଧାନ କେଣ୍ଡାର ତଳ ଏବଂ ଉପର କେଣ୍ଡାର ଧାନ ଓଦା ହୋଇଯାଇଥିବ । ତେଣୁ ଧାନ ନଷ୍ଟ ହେବା ସମ୍ଭାବନା ଦେଖାଯାଇଛି । ସେପଟେ ସମଗ୍ର ଜିଲ୍ଲାରେ ଏହି ଲଘୁଚାପ ଜନିତ ବର୍ଷା 52.26 ମିଲିମିଟର ରେକର୍ଡ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.